ଅଲ ଇଣ୍ଡିଆ ଫୂଟବଲ ଟୁର୍ନାମେଣ୍ଟ ତୃତୀୟ ଦିବସ ପୁରୁଷରୁ ଆଫ୍ରିକା -11 ଓ ମହିଳାରୁ ଟିଟିଲାଗଡ଼ ଦଳ ଫାଇନାଲକୁ ପ୍ରବେଶ


କଣ୍ଟାମାଳ,11.02 : (ପ୍ରଭାତ କୁମାର ସାହୁ) ବୌଦ୍ଧ ଜିଲ୍ଲା କଣ୍ଟାମାଳ ଅlଥଲେଟିକ ଆସୋସିଏସନ ଦ୍ୱାରା ସ୍ଥାନୀୟ କଲେଜ ଖେଳ ପଡିଆରେ ଆୟୋଜିତ ପ୍ରଥମ ଅଲ ଇଣ୍ଡିଆ ଫୂଟବଲ ଟୁର୍ନାମେଣ୍ଟ ର ରବିବାର ତୃତୀୟ ଦିବସରେ ଉଭୟ ପୁରୁଷ ଓ ମହିଳା ଦଳ ମଧ୍ୟରେ ଏକ ସଂଘର୍ଷ ପୂର୍ଣ୍ଣ ଖେଳ ଅନୁଷ୍ଠିତ ହୋଇଛି l ଆଜି ଅପରାହ୍ନରେ ଅନୁଷ୍ଠିତ ପ୍ରଥମ ଖେଳ କଣ୍ଟାମାଳ ଏଥଲେଟିକ ଆସୋସିଏସନ ଓ ଆଫ୍ରିକା -11 (ପୁରୁଷ )ଦଳ ମଧ୍ୟରେ ହୋଇଥିଲା l ଖେଳ ଶେଷ ସୁଦ୍ଧା ଉଭୟ ଦଳ 1-1 ଗୋଲ ସହ ସମାନ ହୋଇଥିଲେ l ପରେ ଟ୍ରାଇବେକର ଜରିଆରେ ଆଫ୍ରିକା -11ଦଳ 1-0 ଗୋଲରେ ବିଜୟ ଲାଭ କରି ଫାଇନାଲକୁ ପ୍ରବେଶ କରିଥିଲା l ସେହିପରି ମହିଳା ମ୍ୟାଚ ରେ ଝାରସୁଗୁଡା ଓ ଟିଟିଲାଗଡ଼ ଦଳ ମଧ୍ୟରେ ଖେଳ ସଂଘର୍ଷପୂର୍ଣ୍ଣ ହୋଇଥିଲା l ଖେଳ ଶେଷ ସୁଦ୍ଧା କେହି କାହାରିକୁ ଗୋଲ ଦେଇ ପାରିନଥିଲେ l ପରେ ପେନାଲଟିକିକ ଜରିଆରେ ଝାରସୁଗୁଡାକୁ ହରାଇ ଟିଟିଲାଗଡ଼ ଦଳ ଫାଇନାଲକୁ ପ୍ରବେଶ କରିଛି l ଖେଳରେ ମୁଖ୍ୟଅତିଥି ଭାବେ ଭେଡେନ ବିଡ଼ିଓ ତ୍ରିପୁର ମହାନନ୍ଦ, ସମ୍ମାନୀତ ଅତିଥିଭାବେ ସରପଞ୍ଚ ପ୍ରତିନିଧି ସତ୍ୟନାରାୟଣ ମାଝୀ, ସମାଜସେବୀ ସନମ ଗୁରୁ, ସମୀର ଖଟୁଆ ଓ ଆଦିବାସୀ ନେତା ଡମ୍ବରୁଧର କହଁର ଆଦି ଯୋଗଦେଇ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ l ମନୋଜ ଶର୍ମା ଓ ସୁଦାମ ମିଶ୍ର ଖେଳର ଧାରା ବିବରଣୀ ଓ ଅଭିଳାଷ ପ୍ରସାଦ ସାହୁ, ପ୍ରକାଶ ପ୍ରଧାନ, ସୁଶୀଲ ବେହେରା, ସଦାଶିବ ମହାନନ୍ଦ ଓ ସୁଜିତ ସାହୁ ମ୍ୟାଚ ରେଫରୀ କାର୍ଯ୍ୟ କରିଥିଲେ। ସୋମବାର ମା ମଙ୍ଗଳା ଫୂଟବଲ କ୍ଲବ ସହ ଶ୍ରେୟାଂଶ ସ୍ପୋର୍ଟିଂ ସୋନପୁର ମଧ୍ୟରେ ଅନୁଷ୍ଠିତ ହେବ l
କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ




