Sports

କୋଡ଼ିବାହାଲରେ ଏକାଦଶ ମା’ ମାହେଶ୍ଵରୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ । ମଲିକୁଦକୁ ହରାଇ ସିଣ୍ଡୋଲ ଚମ୍ପିଆନ

କଣ୍ଟାମାଳ, ତା ୨୭/୧/୨୪ (ପ୍ରଭାତ କୁମାର ସାହୁ) ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଳକ ଘଣ୍ଟାପଡ଼ା ପଞ୍ଚାୟତ ସ୍ଥିତ ଡିଗ୍ରୀ କଲେଜର ଖେଳ ପଡ଼ିଆରେ ପାଞ୍ଚଦିନ ଧରି ଆୟୋଜିତ କୋଡ଼ିବାହାଲ ଦଶମ ମା’ ମାହେଶ୍ଵରୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଶୁକ୍ରବାର ଉଦଯାପିତ ହୋଇଯାଇଛି। ଫାଇନାଲ ଖେଳରେ ମଲିକୁଦ ଦଳକୁ ହରାଇ ସିଣ୍ଡୋଲ ଦଳ ଚମ୍ପିଆନ ଆଖ୍ୟା ଅର୍ଜନ କରିଛି । ଫାଇନାଲ ଖେଳରେ ଟସ୍ ଜିତି ସିଣ୍ଡୋଲ ଦଳ ପ୍ରଥମେ ବ୍ୟାଟିଂ କରି ଅଲରାଉଣ୍ଡର ରାଜାଙ୍କ ଚିତ୍ତାକର୍ଷକ ଅଭିଜିତ ଶତକ ବଳରେ ନିର୍ଦ୍ଧାରିତ ୧୦ ଓଭରରେ ଦୁଇ ଉଇକେଟ ବିନିମୟରେ ୧୬୬ ରନର ଏକ ବିଶାଳ ପାହାଡ଼ ଛଡ଼ା କରିଥିଲା । ୧୬୭ ରନର ବିଜୟ ଲକ୍ଷ୍ୟ ନେଇ ମଲିକୁଦ ଦଳ ନିୟମିତ ଉଇକେଟ ପତନ ଯୋଗୁଁ ୭.୨ ଓଭରରେ ସମସ୍ତ ଉଇକେଟ ହରାଇ ୭୮ରନ କରି ୮୮ ରନରେ ପରାସ୍ତ ହୋଇ ଉପ-ବିଜେତାରେ ସନ୍ତୁଷ୍ଟ ହେବାକୁ ପଡ଼ିଥିଲା।ବିଜେତା ଦଳର ରାଜାଙ୍କୁ ମ୍ୟାନ ଅଫ ଦି ଫାଇନାଲ, ସିରିଜ ଓ ଅଲରାଉଣ୍ଡର ଭାବେ ଅତିଥିଙ୍କ ଠାରୁ ପୁରସ୍କୃତ ହୋଇଥିଲେ। ଉକ୍ତ ଫାଇନାଲ ମ୍ୟାଚରେ ତଥା ଉଦଯାପନୀ ପୁରସ୍କାର ବିତରଣୀ ସଭାରେ ସ୍ଥାନୀୟ କଣ୍ଟାମାଳ ବିଧାୟକଙ୍କ ପ୍ରତିନିଧି ସୁଧାଂଶୁ ଶେଖର ରଣା, ବ୍ଲକ୍ ଉପାଧ୍ୟକ୍ଷ ମହେନ୍ଦ୍ର ରଣା, ଶିକ୍ଷାବିତ ନିଳାଚଳ ଭୋଇ ଓ ସୁଶାନ୍ତ ମାଝୀ, ଘଣ୍ଟାପଡ଼ା ସରପଞ୍ଚ ପ୍ରତିନିଧି କାଳିଆ କହଁର, ନାରାୟଣପ୍ରସାଦ ସରପଞ୍ଚ ପ୍ରତିନିଧି ସତ୍ୟନାରାୟଣ ମାଝୀ, ନାଏବ ସରପଞ୍ଚ ନବିନ ମେଣ୍ଡିଲି, ସମାଜସେବୀ ଅଶୋକ ସାହୁ ପ୍ରମୁଖ ଉପସ୍ଥିତ ରହି ଉପବିଜେତା ଓ ଚମ୍ପିଆନ ଦଳକୁ ଟ୍ରଫି ସହ ନଗଦ ରାଶି ପ୍ରଦାନ କରିଥିଲେ। ଉକ୍ତ ଖେଳଗୁଡ଼ିକୁ ମନୋଜ ମହାକୁଡ଼, ରବି ମହାକୁଡ଼ ଓ ରାଜୀବ ମେଣ୍ଡିଲି ଖେଳ ପରିଚାଳନା କରିଥିଲେ। ସ୍କୋରରଭାବେ ଜୀତେନ୍ଦ୍ର କୁଶଲ ଓ ସତ୍ୟବନ୍ତ ମିର୍ଦ୍ଧା ଏବଂ ଧାରା ବିବରଣୀରେ ଦେବେନ୍ଦ୍ରନାଥ ରଣା, ନାରାୟଣ, ଅଶୋକ ଦୈତାରୀ ଓ ରମେଶ କାର୍ଯ୍ୟ ତୁଳାଇଥିବା ସ୍ଥଳେ ମା’ ମାହେଶ୍ଵରୀ କ୍ରିକେଟ କ୍ଲବର ସଭାପତି ରଙ୍କନିଧି କମ୍ପ ଓ ସଂପାଦକ ଦେଓ କୁମାର ବେହେରା ଙ୍କ ସମେତ ଆନନ୍ଦ, ନିର୍ମଳ, ରାଜିବ , ରମେଶ, ଆଶିଷ,, ସଭ୍ୟ , ଅନନ୍ତ ସମେତ ସମସ୍ତ ସଦସ୍ୟ ସହଯୋଗ କରିଥିଲେ।

କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ

Related Articles

Back to top button