Sports

ଦ୍ୱିତୀୟ ମା’ ସମଲେଶ୍ଵରୀ ଫୁଟବଲ୍ ଟୁର୍ନାମେଣ୍ଟ ଉଦଯାପିତ , ଅର୍ଜ୍ଜୁନପୁରକୁ ହରାଇ ବାଲିଖମାର ଚମ୍ପିଆନ

 

କଣ୍ଟାମାଳ,୨୧/୧/୨୪ (ପ୍ରଭାତ କୁମାର ସାହୁ)ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଳକର ଘଣ୍ଟାପଡ଼ା ହାଇସ୍କୁଲ ଖେଳ ପଡ଼ିଆରେ ଏସ ଏସ ଇଲେଭେନ ଷ୍ଟାର ଦ୍ୱାରା ଆୟୋଜିତ ଦଶମ ମା’ ସମଲେଶ୍ଵରୀ ଫୁଟବଲ ଟୁର୍ନାମେଣ୍ଟ ରବିବାର ଉଦଯାପିତ ହୋଇଯାଇଛି। ଫାଇନାଲ ମ୍ୟାଚରେ ଅର୍ଜୁନପୁରକୁ ୧-୦ ଗୋଲରେ ହରାଇ ବାଲିଖମାର ଦଳ ଚମ୍ପିଆନ ହୋଇଅଛି। ମ୍ୟାଚରେ ଉଭୟ ପକ୍ଷ ଆକର୍ଷଣୀୟ ଖେଳ ଜାରି ରହିଥିଲା। କିନ୍ତୁ ଶେଷ ୨ ମିନିଟ ପୂର୍ବରୁ ବାଲିଖମାର ଏକ ଗୋଲ ସ୍କୋର କରି ବିଜୟୀ ହୋଇଥିଲ। ଫାଇନାଲ ମ୍ୟାଚରେ ମୁଖ୍ୟ ଅତିଥିଭାବେ ସ୍ଥାନୀୟ କଣ୍ଟାମାଳ ବିଧାୟକଙ୍କ ପ୍ରତିନିଧି ସୁଧାଂଶୁ ଶେଖର ରଣା, ସମ୍ମାନୀତ ଅତିଥିଭାବେ ଘଣ୍ଟାପଡ଼ା ନଂ ୧ଜୋନର ଜିଲ୍ଲା ପରିଷଦ ସଦସ୍ୟା ଶ୍ରୀମତୀ ସୁମିତ୍ରା ସାହୁ,କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଳକର ଉପାଧ୍ୟକ୍ଷ ଅଜିତ କୁମାର ସାହୁ, ଜମିଦାର ବସନ୍ତ ମାଝୀ, ଶିକ୍ଷାବିତ ସୁଶାନ୍ତ ମାଝୀ, ଏସଆଇ ବିଶ୍ଵାମିତ୍ର ଲୋଇ, ନାଏବ ସରପଞ୍ଚ ନବୀନ କିଶୋର ମେଣ୍ଡିଲି,ସମାଜସେବୀ ବିଶ୍ଵାମିତ୍ର ମାଝୀ, ସୂର୍ଯ୍ୟନାରାୟଣ ସାହୁ, ଅନନ୍ତରାମ ମାଝୀ ପ୍ରମୁଖ ଉପସ୍ଥିତ ରହି ବିଜେତା ଦଳ ଓ ଉପ-ବିଜେତା ଦଳଙ୍କୁ ଟ୍ରଫି ସହ ନଗଦ ରାଶି ପ୍ରଦାନ କରିଥିଲେ।ବିଜୟୀ ଦଳର ରାଜାଙ୍କୁ ମ୍ୟାନ ଅଫ୍ ଦି ଫାଇନାଲ ଓ ସିରିଜ ଟ୍ରଫି ପ୍ରଦାନ କରାଯାଇଥିଲା। ମ୍ୟାଚକୁ ବୀରବାହୁ ମାଝୀ, ସୁବଳ ନାଏକ, ବଡ଼ ସାନ ସେଠୀ ଖେଳ ପରିଚାଳନା କରିଥିବା ସ୍ଥଳେ ଧାରା ବିବରଣୀ ଅଶୋକ ସାହୁ, ଅଗସ୍ତି ମଲିକ ଓ ଦେବେନ୍ଦ୍ରନାଥ ରଣା ପ୍ରଦାନ କରିଥିଲେ।ଏସଏସ ଇଲେଭେନ ଷ୍ଟାରର ସମସ୍ତ ସଦସ୍ୟ ସହଯୋଗ କରିଥିଲେ।

କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ

Related Articles

Back to top button