Sports

ମା ବୈଷ୍ଣବୀ ମହିଳା ମହାସଂଘର ବାର୍ଷିକ ଉତ୍ସବ ପାଳନ.


ଭୁବନେଶ୍ୱର, ଆଜି ବିଏମସି 53ନମ୍ବର ୱାର୍ଡରେ ଥିବା ଭୀମପୁର ଭୋଇସାହି ଅଙ୍ଗନବାଡି କେନ୍ଦ୍ର ଓ ଏସଏଚଜି ମହିଳା ମହାସଂଘ ପଡିଆରେ ମା ବୈଷ୍ଣବୀ ମହିଳା ମହାସଂଘ ତରଫରୁ ବାର୍ଷିକ ଉତ୍ସବ ପାଳନ ସହ ବାର୍ଷିକ କ୍ରୀଡା ପ୍ରତିଯୋଗିତା ହୋଇଯାଇଛି.ସ୍ଥାନୀୟ କର୍ପୋରେଟର ମହାମାୟା ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବାର୍ଷିକ ଉତ୍ସବକୁ ମାନ୍ୟବର ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ମୁଖ୍ୟ ଅତିଥିଭାବେ ଯୋଗଦେଇ ଫିତା କାଟି ଉଦଘାଟନ କରିଥିଲେ.ସମ୍ମାନିତ ଅତିଥିଭାବେ ବିଏମସି ମେୟର ଶ୍ରୀମତୀ ସୁଲୋଚନା ଦାସ ଯୋଗଦେଇ ମହିଳା ମାନଙ୍କ ମଧ୍ୟରେ ଉତ୍ସାହ ଦେଖି ବହୁ ପ୍ରଶଂସା କରିବା ସହ ମହିଳା ମାନଙ୍କୁ ଆଗକୁ ନେବାରେ କର୍ପୋରେଟର ମହାମାୟା ସ୍ବାଇଁଙ୍କ ଅହରହ ପ୍ରଚେଷ୍ଟାକୁ ଭୁୟସୀ ପ୍ରଶଂସା କରିଥିଲେ. ପ୍ରତିବର୍ଷ ଭଳି ଆଜି 70ଟି ଏସଏଚଜି ଗୋଷ୍ଠୀର 700 ମହିଳା ମାନେ ଭାଗ ନେବାକୁ ବଡ ଉତ୍ସାହର ସହ ଆସି ପହଂଚିଥିଲେ. ଆଗକୁ ବିଶ୍ୱ ମହିଳା ଦିବସ ପାଳନ ଉତ୍ସବରେ ପ୍ରତିଯୋଗିତାରେ ସଫଳ ହୋଇଥିବା ଏସଏଚଜି ଗ୍ରୁପକୁ ପୁରସ୍କୃତ କରାଯିବାର ବ୍ୟବସ୍ଥା କରାଯିବା ସହ ମହିଳା ମାନେ ଝୋଟି ଚିତା ଓ ରଙ୍ଗୋଲି ଆଦି କରି ପରିବେଶକୁ ଉତ୍ସବ ମୟ କରିଥିଲେ. ସବୁ ମହିଳାମାନଙ୍କ ମନରେ ଉତ୍ସାହ ଭରିବା ସହ ଖୋଲା ମନ ଓ ହୃଦୟରେ ପରସ୍ପର ଭିତରେ ଏକତା ରକ୍ଷା କରିବା ଏହିଉତ୍ସବର ମୂଳମନ୍ତ୍ର ବୋଲି କହିଛନ୍ତି ମେୟର ଶ୍ରୀମତୀ ସୁଲୋଚନା ଦାସ.ସବୁ ବୟସର ମହିଳା ମାନଙ୍କ ପାଇଁ ବିଭିନ୍ନ କାଟେଗୋରି ଖେଳରେ ଭାଗ ନେଇ ପାରିବା ଭଳି ସୁବିଧା ଏହି ପ୍ରତିଯୋଗିତାରେ ବ୍ୟବସ୍ଥା କରାଯାଇଛି. କ୍ରୀଡା ପ୍ରତିଯୋଗିତାରେ ଆଠ ପ୍ରକାର ଖେଳରେ ଭାଗ ନେଈହବ ଓ ମହିଳା ଦିବସରେ ପୁରସ୍କୃତ କରାଯିବ ବୋଲି କହିଛନ୍ତି ବିଏମସି 53ନଂ ୱାର୍ଡ କର୍ପୋରେଟର ମହାମାୟା ସ୍ୱାଇଁ. ଏମିତି ଆମର ବହୁ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ, ନାଚ ଗୀତ ଇତ୍ୟାଦି ମଧ୍ୟ ମଝିରେ ମଝିରେ ହୋଇଥାଏ ବୋଲି କହିଛନ୍ତି ଶ୍ରୀମତୀ ସ୍ୱାଇଁ.
ରିପୋର୍ଟ ଦେବ ପ୍ରସାଦ ମହାନ୍ତି.

Related Articles

Back to top button