Sports

କିଟ୍ କିସ୍ ଡିମଡ ବିଶ୍ଵବିଦ୍ୟାଳୟ ପକ୍ଷରୁ ଶିକ୍ଷା ସମସ୍ତଙ୍କ ପାଇଁ ସଚେତନତା ବାର୍ତ୍ତା ଉଦ୍ଦେଶ୍ୟରେ ମହାସମାରୋହରେ ବର୍ଣ୍ଣାଢ଼୍ୟ ମିନି ମାରାଥନ ଅନୁଷ୍ଠିତ 

ଢେଙ୍କାନାଳ : ତା. ୨୮.୦୧. ୨୦୨୪ : ( ) ଆଜି ପ୍ରାତଃ ୦୬ ଘଟିକା ସମୟରେ କିଟ୍ କିସ୍ ଡିମଡ ବିଶ୍ଵବିଦ୍ୟାଳୟ ପକ୍ଷରୁ ପକ୍ଷରୁ ଶିକ୍ଷା ସମସ୍ତଙ୍କ ପାଇଁ ସଚେତନତା ବାର୍ତ୍ତା ଉଦ୍ଦେଶ୍ୟରେ ମହାସମାରୋହରେ ବର୍ଣ୍ଣାଢ଼୍ୟ ମିନି ମାରାଥନ ବାଜିଚୌକ ଛକ ( ସହିଦ ବାଜିରାଉତ ସ୍ମୃତି ସ୍ତମ୍ଭ ) ନିକଟରୁ ବାହାରି ଢେଙ୍କାନାଳ ଟାଉନ୍ ପରିକ୍ରମା କରି ମିନି ଷ୍ଟାଡିୟମ ପରିସରରେ ପହଞ୍ଚିଥିଲା । ପ୍ରାରମ୍ଭରେ ଅତିଥି ମାନେ ସବୁଜ ପତାକା ଦେଖାଇ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ପରେ ମିନି ଷ୍ଟାଡିୟମ ଠାରେ ଉଦଯାପନୀ ସଭାରେ ଢେଙ୍କାନାଳ ପୌରାଞ୍ଚଳ ଉପନଗର ପାଳ ପ୍ରକାଶ ଚନ୍ଦ୍ର କୁଅଁର,ଶିକ୍ଷାବିତ ଡ଼ ସମିର କୁମାର ସାହୁ,ଡ଼.ପୁଷ୍ପଲତା ରଥ,ଡା.ଦେବୀ ପ୍ରସାଦ ମିଶ୍ର,ସେଣ୍ଟ ଜାଭିୟର ସ୍କୁଲର ଅଧକ୍ଷ ପ୍ରତାପ ଚନ୍ଦ୍ର ପାଣିଗ୍ରାହୀ,ରାଜ୍ୟ କଳା ସଂକୃତି ସଂଘର ଉପସଭାପତି ଅବନୀ ମିଶ୍ର,ବରିଷ୍ଠ କଳାଶିକ୍ଷକ ତଥା ନାଟ୍ୟକାର ଶିଳ୍ପୀ ପରେଶ ଚନ୍ଦ୍ର ପଟ୍ଟନାୟକ,ବରିଷ୍ଠ ନାଟ୍ୟକାର ତଥା ହାସ୍ୟ କବି ଶତୃଘନ ମାଟି,ବିଶିଷ୍ଟ ନାଟ୍ୟକାର ଦିନେଶ ଦାସ ପ୍ରମୁଖ ଯୋଗଦାନ କରି କିଟ୍ କିସ୍ ଡିମଡ ବିଶ୍ଵବିଦ୍ୟାଳୟର ପ୍ରତିଷ୍ଠାତା ତଥା କନ୍ଧମାଳ ସାଂସଦ ଡ଼. ଅଚ୍ୟୁତ ସାମନ୍ତଙ୍କ ଶିକ୍ଷା ସମସ୍ତଙ୍କ ପାଇଁ ସଚେତନତା ବାର୍ତ୍ତା ଉଦ୍ଦେଶ୍ୟରେ ମହାସମାରୋହରେ ବର୍ଣ୍ଣାଢ଼୍ୟ ମିନି ମାରାଥନ ଭଳି ଅଭିନବ କାର୍ଯ୍ୟକ୍ରମକୁ ଉଚ୍ଚ ପ୍ରଶଂସା କରିଥିଲେ । ଏହି କାର୍ଯ୍ୟକ୍ରମରେ ଭାଗ ନେଇ ଥିବା ବିଭିନ୍ନ ବିଦ୍ୟାଳୟ,କଲେଜ ଛାତ୍ରୀ,ଛାତ୍ର ଏବଂ କ୍ଲବ,ହକି ଆସୋସିଏସନ,ଟାଇକୋଣ୍ଡ ଆସୋସିଏସନର ସମସ୍ତ ଉପସ୍ଥିତ ଛାତ୍ରୀ ଛାତ୍ରମାନଙ୍କୁ ଅତିଥିମାନେ ସାର୍ଟିଫିକେଟ ଦେଇ ପୁରସ୍କୃତ କରିଥିଲେ । କାର୍ଯ୍ୟକ୍ରମକୁ କଳିଙ୍ଗ ଟିଭିର ଜିଲ୍ଲା ପ୍ରତିନିଧି ଅଥୟ କୁମାର ସାହୁ ପରିଚାଳନା କରିଥିବା ବେଳେ କିଟ୍ କିସ୍ ଡିମଡ ବିଶ୍ଵବିଦ୍ୟାଳୟର ମାନସ ମିଶ୍ରଙ୍କ ସମେତ ଅନ୍ୟ ସମସ୍ତ କର୍ମଚାରୀବୃନ୍ଦ ଉପସ୍ଥିତ ରହି ସମସ୍ତ ସହଯୋଗ କରିଥିଲେ ।

ଢେଙ୍କାନାଳ ରୁ ଦୀପ ନାରାୟଣ ଷଡ଼ଙ୍ଗୀ ଙ୍କ ରିପୋର୍ଟ ସମର୍ଥ ନିଉଜ 

Related Articles

Back to top button