ତେନ୍ତୁଲିଖୁଣ୍ଟି ଠାରେ ଦ୍ଵାଦଶ ମା’ ବାଉତୀ କ୍ରିକେଟ ଟୁର୍ଣ୍ଣାମେଣ୍ଟଉଦଯାପିତ । ବେହେରାପାଲି ଦଳକୁ ହରାଇ ଦେଓଗାଁ ଚମ୍ପିଆନ


କଣ୍ଟାମାଳ, ୧୦/୨/୨୪ ( ପ୍ରଭାତ କୁମାର ସାହୁ) ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଳକ ଆମ୍ବଗାଁ ପଞ୍ଚାୟତ ସ୍ଥିତ ତେନ୍ତୁଲିଖୁଣ୍ଟି ଗ୍ରାମର ଖେଳ ପଡ଼ିଆରେ ୫ ଦିନ ଧରି ଚାଲିଥିବା ଦ୍ଵାଦଶ ମା’ବାଉତୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି। ଫାଇନାଲ ଖେଳରେ ବେହେରାପାଲିକୁ ହରାଇ ଦେଓଗାଁ ଚମ୍ପିଆନ ଚଳିତ ବର୍ଷର ଚମ୍ପିଆନ ହୋଇଛି। ଶନିବାର ଖେଳାଯାଇଥିବା ଫାଇନାଲ ମ୍ୟାଚରେ ଟସ ଜିତି ଦେଓଗାଁ ଦଳ ପ୍ରଥମେ ବ୍ୟାଂଟିକରି ନିର୍ଦ୍ଧାରିତ ଓଭରରେ ୪ଉଇକେଟ ହରାଇ ୧୦୮ରନର ବିଶାଳ ସ୍କୋର କରିଥିଲା। ୧୦୯ ରନର ବିଜୟ ଲକ୍ଷ୍ୟ ନେଇ ବେହେରାପାଲି ଦଳ ପ୍ରଥମେ ଭଲ ସ୍କୋର କରିଥିଲା। କିନ୍ତୁ ଲଗାତାର ୨ଟିଉଇକେଟ ପତନ ଯୋଗୁଁ ଖେଳ ଧିମେଇ ଯାଇଥିଲା। ଫଳରେ ନିର୍ଦ୍ଧାରିତ ଓଭରରେ ଦେଓଗାଁ ଦଳ ୫ ଉଇକେଟ ହରାଇ ୯୫ ରନ କରି ୧୪ ରନ ବ୍ୟବଧାନରେ ପରାସ୍ତ ହୋଇ ଉପ ବିଜେତାରେ ସନ୍ତୁଷ୍ଟ ହେବାକୁ ପଡ଼ିଥିଲା। ଉକ୍ତ ଟୁର୍ଣ୍ଣାମେଣ୍ଟର ଉଦଘାଟନ ସ୍ଥାନୀୟ ସମାଜ ସେବୀ ଦେଓକୁମାର ବେହେରାଙ୍କ ଦ୍ଵାରା ଉଦଘାଟିତ ହୋଇ ଶନିବାର ଉଦଯାପିତ ହୋଇଥିବା ଫାଇନାଲ ଖେଳରେ ମୁଖ୍ୟ ଅତିଥିଭାବେ ସ୍ଥାନୀୟ ଘଣ୍ଟାପଡ଼ା ଜିଲ୍ଲା ପରିଷଦ ସଦସ୍ୟା ସୁମିତ୍ରା ସାହୁ, ସମ୍ମାନୀତ ଅତିଥି ଭାବେ କଣ୍ଟାମାଳ ବିଧାୟକଙ୍କ ପ୍ରତିନିଧି ସୁଧାଂଶୁ ରଣା, ଫିରିଙ୍ଗିଆ ବ୍ଳକ ଉପାଧ୍ୟକ୍ଷ ଅଜିତ ସାହୁ, ଶିକ୍ଷାବିତ ନିଳାଚଳ ଭୋଇ, ବ୍ଲକ କଂଗ୍ରେସ ଉପସଭାପତି ଗୋପ ରଣା, ବିଜେପି ଘଣ୍ଟାପଡ଼ା ମଣ୍ଡଳ ସଭାପତି ପିନାକଧର ରଣା, ଆଦିବାସୀ ନେତା ସତ୍ୟନାରାୟଣ ମାଝୀ, ସ୍ଥାନୀୟ ସରପଞ୍ଚ ପ୍ରତିନିଧି ପ୍ରତାପ ରଣା, ସମିତି ସଭ୍ୟ ଦେବେନ୍ଦ୍ର ରଣା, ଘଣ୍ଟାପଡ଼ା ପଞ୍ଚାୟତର ନାଏବ ସରପଞ୍ଚ ନବୀନ କିଶୋର ମେଣ୍ଡିଲି, ସମାଜସେବୀ ଦେବେନ୍ଦ୍ର ସାହୁ, ଶେଷଦେବ ରଣା, ସୁରଥ ସାହୁ ପ୍ରମୁଖ ଉପସ୍ଥିତ ରହି ଚମ୍ପିଆନ ଦେଓଗାଁ ଦଳକୁ ଓ ଉପ-ବିଜେତା ବେହେରାପାଲି ଦଳକୁ ଟ୍ରଫି ସହ ନଗଦ ରାଶି ପ୍ରଦାନ କରିଥିଲେ। ଟୁର୍ଣ୍ଣାମେଣ୍ଟର ସର୍ବଶ୍ରେଷ୍ଠ ଖେଳାଳୀ ଭାବେ ବେହେରାପାଲି ଦଳର ନଳ ଓ ଫାଇନାଲ ଖେଳର ଶ୍ରେଷ୍ଠ ଖେଳାଳୀ ଭାବେ ଦେଓଗାଁ ଦଳର ରାଜୀବଙ୍କୁ ଟ୍ରଫି ପ୍ରଦାନ କରାଯାଇଥିଲା। ଉକ୍ତ ଫାଇନାଲ ମ୍ୟାଚରେ ଦୈତାରୀ ମାହାର ଓ ବିନୋଦ ରଣା ଖେଳ ପରିଚାଳନା କରିଥିଲେ। ସ୍କୋରରଭାବେ ରବିନ୍ଦ୍ର କର୍ମୀ ଓ ଗୋପାଳ ମାଝୀ ଦାୟିତ୍ୱ ତୁଳାଇଥିବା ସ୍ଥଳେ ଦେବେନ୍ଦ୍ର ରଣା, ଶଙ୍କର ସାହୁ ଓ ହରି ରଣା ଧାରାବିବରଣୀ ପ୍ରଦାନ କରିଥିଲେ ଏବଂ କ୍ରିକେଟ କ୍ଳବର ସମସ୍ତ ସଦସ୍ୟ ସହଯୋଗ କରିଥିଲେ।

କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ




