ରେକଡୋଲର ୨୦ତମ ମା’ କନ୍ଧେନବୁଢି କ୍ରିକେଟ ଟୁର୍ନାମେଣ୍ଟ : ପଣ୍ଡରାପିଟା ତୃତୀୟଦଳ ଭାବେ ସେମିରେ


କଣ୍ଟାମାଳ,୨।୨(ପ୍ରଭାତ କୁମାର ସାହୁ): ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଘଣ୍ଟାପଡ଼ା ପଞ୍ଚାୟତ ଅନ୍ତର୍ଗତ ରେକଡୋଲ ଖେଳ ପଡିଆରେ ଆୟୋଜିତ ୨୦ତମ ମା’ କନ୍ଧେନ ବୁଢି କ୍ରିକେଟ ଟୁର୍ଣ୍ଣାମେଣ୍ଟର ତୃତୀୟ ଦିବସର ଖେଳରେ ଛିଞ୍ଚିଡାପାଲି ଦଳ ଓ ପଣ୍ଡରାପିଟା ଦଳ ମଧ୍ୟରେ ଖେଳ ହୋଇଥିଲା। ଟସ ଜିଣି ପ୍ରଥମେ ଛିଞ୍ଚିଡ଼ାପାଲି ଦଳ ବ୍ୟାଟିଂ ଆରମ୍ଭ କରି ନିର୍ଦ୍ଧାରିତ ଓଭରରେ ୮୯ରନ ସଂଗ୍ରହ କରିଥିଲା l ଜବାବରେ ନିର୍ଦ୍ଧାରିତ ଓଭର ପୂର୍ବରୁ ପଣ୍ଡରାପିଟା ଦଳ ୯୦ ରନ ସଂଗ୍ରହ ବିଜୟୀ ହୋଇ ତୃତୀୟ ଦଳ ଭାବେ ସେମି ଫାଇନାଲକୁ ପ୍ରବେଶ କରିଛି l ରାହାସ ବିଭାର ଓ ସମ୍ରାଟସିଂ ଭୋଇ ଖେଳ ପରିଚାଳନା କରିଥିଲେ l ଅଶୋକ ମହାନନ୍ଦ ଓ ବିକାଶ ମହାକୁଡ଼ ସ୍କୋରର ଦାୟିତ୍ୱ ନିର୍ବାହ କରିଥିବାବେଳେ ଦୈତାରୀ ମାହାର ଓ ଶିବଶଙ୍କର କାଲସେ ଧାରାବିବରଣୀ ପ୍ରଦାନ କରିଥିଲେ l ଆଜିର ଖେଳରେ ବୌଦ୍ଧ ଜିଲା ପରିଷଦ ଉପାଧ୍ୟକ୍ଷ ଶଙ୍କର୍ଷଣ ପ୍ରଧାନ ମୁଖ୍ୟଅତିଥି, ଘଣ୍ଟାପଡ଼ା ପଞ୍ଚାୟତ ଯୋଗାଣ ସହାୟକ ଶଙ୍କର ପ୍ରଧାନ ଓ ସମାଜସେବୀ ତଥା ଶିଳ୍ପପତି କରୁଣାକର ସାହୁ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଖେଳାଳୀଙ୍କୁ ଉତ୍ସାହିତ କରିବା ସଂଗେସଂଗେ ବିଜୟୀ ଦଳର ଖେଳାଳୀଙ୍କୁ ପୁରସ୍କୃତ କରିଥିଲେ l କ୍ରିକେଟ କ୍ଲବର ସମସ୍ତ ସଦସ୍ୟ ଓ ଗ୍ରାମବାସୀ ସହଯୋଗ କରିଥିଲେ ।
କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ




