ଶୋଭା ଅନୁଷ୍ଠାନ ପକ୍ଷରୁ ମାଗଣା ସ୍ୱାସ୍ତ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ


-ଢେଙ୍କାନାଳ ଜିଲ୍ଲାର ମୋଟଙ୍ଗା ଗ୍ରାମ ପଞ୍ଚାୟତର ନୋଡାଲ ଉଚ୍ଚପ୍ରାଥମିକ ବିଦ୍ୟାଳୟ ପରିସରରେ ନଭ ଲିମିଟେଡ୍ ସହାୟତାରେ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଶୋଭା ପକ୍ଷରୁ ମାଗଣା ସ୍ୱାସ୍ଥ୍ୟ ଶିବିର ରବିବାର ଅନୁଷ୍ଠିତ ହୋଇଯାଇଛି। ପଞ୍ଚାୟତର ସମୁଦାୟ 331 ଜଣଙ୍କ ସ୍ଵାସ୍ଥ୍ୟ ପରୀକ୍ଷା କରାଯାଇ ଥିଲା ଏବଂ ଆବଶ୍ୟକ ଔଷଧ ବଣ୍ଟନ

କରାଯାଇଥିଲା । ଉଦ୍ଘାଟନ ଉତ୍ସବରେ ମୁଖ୍ଯ ଅତିଥି ଭାବେ ନେହେରୁ ଯୁବ କେନ୍ଦ୍ର ସଂଗଠନ ର ଉପ ନିର୍ଦେଶକ ଶ୍ରୀଯୁକ୍ତ ଅଶୋକ କୁମାର ଦାଶ,ସମ୍ମାନିତ ଅତିଥି ବି ଲକ୍ଷ୍ମୀ ପ୍ରସାଦ, ଜେନେରାଲ ମ୍ୟାନେଜର, ନଭ ଲିମିଟେଡ୍, ସି.ଏସ. ଆର ର ମୁଖ୍ଯ ରାଧେଶ୍ୟାମ୍ ସିଂ, ହେମନ୍ତ କୁମାର ପଟେଲ, ସ୍କୁଲ ପରିଚାଳନା କମିଟିର ଚେୟାରମ୍ୟାନ ଶ୍ରୀଯୁକ୍ତ ଜଗନ୍ନାଥ ସାହୁ ଏବଂ ଅନ୍ୟାନ୍ୟ ବରିଷ୍ଠ ପଦାଧିକାରୀ ଯୋଗ ଦେଇଥିଲେ। ଶୋଭାର ନିର୍ଦେଶକ ଉଦୟେନ୍ଦୁ ମିଶ୍ର ପ୍ରାରମ୍ଭିକ ଭାଷଣ ପ୍ରଦାନ ସହ ସ୍ୱାସ୍ଥ୍ୟ

ଶିବିର ର ଲକ୍ଷ୍ୟ ଉଦେଶ୍ୟ ସମ୍ପର୍କ ରେ ଆଲୋକ ପାତ କରିଥିଲେ ଓ ବରିଷ୍ଠ ଆଡଭୋକେଟ ବସନ୍ତ କୁମାର ରଥ ମଞ୍ଚ ପରିଚାଳନା ସହ ଧନ୍ୟବାଦ ଅପର୍ଣ କରିଥିଲେ।
ଶିବିରରେ 55 ଜଣକର ରକ୍ତ ଶର୍କରା, ରକ୍ତଚାପ ହିମୋଗ୍ଲୋବିନ୍, ବ୍ଲଡ୍ ଗ୍ରୁପିଂ, ମ୍ୟାଲେରିଆ ଇତ୍ୟାଦି ନିଶୁଳ୍କ ଯାଞ୍ଚ କରାଯାଇ ସ୍ତ୍ରୀ ରୋଗ, ଶିଶୁ, ଭେଷଜ,

ହୋମିଓ ପ୍ୟାଥିକ୍, ଭୌତିକ ଚିକିତ୍ସା ତଥା ଚକ୍ଷୁ ବିଭାଗରେ ସ୍ୱାସ୍ଥ୍ୟ ବିଶେଷଜ୍ଞ ଡା ଗୋକୁଳ ଚନ୍ଦ୍ର ହୋତା, ଡା ରାଜେନ୍ଦ୍ର ପ୍ରସାଦ ସାହୁ, ଡା ଫାଲଗୁନି ମିଶ୍ର, ଡା ରାଜେଶ କୁମାର ପତି, ଆକାଂକ୍ଷା ମିଶ୍ରଙ୍କ ଦ୍ୱାରା 19 ଜଣ ସ୍ତ୍ରୀ ରୋଗ, 15 ଜଣ ଶିଶୁ, 134 ଭେଷଜ, 29 ଜଣ ହୋମିଓପ୍ୟାଥିକ୍, 41 ଜଣ ଭୌତିକ ଚିକିତ୍ସା, ଓ 93 ଜଣଙ୍କୁ ଆକ୍ଷୀ ପରୀକ୍ଷା କରାଯାଇ 51ଜଣଙ୍କୁ ଚଷମା

ମାଗଣାରେ ବଣ୍ଟନ କରାଯାଇଥିଲା । ଫାର୍ମାସିଷ୍ଟ ପ୍ରିୟବ୍ରତ ତ୍ରିପାଠୀ, ଏଲ୍ ଟି ଦେବୀପ୍ରସାଦ ଦାସ,ଏ. ଏନ୍. ଏମ୍. ସୁନିତା ଦେହୁରୀ , ଡା ଅମିତ କୁମାର ମିଶ୍ର ଫିଜିଓଥେରାପିଷ୍ଟ ଯୋଗଦେଇ ସେବା ଯୋଗାଇ ଦେଇଥିଲେ । ଏଥିରେ ମହିଳା ଓ କନ୍ୟା ସନ୍ତାନମାନଙ୍କ ପାଇଁ ଜିଲ୍ଲାରେ କାର୍ଯ୍ୟରତ ସଖୀ ଅନୁଷ୍ଠାନ ର କେନ୍ଦ୍ର କର୍ମକର୍ତ୍ତାଗଣ ଯୋଗ ଦେଇ ମହିଳା ହିଂସା ନିବାରଣ ନିମନ୍ତେ ଜନ ସଚେତନତା ସୃଷ୍ଟି କରିଥିଲେ।





