Health

ଉତ୍କଳ ହସ୍ପିଟାଲ ପକ୍ଷରୁ ବିଶ୍ଵ କ୍ୟାନ୍ସର ଦିବସ ପାଳିତ 

 

 

ଭୁବନେଶ୍ବର, ୦୩.୦୨.୨୦୨୪: ପୂର୍ବ ଭାରତରେ ସେବା ବୃହତ କ୍ଯାନ୍ସର ସେଣ୍ଟର ଭୁବନେଶ୍ବର ନୀଳାଦ୍ରି ବିହାର ସ୍ଥିତ, ରାଜ୍ୟର ପ୍ରମୁଖ ସୁପର ମଲ୍ଟି ସ୍ପେସାଲିଷ୍ଟ ଉତ୍କଳ ହସ୍ପିଟାଲରେ ବିଶ୍ଵ କ୍ଯାନ୍ସର ଦିବସ ଅବ୍ୟବହିତ ପୂର୍ବରୁ ଆଜି କ୍ଯାନ୍ସର ରୋଗର କାରଣ, ନିଦାନ ଓ ନିରାକରଣ ଉପରେ ଏକ ଆଲୋଚନା ଚକ୍ର ହସ୍ପିଟାଲ ପରିସରରେ ଆୟୋଜିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ବିଭିନ୍ନ ସ୍ଥାନରୁ କ୍ଯାନ୍ସର ବିଶେଷଜ୍ଞ ମାନେ ଯୋଗ ଦେଇ ଜନସାଧାରଣଙ୍କୁ ସାଂପ୍ରତିକ ସ୍ଥିତିରେ କର୍କଟ ରୋଗର ମୁକାବିଲା ଏକ ଆହ୍ଵାନ ସାଜିଥିବା ବେଳେ ସମୟ ପୂର୍ବରୁ ଏହାର ଚିହ୍ନଟ ତଥା ଚିକିତ୍ସା ପଦ୍ଧତି ଉପରେ ବିଶେଷ ଆଲୋଚନା କରଯାଇଥିଲା। 

 ନିର୍ଦ୍ଦେଶକ ମେଡିକାଲ ସାଇନ୍ସ ଡ. ରଞ୍ଜନ କୁମାର ମହାପାତ୍ର, ନିର୍ଦ୍ଦେଶକ ରେଡିଏସନ ଅଙ୍କୋଲୋଜି ଡ. ସଞ୍ଜୀବ କୁମାର ମିଶ୍ର, ଡ. ଚିନ୍ମୟ ପାଣି, ରଞ୍ଜନ ମହାନ୍ତି, ଡ. ଦିଲ୍ଲୀପ କର, ଡ. ସୁଶାନ୍ତ ପାଇକରାୟ, ଡ. ବ୍ରହ୍ମାନନ୍ଦ ସତପଥି, ଡ. ସେଖ ଅଲ୍ଲୀ, ଡ. ଅରୟାବନି ଦତ୍ତ, ଓଲିଉଡ ସୁପରଷ୍ଟାର ସିଦ୍ଧାର୍ଥ ମହାପାତ୍ର ଏବଂ କ୍ଯାନ୍ସର ସରଭାଇଭର ସତ୍ବତି ମିଶ୍ର ଏବଂ ଅନେକ ଖ୍ୟାତନାମା ଡକ୍ଟର ଉପସ୍ଥିତ ଥିଲେ। ମୁଖ୍ୟ ଅତିଥି ଡ଼ିଏମଇଟି ପ୍ର. ଡ. ସଚିଦାନନ୍ଦ ମହାନ୍ତି ତାଙ୍କର ବକ୍ତବ୍ୟ ରଖିଥିଲେ।

Related Articles

Back to top button