Sports

ରେକଡୋଲର ମା’ କନ୍ଧେନ ବୁଢି କ୍ରିକେଟ ଟୁର୍ଣ୍ଣାମେଣ୍ଟ, ଦ୍ୱିତୀୟ ଦିବସରେ ବନ୍ଧପାଲି ଦ୍ୱିତୀୟଦଳ ଭାବେ ସେମିରେ ପ୍ରବେଶ 

କଣ୍ଟାମାଳ,୧।୨: (ପ୍ରଭାତ କୁମାର ସାହୁ) ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଘଣ୍ଟାପଡ଼ା ପଞ୍ଚାୟତ ଅନ୍ତର୍ଗତ ରେକଡୋଲ ଖେଳ ପଡିଆରେ ଆୟୋଜିତ ୨୦ତମ ମା’ କନ୍ଧେନ ବୁଢି କ୍ରିକେଟ ଟୁର୍ଣ୍ଣାମେଣ୍ଟର ଦ୍ଵିତୀୟ ଦିବସର ଖେଳରେ ବନ୍ଧପାଲି ଦଳ ଟସ ଜିଣି ପ୍ରଥମେ ବ୍ୟାଟିଂ ଆରମ୍ଭ କରି ନିର୍ଦ୍ଧାରିତ ୮ ଓଭର ଖେଳରେ ୯୮ରନ ସଂଗ୍ରହ କରିଥିଲା l ଅପରପକ୍ଷ ବରପଦର ଦଳ ନିର୍ଦ୍ଧାରିତ ଓଭରରେ କେବଳ ୬୨ରନ କରିପାରିଥିଲା। ଫଳରେ ବରପଦର ଦଳ ୩୬ ରନରେ ପରାଜିତ ହୋଇ ଟୁର୍ଣ୍ଣାମେଣ୍ଟରୁ ବିଦାୟ ନେଇଥିଲା l ବନ୍ଧପାଲି ଦଳ ଦ୍ଵିତୀୟ ଦଳ ଭାବେ ସେମି ଫାଇନାଲକୁ ପ୍ରବେଶ କରିଛି l ମଣ୍ଟୁ ଡାଙ୍ଗ ଓ ଜୁଗେ ବିଭାର ଖେଳ ପରିଚାଳନା କରିଥିଲେ l ଟଙ୍କ ମହାନନ୍ଦ ଓ ବିକାଶ ମହାକୁଡ଼ ସ୍କୋରର ଦାୟିତ୍ୱ ତୁଲାଇଥିବା ସ୍ଥଳେ ଅଶୋକ ସାହୁ ଓ ସୁଜିତ କହଁର ଧାରାବିବରଣୀ ପ୍ରଦାନ କରିଥିଲେ l ଦ୍ଵିତୀୟ ଦିବସର ଖେଳରେ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ କହ୍ନେଇ ଚରଣ ଡାଙ୍ଗ ମୁଖ୍ୟଅତିଥି, ଘଣ୍ଟାପଡ଼ା ମଣ୍ଡଳ ସଭାପତି ପିନାକଧର ରଣା, ଜିଲା ଉପ-ସଭାପତି ଚିତ୍ତରଞ୍ଜନ ପାତ୍ର, କଣ୍ଟାମାଳ ମଣ୍ଡଳ ସଭାପତି ଅନିଲ ପ୍ରଧାନ, ଅବସର ପ୍ରାପ୍ତ ସୈନିକ ଅରୁଣ ଭୋଇ, ଆଦିବାସୀ ନେତା ଡମ୍ବରୁଧର କହଁର, ସମାଜସେବୀ ବୁଧୁ ରଣା, ଅମିତ କୁମାର ପ୍ରଧାନ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଖେଳାଳୀଙ୍କୁ ଉତ୍ସାହିତ କରିଥିଲେ l ଶ୍ରୀନିବାସ ପାତ୍ର, ଦୁର୍ମନ ବିଭାର ଏବଂ କମିଟିର ସମସ୍ତ ସଦସ୍ୟ ସହଯୋଗ ସହ ଉପସ୍ଥିତ ରହିଥିଲେ l 

କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ୍

Related Articles

Back to top button