କଣ୍ଟାମାଳଠାରେ ଅଲ ଇଣ୍ଡିଆ ଫୂଟବଲ ଟୁର୍ନାମେଣ୍ଟ ପଞ୍ଚମ ଦିବସ, ପୁରୁଷରୁ ସମ୍ବଲପୁର ସେମିଫାଇନାଲ ଓ ମହିଳାରୁ ଦେବଗଡ଼ ଦଳ ଫାଇନାଲରେ


କଣ୍ଟାମାଳ, ୧୩/୨ : (ପ୍ରଭାତ କୁମାର ସାହୁ } ବୌଦ୍ଧ ଜିଲ୍ଲା କଣ୍ଟାମାଳ ଅlଥଲେଟିକ ଆସୋସିଏସନ ଦ୍ୱାରା ସ୍ଥାନୀୟ କଲେଜ ଖେଳ ପଡିଆରେ ଆୟୋଜିତ ପ୍ରଥମ ସର୍ବଭାରତୀୟ ଫୂଟବଲ ଟୁର୍ନାମେଣ୍ଟ ର ମଙ୍ଗଳବାର ପଞ୍ଚମ ଦିବସରେ ଉଭୟ ପୁରୁଷ ଓ ମହିଳା ଦଳ ମଧ୍ୟରେ ଏକ ସଂଘର୍ଷ ପୂର୍ଣ୍ଣ ଖେଳ ଅନୁଷ୍ଠିତ ହୋଇଛି l ଆଜି ଅପରାହ୍ନରେ ଅନୁଷ୍ଠିତ ପ୍ରଥମ ଖେଳ ସମ୍ବଲପୁର ଓ ବଲାଙ୍ଗୀର (ପୁରୁଷ )ଦଳ ମଧ୍ୟରେ ଖୁବ ସଂଘର୍ଷପୂର୍ଣ୍ଣ ହୋଇଥିଲା l ଖେଳ ଶେଷ ସୁଦ୍ଧା କେହି କାହାରିକୁ ଗୋଲ ଦେଇପାରି ନଥିଲେ l ପରେ ଟ୍ରାଇବେକର ଜରିଆରେ ସମ୍ବଲପୁର ଦଳ ବଲାଙ୍ଗୀରକୁ ୫- ୪ ଗୋଲରେ ହରାଇ ସେମିଫାଇନାଲକୁ ପ୍ରବେଶ କରିଛି l ସେହିପରି ମହିଳା ମ୍ୟାଚରେ ମନୋରମା କ୍ଲବ ଦେବଗଡ଼ ଓ ବୀରମହାରାଜପୁର ଦଳ ମଧ୍ୟରେ ହୋଇଥିଲା l ଏଥିରେ ଦେବଗଡ଼ ଦଳ ୧-୦ଗୋଲରେ ବୀରମହାରାଜପୁର କୁ ହରାଇ ଫାଇନାଲକୁ ଯାଇଛି l ଖେଳରେ ଅତିଥିଭାବେ ବିଜେଡି ରାଜ୍ୟ ଉପସଭାପତି ସୁଧିର ମହାକୁଡ଼, ଆଇନଜୀବୀ ରାଧାବଲ୍ଲଭ ପ୍ରଧାନ, ଅବସରପ୍ରାପ୍ତ ଖେଳ ନିରୀକ୍ଷକ ବୀରେନ୍ଦ୍ର କୁମାର ସାହୁ ଆଦି ଯୋଗଦେଇ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ l ମନୋଜ ଶର୍ମା ଓ ସୁଦାମ ମିଶ୍ର ଖେଳର ଧାରା ବିବରଣୀ ଓ ଅଭିଳାଷ ପ୍ରସାଦ ସାହୁ, ପ୍ରକାଶ ପ୍ରଧାନ, , ସଦାଶିବ ମହାନନ୍ଦ ଓ ସୁଜିତ ଖଟୁଆ ମ୍ୟାଚ ରେଫରୀ ଭାବେ ଓ ଅବସରପ୍ରାପ୍ତ ଖେଳ ପ୍ରଶିକ୍ଷକ ବୀରେନ୍ଦ୍ର ସାହୁ ମ୍ୟାଚ କମିଶନର ଭାବେ ସହଯୋଗ କରିଥିଲେ l ବୁଧବାର ମନୋରମା କ୍ଲବ ଦେବଗଡ଼ ଓ ଟିଟିଲାଗଡ଼ ମହିଳା ଦଳ ମଧ୍ୟରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ l
କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ




