ନବ ଲିମିଟେଡ୍ଓ ଶୋଭା ଅନୁଷ୍ଠାନ ପକ୍ଷରୁ ନିର୍ମିଧାରେ ମାଗଣା ସ୍ୱାସ୍ଥ୍ୟସେବା ଶିବିର

-ଢ଼େଙ୍କାନାଳ ଜିଲ୍ଲା ଓଡାପଡା ବ୍ଲକ ନିମିଧା ପଞ୍ଚାୟତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ନବ ଲିମିଟେଡ୍ ଦ୍ବାରା ସ୍ବେଚ୍ଛାସେବୀ ସଂସ୍ଥା ଶୋଭା ଆନୁକୂଲ୍ୟରେ ଏକ ନିଶୁଳ୍କ ସାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । ଉଦ୍ଘାଟନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ଦିଲ୍ଲୀପ କୁମାର ବିଶ୍ବାଳ, ସମ୍ମାନିତ ଅତିଥି ଭାବେ କମୋଡର ଜି. ପ୍ରକାଶ, ଉପ ସଭାପତି ନବ ଲିମିଟେଡ୍, ଏନ୍ ୟାଇ କେ ର ଉପ ନିର୍ଦେଶକ ଶ୍ରୀଯୁକ୍ତ ଅଶୋକ ଦାଶ, ସିଏସ୍ର ବିଭାଗର ରାଧେଶ୍ୟାମ ସିଂହ, ହେମନ୍ତ କୁମାର ପଟେଲ, ଶୋଭାର ନିର୍ଦ୍ଦେଶକ ଉଦୟେନ୍ଦୁ ମିଶ୍ର, ବିଦ୍ୟାଳୟ ଏବଂ ଗ୍ରାମ ପଞ୍ଚାୟତ ପରିଚାଳନା କମିଟି ଓ ଅନ୍ୟ ପ୍ରମୁଖ ଅଧିକାରୀ ମାନେ ଅତିଥି ଭାବେ ଯୋଗ ଦେଇଥଲେ । ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଓ ନବ ଲିମିଟେଡ୍ର ଉପ ସଭାପତି ଲୋକ ମାନଙ୍କର ସ୍ୱାସ୍ଥ୍ୟ ସମସ୍ୟା ବୁଝିବା ସହ ପ୍ରତ୍ୟେକ କ୍ଷେତ୍ରରେ ସହଯୋଗ କରିବା ପ୍ରତିଶୃତି ଦେଇଥିଲେ ଏବଂ ଏଥସହ ଉପସ୍ଥିତ ସମସ୍ତ ସାସ୍ଥ୍ୟ ବିଭାଗର ପରିଦର୍ଶନ କରି ମାଗଣା ଶିବିରର କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ । ଏହି ଶିବିରରେ ପଞ୍ଚାୟତର ୩୬୦ ଜଣଙ୍କ ସାସ୍ଥ୍ୟ ପରୀଷା କରାଯାଇ ଆବଶ୍ୟକ ଔଷଧ ବଣ୍ଟନ କରାଯାଇଥିଲା । ଏହି ଶିବିରରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧକାରୀଙ୍କ ନିର୍ଦ୍ଦେଶରେ ନିର୍ଦ୍ଦିଷ୍ଟ କିଡନି କ୍ରିଏଟିନ୍ ଟେଷ୍ଟର ବ୍ୟବସ୍ଥା କରାଯାଇଥିଲା ଯେଉଁଥରେ ଆଖ ପାଖ ଗ୍ରାମର ୧୬ ଜଣ କିଡନି ସଂକ୍ରମିତ ଲୋକଙ୍କ ପରୀକ୍ଷା କରାଯାଇଥିଲା ।
ଶିବିରରେ ୫୭ ଜଣଙ୍କର ରକ୍ତ ଶର୍କରା, ରକ୍ତଚାପ ହିମୋଗ୍ଲୋବିନ୍, ବ୍ଲଡ୍ ଗ୍ରୁଫି, ମ୍ୟାଲେରିଆ ଆଦିର ଟେଷ୍ଟ କରାଯାଇଥିଲା । ସ୍ତ୍ରୀ ରୋଗ, ଭେଷଜ, ହୋମିଓ ପ୍ୟାଥକ, ଭୌତିକ ଚିକିତ୍ସା, ବାକ୍ ସମସ୍ୟା ଚିକିତ୍ସା ତଥା ଚକ୍ଷୁ ବିଭାଗରେ ସ୍ୱାସ୍ଥ୍ୟ ବିଶେଷଜ୍ଞ ଡା. ଗୋକୁଳ ଚନ୍ଦ୍ର ହୋତା, ଡା. ରାଜେନ୍ଦ୍ର ପ୍ରସାଦ ସାହୁ, ଡା. ଫାଲଗୁନି ମିଶ୍ର, ଡା. ସଣ୍ଣପ୍ରଭା ପ୍ରଧାନ ଓ ଡା. କ୍ଷମାପ୍ରଭା ମହାନ୍ତିଙ୍କ ଦ୍ବାରା ୫୯ ଜଣ ସ୍ତ୍ରୀ ରୋଗ, ୧୨୧ ଜଣ ଭେଷଜ, ୩୪ ଜଣ ହୋମିଓପ୍ୟାଥକ, ୩୭ ଜଣ ଭୌତିକ ଚିକିତ୍ସା, ୬ ଜଣ ବାକ୍ ସମସ୍ୟା ଓ ୮୭ ଜଣଙ୍କୁ ଆଖୁ ପରୀକ୍ଷା କରାଯାଇ ୫୨ ଜଣଙ୍କୁ ଚଷମା ମାଗଣାରେ ବଣ୍ଟନ କରାଯାଇଥିଲା । ଫାର୍ମାସିଷ୍ଟ ପ୍ରିୟବ୍ରତ ତ୍ରିପାଠୀ, ଏଲ୍ ଟି ଦେବୀପ୍ରସାଦ ଦାସ, ଏ.ଏନ୍.ଏମ୍ ସୁନିତା ଦେହୁରୀ, ଡା. ଅମିତ କୁମାର ମିଶ୍ର ଫିଜିଓଥେରାପିଷ୍ଟ ଦ୍ବାରା ସେବା ପ୍ରଦାନ କରାଯାଇଥିଲା ।




