ରାଜ୍ୟ ସ୍ତରରେ ବୌଦ୍ଧ ଜିଲ୍ଲା କଣ୍ଟାମାଳ ଜୁନିଅର୍ ରେଡକ୍ରସ୍ ସ୍ଵେଚ୍ଛାସେବୀଙ୍କ ସଫଳତା


କଣ୍ଟାମାଳ, ୫/୨/(ପ୍ରଭାତ କୁମାର ସାହୁ) ମାନନୀୟ ସେବା ପ୍ରଦାନକାରୀ ସଂସ୍ଥା ରାଜ୍ୟ ଜୁନିଅର୍ ରେଡକ୍ରସ୍ ଆନୁକୁଲ୍ୟରେ ଭୁବନେଶ୍ୱର ଠାରେ ପଞ୍ଚ ଦିବସୀୟ ଶିକ୍ଷା ତଥା ପ୍ରଶିକ୍ଷଣ ଶିବିରରେ ବୌଦ୍ଧ ଜିଲ୍ଲାର ଜୁନିଅର୍ ରେଡକ୍ରସ୍ ସ୍ଵେଚ୍ଛାସେବୀମାନେ ସଫଳତା ସହ ଯୋଗଦାନ କରି ବୌଦ୍ଧ ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି l ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ଓଡ଼ିଶା ରାଜ୍ୟ ଶାଖା ରେଡକ୍ରସ୍ ସୋସାଇଟିର ସମ୍ପାଦକ ଡ. ମେଜର କଳ୍ପନା ଦାସ, ରଜ୍ୟ ରେଡକ୍ରସ୍ ଅବୈତନିକ ସମ୍ପାଦକ ବିଭୂତି ଭୂଷଣ ପଟ୍ଟନାୟକ, ଓଲିଓଡ଼ ସିନେ ଅଭିନେତା ସବ୍ୟସାଚୀ ମିଶ୍ର, ଓଡ଼ିଶା ରାଜ୍ୟ ଶାଖାର ଜୁନିଅର୍ ରେଡକ୍ରସ୍ ଅଫିସର ଲକ୍ଷ୍ମଣ ସ୍ୱାଇଁ ପ୍ରମୁଖ ମଞ୍ଚାସିନ ରହି ବକ୍ତଵ୍ୟ ରଖିଥିଲେ ଓ କୃତି ଛାତ୍ରଛାତ୍ରୀ ଜୁନିଅର୍ ମନଙ୍କୁ ପୁରସ୍କୃତ କରିଥିଲେ l ଆୟୋଜିତ ହୋଇଥିବା ନଅ ଗୋଟି ପ୍ରତିଯୋଗୀତା ରୁ ଦୁଇ ଗୋଟି ପ୍ରତିଯୋଗୀତାରେ ବୌଦ୍ଧ ଜିଲ୍ଲା ଅନ୍ତର୍ଗତ କଣ୍ଟାମାଳ ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ରୀ ପ୍ରତିଭା ସାହୁ କୁଇଜରେ ଦ୍ୱିତୀୟ , ସେହି ବିଦ୍ୟାଳୟର ଜୁନିଅର୍ ପ୍ରତ୍ୟଶା ପ୍ରିୟଦର୍ଶିନୀ କୁମ୍ଭାର, ଚନ୍ଦ୍ରମା ସାହୁ, ପ୍ରତିଭା ସାହୁ, ରାନୁ ଭୋଇ ସମୂହ ସଙ୍ଗୀତ ରେ ତୃତୀୟ ସ୍ଥାନ ଅଧିକାର କରିଥିବାରୁ ଅତିଥିଙ୍କ ଠାରୁ ପ୍ରମାଣ ପତ୍ର ଓ ବିଜୟ ସ୍ମାରକ ପାଇ ପୁରସ୍କୃତ ହୋଇଛନ୍ତି l ଏହି ଜୁନିଅରମାନଙ୍କୁ କଣ୍ଟାମାଳ ବ୍ଲକ ଜୁନିଅର୍ ରେଡକ୍ରସ୍ ସଂଯୋଜକ ବନମାଳୀ ମେହେର ଓ ତେଲିବନ୍ଦ ହାଇସ୍କୁଲର ଗାଇଡ ଜୁନିଅର୍ କାଉନସିଲର ସ୍ୱାଗତିକା ପଧାନଙ୍କ ନେତୃତ୍ୱରେ ରାଜ୍ଯ ସ୍ତରୀୟ ଶିବିରରେ ଯୋଗ ଦେଇଥିଲେ l ବୌଦ୍ଧ ଜିଲ୍ଲା ଶିକ୍ଷା ଅଧିକାରୀ ଗେନ୍ଦ୍ରା କୁଜୁରୁ, ଅତିରିକ୍ତ ଜିଲ୍ଳା ଶିକ୍ଷା ଅଧିକାରୀ ଘନଶ୍ୟାମ ମେହେର, ଶାରିରୀକ ଶିକ୍ଷା ଅଧିକାରୀ ଆନନ୍ଦ କୁମାର ବେହେରା, ଜିଲ୍ଲା ଜୁନିୟର ରେଡ଼କ୍ରସ୍ ଅଫିସର ନବକିଶୋର ଦୀପ, କଣ୍ଟାମାଳ ହାଇସ୍କୁଲ୍ ପ୍ରଧାନ ଶିକ୍ଷକ ପ୍ରକାଶ କୁମାର ପ୍ରଧାନ ତଥା ଅନ୍ୟାନ୍ୟ ବୁଦ୍ଧିଜୀବୀଗଣ ସଫଳତା ନିମନ୍ତେ ଜୁନିଅର ମାନଙ୍କୁ ଶୁଭେଛା ଜଣାଇଛନ୍ତି l
କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ




