ବିଲେଇସୁଣୀ ମକର ମେଳାରେ ଅଘଟଣ ମହିଳାଙ୍କ ତଣ୍ଟି କାଟିଦେଲେ ଦୃବୃତ୍ତ

ତିର୍ତ୍ତୋଲ –:କାହିଁ କେତେ ବର୍ଷରୁ ଆୟୋଜିତ ହୋଇ ଆସୁଥିବା ବିଲେଇସୁଣୀ ମକର ମେଳା ରେ ହଜାର ହଜାର ଦର୍ଶକ ଆସିଥାନ୍ତି ! ଅପେରା ସହାୟତାରେ ମଞ୍ଚସ୍ଥ ହୁଏ ଯାତ୍ରା ନାଟକ ! ଏବେ ଚାଲିଥିବା ମକର ମେଳାର ସେଇ ଯାତ୍ରା ଦେଖିବାକୁ ଆସିଥିବା ଜଣେ ମହିଳାଙ୍କ ଗଳାକୁ କାଟି ଦେଇଛି କେହି ଜଣେ ଦୃବୃତ୍ତ ! ଖବର ଅନୁସାରେ ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ବ୍ଲକ ଅଧୀନ ଲଙ୍କାପଡା ଗ୍ରାମସ୍ଥିତ ବିଲେଇସୁଣୀ ମକରମେଳା ଦେଖିବାକୁ ଯାଇଥିବା ଗଈଠିପୁର ଗ୍ରାମର ଗଗନ ସେଠୀ ଙ୍କ ସହଧର୍ମିଣୀ ଙ୍କୁ ଲାଟିନ ଯିବାକୁ ଆବଶ୍ୟକ ହେବାରୁ ସେ ନିକଟସ୍ଥ ପାଇକାନଦୀ କୁ ଶୌଚ ହେବାକୁ ଅନ୍ୟ ଜଣେ ମହିଳାଙ୍କ ସହିତ ଆସିଥିବା ବେଳେ ମହିଳାଙ୍କ ଅଗୋଚରରେ ଫଲୋ କରୁଥିବା କେହି ଲୁଟେରା ତାଙ୍କର ଗଳାକୁ ମାରଣାସ୍ତ୍ରରେ କାଟିଦେଇ ଥିବାର ଦେଖିବାକୁ ମିଳିଛି ! ମହିଳାଙ୍କ ସହିତ ଆସିଥିବା ଅନ୍ୟ ଜଣେ ମହିଳା ଧାଇଁ ଯାଇ କିଛି ଲୋକଙ୍କୁ ଡାକି ଆଣିବାରୁ ସେମାନେ ମୁର୍ମୁଷୁ ଅବସ୍ଥାରେ ନଦୀ ବାଲିରୁ ଉଦ୍ଧାରକରି କଟକ ବଡ ମେଡିକାଲକୁ ପଠାଇଥିବାର ଖବର ମିଳିଛି !ମହିଳାଙ୍କ ସୁନା ଗହଣାକୁ ଲୁଟିବା ପାଇଁ ଏପରି ଅଘଟଣ ଘଟିଥାଇପାରେ ବୋଲି ଅନୁମାନ କରାଯାଉଥିବା ବେଳେ କୃଷ୍ଣାନନ୍ଦପୁର ଥାନାଧିକାରୀ ଘଟଣାର ଛନଭିନ କରୁଥିବାର ଜଣାପଡିଛି !
ଜଗତସିଂହପୁର ରୁ ଭାଗବତ ପ୍ରସାଦଙ୍କ ରିପୋର୍ଟ ସମର୍ଥ ନ୍ୟୁଜ ଓଡିଶା !