Sports

କଣ୍ଟାମାଳ କଲେଜରେ ମହିଳା ଆତ୍ମରକ୍ଷା ତାଲିମ ଶିବିର ଭଦଘାଟିତ,

 

କଣ୍ଟାମାଳ, ୨୯/୧/୨୪ (ପ୍ରଭାତ କୁମାର ସାହୁ) ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଳକ ସ୍ଥିତ କଣ୍ଟାମାଳ ପଞ୍ଚାୟତ ମହାବିଦ୍ୟାଳୟରେ ପ୍ରୋଗ୍ରାମ ଅଫିସର ଅଧ୍ୟାପିକା ନିର୍ମଳା ଭୋଇଙ୍କ ତତ୍ତ୍ଵାବଧାନରେ ମହିଳା ଆତ୍ମରକ୍ଷା ତାଲିମ ଶିବିର କଲେଜ ଅଧ୍ୟକ୍ଷା ଶ୍ରୀମତୀ ପ୍ରଭାସିନୀ ଖଟୁଆ ମୁଖ୍ୟ ଅତିଥିଭାବେ ଯୋଗଦେଇ ଶିବିରକୁ ଉଦଘାଟନ କରିଥିଲେ। ଉକ୍ତ ଶିବିରରେ ଅନ୍ୟତମ ଅତିଥି ଭାବେ ଅଧ୍ୟାପକ ପୌଲସ୍ତି ପ୍ରଧାନ,ଜୟପ୍ରକାଶ ମହଲା, ମାଷ୍ଟର ଟ୍ରେନର ପଞ୍ଚଦିନୀ ଜାନି ଓ ଶିଖା ମଲିକ ଯୋଗ ଦେଇ ବର୍ତ୍ତମାନ ମହିଳା ନିଜ ନିଜର ସୁରକ୍ଷା ପାଇଁ ବିଭିନ୍ନ ଶାରୀରିକ କୌଶଳତାର ଆବଶ୍ୟକତା ଉପରେ ମନ୍ତବ୍ୟ ରଖିଥିଲେ।ମାଷ୍ଟର ଟ୍ରେନରଙ୍କ ଦ୍ଵାରା ଆଠଦିନ ଧରି ଉକ୍ତ ତାଲିମ ଶିବିର ଚାଲୁ ରହିବା ନେଇ ପ୍ରକାଶ କରିଛନ୍ତି ପ୍ରୋଗ୍ରାମ ଅଫିସର ଶ୍ରୀମତୀ ଭୋଇ। ଏହି ଶିବିରରେ ଯୁକ୍ତଦୁଇର ସମସ୍ତ ଛାତ୍ରୀ ଉପସ୍ଥିତ ରହିଥିବା ସ୍ଥଳେ କଲେଜର ସମସ୍ତ ଅଧ୍ୟାପିକା, ଅଧ୍ୟାପକ ଓ କର୍ମଚାରୀ ସହଯୋଗ କରିଥିଲେ।

କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ

Related Articles

Back to top button