Sports

କିଟ ଓ କିସ ତରଫରୁ ଘଣ୍ଟାପଡ଼ା ଡିଗ୍ରୀ କଲେଜରେ ମିନି ମାରାଥନ।

 

କଣ୍ଟାମାଳ, ୨୮/୧/୨୪ (ପ୍ରଭାତ କୁମାର ସାହୁ)ସମସ୍ତଙ୍କ ପାଇଁ ଶିକ୍ଷା ଉପରେ କିଟ ଓ କିସ ପକ୍ଷରୁ ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଳକର କୋଡିନେଟର ସମିର ମେହେରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଘଣ୍ଟାପଡ଼ା ଡିଗ୍ରୀ କଲେଜରେ ଏକ ମିନି ମାରାଥନର ଆୟୋଜନ ହୋଇଥିଲା। ଉକ୍ତ ମିନି ମାରାଥନକୁ ସ୍ଥାନୀୟ ଜିଲ୍ଲା ପରିଷଦ ସଦସ୍ୟା ସୁମିତ୍ରା ସାହୁ ଓ ବ୍ଳକ ମିଳିତ ଶିକ୍ଷକ ସଂଘର ସଭାପତି ନିଳାଚଳ ଭୋଇ ସବୁଜ ପତକା ଦେଖାଇ ଅନୁଷ୍ଠାନିକଭାବେ ଉଦଘାଟନ କରିଥିଲେ। ଏଥିରେ ପ୍ରାୟ ୨୦୦ରୁ ଅଧିକ ଛାତ୍ରଛାତ୍ରୀ କଲେଜରୁ ଦୌଡିବା ଆରମ୍ଭ କରି ଘଣ୍ଟାପଡ଼ା ବଜାର, ସ୍ଥାନୀୟ ସମଲେଶ୍ଵରୀ ମନ୍ଦିର, ପୁଣି କଲେଜକୁ ଏପରି ୭ କି.ମି. ପର୍ଯ୍ୟନ୍ତ ଦୌଡ଼ିଥିଲେ।ପରେ କିସ୍ ଓ କିଟର ପ୍ରତିଷ୍ଠାତା ତଥା କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତଙ୍କ କଣ୍ଟାମାଳ ପ୍ରତିନିଧି ଶମ୍ଭୁପ୍ରସାଦ ସାହୁଙ୍କ ସଭାପତିତ୍ଵରେ ଏକ ସଭାର ଆୟୋଜନ କଲେଜ ପରିସରରେ ଅନୁଷ୍ଠିତ ହୋଇଥିଲା। ଉକ୍ତ ସଭାରେ କଣ୍ଟାମାଳ ବିଧାୟକ ମହିଧର ରଣାଙ୍କ ପ୍ରତିନିଧି ସୁଧାଂଶୁ ଶେଖର ରଣା, ଜିଲ୍ଲା ପରିଷଦ ସଦସ୍ୟା ସୁମିତ୍ରା ସାହୁ, ବ୍ଳକର ଉପାଧ୍ୟକ୍ଷ ମହେନ୍ଦ୍ର ରଣା, ଶିକ୍ଷାବିତ ନିଳାଚଳ ଭୋଇ, କଲେଜ ପରିଚାଳନା ସଭାପତି କାର୍ତ୍ତିକେଶ୍ଵର ବେହେରା , ଫିରିଙ୍ଗିଆ ବ୍ଳକ ଉପାଧ୍ୟକ୍ଷ ଅଜିତ ସାହୁ, ବିଜେଡି ଜିଲ୍ଲା ସଂଯୋଜନ ପ୍ରଶାନ୍ତ ରଣା, ବ୍ଲକ୍ ବିଜେଡି ସଭାପତି ପ୍ରେମ ରାଜ ରଣା, ପୂର୍ବତନ ବ୍ଳକ ଅଧ୍ୟକ୍ଷ ସାମନ୍ତ ମାଝୀ, କଲେଜର ଅଧ୍ୟକ୍ଷ ଗିରିଧର ଦେହୁରୀ ପ୍ରମୁଖ ଉପସ୍ଥିତ ରହି ସମସ୍ତଙ୍କ ପାଇଁ ଶିକ୍ଷା ଓ ମିନି ମାରାଥନ ଉପରେ ବକ୍ତବ୍ୟ ରଖିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଶିବ ଶଙ୍କର କାଲସେ ସଭା ପରିଚାଳନା କରିଥିବା ସ୍ଥଳେ ଉମେଶ ରଣା ଧନ୍ୟବାଦ ଦେଇଥିଲେ।

କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ

Related Articles

Back to top button