Sports

ଅଲ ଇଣ୍ଡିଆ ଫୂଟବଲ ଟୁର୍ନାମେଣ୍ଟ ଚତୁର୍ଥ ଦିବସ ଫୁଲବାଣୀକୁ ହରାଇ ପୁରୁଷ ସେମିଫାଇନାଲରେ ସୋନପୁର 

 

କଣ୍ଟାମାଳ, ୧୨/୨ : (ପ୍ରଭାତ କୁମାର ସାହୁ) ବୌଦ୍ଧ ଜିଲ୍ଲା କଣ୍ଟାମାଳ ଅlଥଲେଟିକ ଆସୋସିଏସନ ଦ୍ୱାରା ସ୍ଥାନୀୟ କଲେଜ ଖେଳ ପଡିଆରେ ଆୟୋଜିତ ପ୍ରଥମ ଅଲ ଇଣ୍ଡିଆ ଫୂଟବଲ ଟୁର୍ନାମେଣ୍ଟର ସୋମବାର ଚତୁର୍ଥ ଦିବସରେ ସୋନପୁରର ଶ୍ରେୟାଂଶ ସ୍ପୋର୍ଟିଂ ଓ ଫୁଲବାଣୀ ଦଳ ମଧ୍ୟରେ ଏକ ସଂଘର୍ଷ ପୂର୍ଣ୍ଣ ଖେଳ ଅନୁଷ୍ଠିତ ହୋଇଛି l ଆଜି ଅପରାହ୍ନରେ ଅନୁଷ୍ଠିତ ଖେଳରେ ସୋନପୁର ଦଳର ଆକ୍ରମଣାତ୍ମକ ଖେଳକୁ ସମ୍ମୁଖୀନ କରି ନ ପାରି ଫୁଲବାଣୀ ଦଳ ୫-୦ ଗୋଲ ବ୍ୟବଧାନରେ ପରାଜିତ ହୋଇ ଟୁର୍ନାମେଣ୍ଟରୁ ବାଦ ପଡ଼ିଛି l ଫଳରେ ଫୁଲବାଣୀକୁ ହରାଇ ଶ୍ରେୟାଂଶ ସ୍ପୋର୍ଟିଂ ଦଳ ସେମିଫାଇନାଲକୁ ପ୍ରବେଶ କରିଛି l ଉକ୍ତ ଖେଳରେ ମୁଖ୍ୟଅତିଥି ଭାବେ ବୌଦ୍ଧ ଜିଲ୍ଲାପରିଷଦ ଉପାଧ୍ୟକ୍ଷ ଶଙ୍କର୍ଷଣ ପ୍ରଧାନ ଓ ସମ୍ମାନିତ ଅତିଥି ଭାବେ ଓକିଲ ସଂଘ ସଭାପତି ଦୂତିଆ ଚରଣ ସାହୁ , ଫିରିଙ୍ଗିଆ ବ୍ଲକ୍ ଉପାଧ୍ୟକ୍ଷ ଅଜିତ ସାହୁ , ସରକାରୀ ଓକିଲ ସୁରେଶ ଚନ୍ଦ୍ର ରଣା ପ୍ରମୁଖ ଯୋଗଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ l ମନୋଜ ଶର୍ମା ଖେଳର ଧାରା ବିବରଣୀ ପ୍ରଦାନ କରିଥିଲେ l ଅଭିଳାଷ ପ୍ରସାଦ ସାହୁ, ପ୍ରକାଶ ପ୍ରଧାନ, ବିକାଶ ସେଠି ପ୍ରମୁଖ ମ୍ୟାଚ ରେଫରୀ ଭାବେ କାର୍ଯ୍ୟ କରିଥିଲେ l ସେହିପରି ଅବସରପ୍ରାପ୍ତ କ୍ରୀଡା ଶିକ୍ଷକ ବୀରେନ୍ଦ୍ର କୁମାର ସାହୁ ମ୍ୟାଚ କମିଶନର ଭାବେ ଖେଳ ନିରୀକ୍ଷଣ କରିଥିଲେ l କଣ୍ଟାମାଳ ଅଂଚଳର ବହୁ ସଂଖ୍ୟାରେ ଖେଳ ପ୍ରେମୀ ଖେଳ ପଡିଆ ଚାରିପଟେ ରୁଣ୍ଡହୋଇ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ l

 

କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ

Related Articles

Back to top button