ରଘୁନାଥ ଜୀୟୁ ଯୁବକ ସଂଘ ଅରଖପୁର, ବଡ଼ଚଣା, ଯାଜପୁର ନିକଟରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ


ଅଦ୍ୟ ତା ୨୮-୦୧-୨୦୨୪ ରିଖ, ରବିବାର ସେବା ହିଁ ଧର୍ମ ସ୍ବେଚ୍ଛାସେବୀ ସଂଗଠନ ସୌଜନ୍ୟତାରେ ରଘୁନାଥ ଜୀୟୁ ଯୁବକ ସଂଘ ଅରଖପୁର, ବଡ଼ଚଣା, ଯାଜପୁର ନିକଟରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା।ଉକ୍ତ ଶିବିରର ଉଦ୍ଘାଟନ ଚଣ୍ଡିଖୋଲ ଫାଣ୍ଡି ଅଧିକାରୀ ଶ୍ରୀଯୁକ୍ତ ଜହର ଅବେଦିନ କରିଥିଲେ। SCB କଟକ ରକ୍ତଭଣ୍ଡାର ତରଫରୁ ଡ଼ା ସଙ୍ଗୀତା ସମାଦ , ପ୍ରସନ୍ନ ଜିତ୍ ବିଶ୍ଵାଳ ଏବଂ ଅନ୍ୟ ସହଯୋଗୀ ସମୟନୁସାରେ ପହଞ୍ଚି ରକ୍ତ ସଂଗ୍ରହ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ। ଅନୁଷ୍ଠାନର ଅକ୍ଲାନ୍ତ ପରିଶ୍ରମ ସ୍ୱରୂପ ୪୦ ଜଣ ସ୍ଵେଚ୍ଛାକୃତ ରକ୍ତ ଦାତ୍ରୀ ସଫଳ ଭାବେ ରକ୍ତଦାନ କରିଥିଲେ। ନିକଟ ଅଞ୍ଚଳରେ ନୂତନ ଭାବେ ଅନୁଷ୍ଠିତ ହେଇଥିବା ରକ୍ତଦାନ ଶିବିର ରେ ରଘୁନାଥ ଜିଉ ଯୁବକ ସଂଘ, ସ୍ଥାନୀୟ ବାସିନ୍ଦା ଏବଂ ବୁଦ୍ଧିଜୀବି ବହୁତ ପ୍ରଶଂସା କରିଥିଲେ। ଅନୁଷ୍ଠାନର ଶୃଙ୍ଖଳିତ କାର୍ଯ୍ୟ ଏବଂ ସୁନ୍ଦର ପରିଚାଳନାରେ ମୁଗ୍ଧ ହୋଇ SCB ରକ୍ତ ଭଣ୍ଡାର ଅଧିକାରୀ ଶ୍ରୀମତୀ ସଙ୍ଗୀତା ସମାଦ୍ ଏକ ପ୍ରଶଂସା ପତ୍ର ପ୍ରଦାନ କରିଥିଲେ। ସେବା ହିଁ ଧର୍ମ ସ୍ବେଚ୍ଛା ସେବୀ ସଂଗଠନ ର ପ୍ରତିଷ୍ଠାତା ଶ୍ରୀଯୁକ୍ତ ଘନଶ୍ୟାମ ନାୟକ ଏବଂ ଅନୁଷ୍ଠାନର ବରିଷ୍ଟ ସଦସ୍ୟ କମଳାକାନ୍ତ ସାହୁ ଙ୍କ ଦ୍ଵାରା ମାନ ପତ୍ର ସହ ପୁରସୃତ କରାଯାଇଥିଲା। ଆମ ଅନୁଷ୍ଠାନ ତରଫରୁ ଜିତୁ, ଅଭି, ବିଭୁତି,ପ୍ରକାଶ, ପ୍ରଦୀପ୍ତ, କାହ୍ନୁ, ବିକ୍ରମ,ବିଶ୍ଵଭୁଷଣ, ଦୀପକ, ସନ୍ତୋଷ, ପ୍ରଦୀପ ପ୍ରମୁଖ ଯୋଗ ଦେଇ କାର୍ଯ୍ୟକ୍ରମ ପରିଚାଳନାରେ ମୁଖ୍ୟ ଦାୟିତ୍ଵ ତୁଲାଇଥିଲେ।




