କଣ୍ଟାମାଳଠାରେ ଅଲ ଇଣ୍ଡିଆ ଫୂଟବଲ ଟୁର୍ନାମେଣ୍ଟ ପୁରୁଷରୁ ସୋନପୁର ଫାଇନାଲରେ ଓ ମହିଳାରୁ ଦେବଗଡ଼ ଦଳ ଚମ୍ପିଆନ


କଣ୍ଟାମାଳ, ୧୪/୨ : (ପ୍ରଭାତ କୁମାର ସାହୁ) ବୌଦ୍ଧ ଜିଲ୍ଲା କଣ୍ଟାମାଳ ଅlଥଲେଟିକ ଆସୋସିଏସନ ଦ୍ୱାରା ସ୍ଥାନୀୟ କଲେଜ ଖେଳ ପଡିଆରେ ଆୟୋଜିତ ପ୍ରଥମ ସର୍ବଭାରତୀୟ ଫୂଟବଲ ଟୁର୍ନାମେଣ୍ଟର ବୁଧବାର ଷଷ୍ଠ ଦିବସରେ ଉଭୟ ପୁରୁଷ ଓ ମହିଳା ଦଳ ମଧ୍ୟରେ ଏକ ସଂଘର୍ଷ ପୂର୍ଣ୍ଣ ଖେଳ ଅନୁଷ୍ଠିତ ହୋଇଛି l ଆଜି ଅପରାହ୍ନରେ ଅନୁଷ୍ଠିତ ପ୍ରଥମ ଖେଳ ସୋନପୁର ଓ ବଲାଙ୍ଗୀର (ପୁରୁଷ )ଦଳ ମଧ୍ୟରେ ହୋଇଥିଲା। ଖେଳରେ ସୋନପୁର ଦଳ ଏକତରଫା ଭାବେ ୪-୦ ଗୋଲରେ ପରାସ୍ତ କରି ଫାଇନାଲରେ ପ୍ରବେଶ କରି ଗୁରୁବାର ନାଇଜେରିଆ ସହିତ ଫାଇନାଲ ଖେଳିବ ।ସେହିପରି ମହିଳା ମ୍ୟାଚରେ ମନୋରମା କ୍ଲବ ଦେବଗଡ଼ ଓ ଟିଟିଲାଗଡ଼ ଦଳ ମଧ୍ୟରେ ହୋଇଥିଲା l ଏଥିରେ ଦେବଗଡ଼ ଦଳ ୧-୦ ଗୋଲରେ ଟିଟିଲାଗଡ଼କୁ ହରାଇ ଚଳିତ ବର୍ଷର ପ୍ରଥମ ବିଜେତା ଭାବେ ଚମ୍ପିଆନ ଟ୍ରଫି ହାତେଇଛି। ଖେଳରେ ଅତିଥିଭାବେ ୧ନଂଜୋନର ଜିଲ୍ଲାପରିଷଦ ସଦସ୍ୟା ସୁମିତ୍ରା ସାହୁ, ମିଳିତ ଶିକ୍ଷକ ସଂଘର ସଭାପତି ନିଳାଚଳ ଭୋଇ, ଫିରିଙ୍ଗିଆ ବ୍ଳକର ଉପାଧ୍ୟକ୍ଷ ଅଜିତ କୁମାର ସାହୁ, ରୁଣ୍ଡିମହୁଲ ସରପଞ୍ଚ ପଞ୍ଚାନନ ସାହୁ, ପୂର୍ବ ଯୁବବିଜେପି ରାଜ୍ୟ ସଂପାଦକ ଓମ୍ ପ୍ରକାଶ ମିଶ୍ର, କଣ୍ଟାମାଳ ବିଜେପି ମଣ୍ଡଳ ସଭାପତି ଅନିଲ ପ୍ରଧାନ, ଘଣ୍ଟାପଡ଼ା ବିଜେପି ମଣ୍ଡଳ ସଭାପତି ପିନାକ ଧରରଣା, ଅଧ୍ୟାପକ ଯତିନ ମିଶ୍ର ପ୍ରମୁଖ ଉପସ୍ଥିତ ରହି ଖେଳାଳୀଙ୍କୁ ଉତ୍ସାହିତ କରିବା ସଂଗେ ସଂଗେ ମହିଳା ଚମ୍ପିଆନ ଦଳକୁ ଟ୍ରଫି ସହ ନଗଦ ରାଶି ଏବଂ ଉପ ବିଜେତା ଦଳକୁ ଟ୍ରଫି ସହ ନଗଦ ରାଶି ପ୍ରଦାନ କରିଥିଲେ। ମନୋଜ ଶର୍ମା, ମନ୍ଦର ଧର ବେହେରା ଓ ମହେନ୍ଦ୍ର ଦାସ ଖେଳର ଧାରା ବିବରଣୀ ଓ ଅଭିଳାଷ ପ୍ରସାଦ ସାହୁ, ପ୍ରକାଶ ପ୍ରଧାନ, , ସଦାଶିବ ମହାନନ୍ଦ ଓ ସୁଜିତ ଖଟୁଆ ମ୍ୟାଚ ରେଫରୀ ଭାବେ ଓ ଅବସରପ୍ରାପ୍ତ ଖେଳ ପ୍ରଶିକ୍ଷକ ବୀରେନ୍ଦ୍ର ସାହୁ ମ୍ୟାଚ କମିଶନର ଭାବେ ସହଯୋଗ କରିଥିବା ସ୍ଥଳେ ଏସୋସିଏସନର ସମସ୍ତ ସଦସ୍ୟ ସହଯୋଗ କରିଥିଲେ।
କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ




