ପାଇକରା ପୁର ମିନି ଷ୍ଟାଡିୟମରେ ଡ୍ରେସିଂ ହଲ ନିର୍ମାଣ କଲେ ମାନ୍ୟବର ବିଧାୟକ।


ବଡ଼ଚଣା,୧୦।୨,(ନି; ପ୍ର) ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ଅନ୍ତର୍ଗତ ସୋଲର ପାଇକରା ପୁର ସ୍ଥିତ ମିନି ଷ୍ଟାଡିୟମ୍ ର ଡ୍ରେଶିଂ ହଲ ର ଶୁଭ ଉଦ୍ଘାଟନ ମାନ୍ୟବର ବଡ଼ଚଣା ବିଧାୟକ ଙ୍କ କରକମଳରେ ଉଦ୍ଘାଟିତ ହୋଇଯାଇଛି। ଏହି ଡ୍ରେସିଂ ହଲ ର ନିର୍ମାଣ ଲାଗି ୮ ଲକ୍ଷ୍ୟ ବ୍ୟୟ ବରାଦ କରା ଯାଇ ଥିଲା। ଏହି ମିନି ଷ୍ଟାଡିୟମ୍ ଟି ୧୬ ନମ୍ୱର୍ ଜାତୀୟ ରାଜପଥ କଡ଼ରେ ହୋଇ ଥିବାରୁ ଷ୍ଟାଡିୟମ୍ କୁ ପୂର୍ଣ୍ଣ ଷ୍ଟାଡିୟମ୍ ରେ ପରିଣତ କରାଯିବ ବୋଲି ମୁଖ୍ୟ ଅତିଥି କହିଥିଲେ। ସମ୍ମାନିତ ଅତିଥି ଭାବେ ରାଜ୍ୟ ଫୁଟବଲ ଆସୁସେଶନ ର ଜୟେଣ୍ଟ ସେକ୍ରେଟାରୀ ବିଶ୍ବରଂଜନ ଘଡାଇ, ଫା ଓ ସାଧାରଣ ସମ୍ପାଦକ ସଂଗୀତା ଶର୍ମା, ରାଜ୍ୟ ର ସୁନାମଧନ୍ୟ କ୍ରୀଡା ପ୍ରଶିକ୍ଷକ ସହଦେବ ରାଉତ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ପଞ୍ଚାୟତ ସମିତି ଅଧ୍ୟକ୍ଷା ମିନତି ସେନାପତି, ଜିଲ୍ଲାପରିଷଦ ସଦସ୍ୟ ଜଚିନ୍ଦ୍ର ପ୍ରସାଦ ନାୟକ, ପୂର୍ବତନ ପଞ୍ଚାୟତ ସମିତି ଅଧକ୍ଷ ଭାଗ୍ୟଧର ମଲ୍ଲିକ, ଟେ ନି କଏଟ ପି ଇ ଟି ରମେଶ ବିଶ୍ଵାଳ, ପ୍ରତାପ ଆଚାର୍ଯ୍ୟ,ଦିଲୀପ ଦାସ , ପୂର୍ବତନ ଆତ୍ମାର ଅଧକ୍ଷ ନିରଞ୍ଜନ ସେନାପତି, ସୋଲର ସରପଞ୍ଚ ବିଜୟ ସ୍ୱାଇଁ, ଛତିଆ ସମିତି ସଭ୍ୟ ଦୀପକ ସାହୁ, ନେଳିଆ ସରପଞ୍ଚ ଜୟନ୍ତୀ ସ୍ୱାଇଁ, ଦିଲ୍ଲୀପ ପ୍ରହରାଜ, ସମାନ ସେବୀ ଅରୁଣ ପ୍ରହରାଜ, ପ୍ରଦୋଷ ନାଥ, ପୂର୍ବତନ ସରପଞ୍ଚ , ଜୟଦେବ ପ୍ରହରାଜ, ଗିରିଶ ପାତ୍ର , ପ୍ରଶିକ୍ଷକ ଆର୍ ଟୀଗା ପ୍ରମୁଖ ଯୋଗ ଦେଇ ଥିଲେ। ବରିଷ୍ଠ କ୍ରୀଡାବିତ ମାଧବାନନ୍ଦ ମହାପାତ୍ର ଷ୍ଟାଡିୟମ୍ ସମ୍ପର୍କରେ ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ।ସମିତି ସଭ୍ୟ ସଞ୍ଜୟ ବେହେରା ମଞ୍ଚକୁ ପରିଚାଳନା କରିଥିବା ବେଳେ, ପୂର୍ବତନ ସରପଞ୍ଚ ବାସୁଦେବ ସ୍ୱାଇଁ ଧନ୍ୟବାଦ୍ ଅର୍ପଣ କରିଥିଲେ।




