Sports

ଆତ୍ମରକ୍ଷା ତାଲିମ୍ ଶିବିର ଉଦ୍‌ଯାପିତ

 

ଢେଙ୍କାନାଳ, ୮/୨: ଢେଙ୍କାନାଳ ସରକାରୀ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଗତ ୩୦ ତାରିଖରୁ ଚାଲିଥିବା ଆତ୍ମରକ୍ଷା ପ୍ରଶିକ୍ଷଣ ଶିବିର ଅଦ୍ୟ ଉଦ୍‌ଯାପିତ ହୋଇଯାଇଅଛି । ଏହି ପ୍ରଶିକ୍ଷଣ ଶିବିରର ଉଦ୍‌ଦ୍ଯାପନୀ ସଭାରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ଯକ୍ଷ ଡ. ରାମଚନ୍ଦ୍ର ମଲ୍ଲ ଅଧ୍ଯକ୍ଷତା କରି ସଂପ୍ରତି ନାରୀମାନଙ୍କ ଉପରେ ହେଉଥୁବା ଅତ୍ୟାଚାରକୁ ବିରୋଧ କରିବା ସହ ଯୁବତୀମାନେ ଆତ୍ମରକ୍ଷା କୌଶଳ ଶିକ୍ଷା କରିବା ଉଚିତ୍ ବୋଲି ମତବ୍ୟକ୍ତ କରିଥିଲେ । ଏହି ଆତ୍ମରକ୍ଷା ପ୍ରଶିକ୍ଷଣ ଶିବିରରେ ଯୁକ୍ତ ୨ କଳା, ବାଣିଜ୍ୟ ଏବଂ ବିଜ୍ଞାନ ପ୍ରଥମ ବର୍ଷର ୨୧୬ଜଣ ଛାତ୍ରୀ ଅଂଶଗ୍ରହଣ କରି ଆତ୍ମରକ୍ଷା ପ୍ରଶିକ୍ଷଣ ନେଇଥୁଲେ । ସଂଯୋଜିକା ଅଧ୍ୟାପିକା ପ୍ରଜ୍ଞା ପାରମିତା ମାଝୀ ଶିବିର ପରିଚାଳନା କରିଥିଲେ । ରୁନୁବାଳା ବାରିକ୍, ସତରୂପା ଦେହୁରୀ, କଳ୍ପନା ସାହୁ, ଜ୍ୟୋତିର୍ମୟୀ ମହାପାତ୍ର ମାଷ୍ଟର ଟ୍ରେନର୍‌ ଭାବେ ଛାତ୍ରୀମାନଙ୍କୁ ପ୍ରଶିକ୍ଷଣ ଦେଇଥିଲେ । ଏହି ଉଦ୍‌ଯାପନୀ ସଭାର ଶେଷରେ ଛାତ୍ରୀମାନଙ୍କୁ ପ୍ରମାଣପତ୍ର ବିତରଣ କରାଯାଇଥିଲା ।

Related Articles

Back to top button