Sports

ବ୍ଲକ ସ୍ତରୀୟ ମା ଭୈରବୀ କପ…… ..ଆଡେଣିଗଡ଼ ଓ ବି.ଡ଼ି.ପି.ଏଲ ବିଜୟୀ….

ହରଭଙ୍ଗା(ଚିତ୍ତରଞ୍ଜନସିଂ). ହରଭଙ୍ଗା ବ୍ଲକ ପୁରୁଣାକଟକ ମା ଭୈରବୀ କ୍ଳବ ଆନୁକୂଲ୍ୟରେ ଶନିବାର ବ୍ଲକ ସ୍ତରୀୟ କ୍ରିକେଟ ଟୁର୍ନାମେଣ୍ଟ ଉଦଘାଟିତ ହୋଇଯାଇଛି l ଉଦ୍ଘାଟନୀ ଦିବସରେ ମୁଖ୍ୟ ଅତିଥିଭାବେ ବିଶିଷ୍ଠ ତେଲଗୁ ଚଳଚିତ୍ର ଅଭିନେତା ଜଳନ୍ଧର ବେହେରା ସମ୍ମାନିତ ଅତିଥିଭାବେ ଭୈରବୀ କ୍ଳବର ସଭାପତି ଅକ୍ରୁର ସେଠି, ଜର୍ଣ୍ଣାଲିଷ୍ଟ ଆସୋସିଏସନ ହରଭଙ୍ଗା ବ୍ଲକ ସଭାପତି ବନମାଳୀ ଯୋଗ ଦେଇ ଅନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ।ରବିବାର ଦ୍ୱିତୀୟ ଦିନ ଖେଳର ପ୍ରଥମ ମ୍ୟାଚ ରେ ଅଡ଼େଣିଗଡ ମେଡିକାଲ ଟିମ ଓ ସରଧାପୁର ମଧ୍ୟରେ ଖେଳ ହୋଇଥିଲା। ନିର୍ଦ୍ଧାରିତ ଓଭର ମଧ୍ୟରେ ଅଡ଼େଣିଗଡ ବିଜୟୀ ହୋଇଥିବା ବେଳେ ଦ୍ୱିତୀୟ ମ୍ୟାଚ ରେ BDPL ଓ ଯାଜପୁର ଦଳ ମଧ୍ୟରେ ରୋମାଞ୍ଚକର ଖେଳ ହୋଇଥିଲା ଓ BDPL ବିଜୟୀ ହୋଇଥିଲା। ଆଜିର ଦ୍ୱିତୀୟ ଦିନ ମ୍ୟାଚ ରେ ଅତିଥି ଭାବେ ଉଦ୍ୟାନ କୃଷି ଅଧିକାରୀ ଜ୍ଞାନ ରଞ୍ଜନ ଦିଗାଲ, ଶିକ୍ଷାବିତ ସତ୍ୟ ନାୟକ, ଭୈରବୀ କ୍ଲବ ପୁରୁଣାକଟକ ର ସଭାପତି ଅକୁର ସେଠି, ମନୋଜ ଅଗ୍ରୱାଲ ପ୍ରମୁଖ ଯୋଗ ଦେଇ ଖେଳାଳି ଙ୍କୁ ଉତ୍ସାହିତ କରିଥିଲେ।

Related Articles

Back to top button