Sports

ବଲାଙ୍ଗିଯୋରରେ ଚତୁର୍ଥ ମାଁ କନ୍ଧେନ୍ବୁଢ଼ୀ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉଦଯାପିତ ,    ବଡଙ୍ଗୋମୁଣ୍ଡାକୁ ହରାଇ ଆଟଗାଁ ଚମ୍ପିୟାନ 

 

ଘଣ୍ଟାପଡ଼ା, ତା୧୪/୧/୨୪(ପ୍ରଭାତ କୁମାର ସାହୁ)ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଳକ ଘଣ୍ଟାପଡ଼ା ଥାନା ଅଧୀନ ଖମନମୁଣ୍ଡା ପଞ୍ଚାୟତର ବଲାଙ୍ଗିଯୋର ଖେଳ ପଡ଼ିଆରେ ମା’ କନ୍ଧେନବୁଢୀ କ୍ଲବ ଦ୍ଵାରା ଆୟୋଜିତ ଚତୁର୍ଥ ମା’ କନ୍ଧେନ ବୁଢୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଫାଇନାଲ ଖେଳ ସହ ଉଦଯାପିତ ହୋଇଯାଇଛି। ରବିବାର ଫାଇନାଲ ମ୍ୟାଚରେ ଆଟଗାଁ ଏବଂ ବଡଙ୍ଗୋମୁଣ୍ଡା ମଧ୍ୟରେ ଖେଳ ହୋଇଥିଲା। ଟସ ଜିତି ଆଟଗାଁ ଦଳ ୮ ଓଭରରେ ୬ଉଇକେଟ ହରାଇ ୭୨ରନ କରିଥିଲା। ଜବାବରେ ବଡ଼ଙ୍ଗୋମୁଣ୍ଡା କ୍ରିକେଟ୍ ଦଳ ନିର୍ଦ୍ଧାରିତ ଓଭରରେ ୬୧ରନ କରିବାକୁ ସମର୍ଥ ହୋଇଥିଲା। ଫଳରେ ଆଟଗାଁଦଳ ୧୦ରନରେ ବିଜୟ ହାସଲ କରି ଚଳିତବର୍ଷର ଚମ୍ପିୟାନ ହୋଇଅଛି। ଉକ୍ତ ଫାଇନାଲ ମ୍ୟାଚରେ ଅତିଥି ଭାବେ ଶିକ୍ଷାବିତ ନିଳାଚଳ ଭୋଇ, କନ୍ଧମାଳ ଜିଲ୍ଲା ପରିଙ୍ଗିଆ ବ୍ଳକର ଉପାଧ୍ୟକ୍ଷ ଅଜିତ ସାହୁ, ଆଦିବାସୀ ନେତା ବିବତ୍ସ ଭୋଇ ଓ ସତ୍ୟନାରାୟଣ ମାଝୀ, ସମାଜସେବୀ ପ୍ରହଲ୍ଲାଦ ଭୋଇ, ସମ୍ଭାରୁ ରଣା ପ୍ରମୁଖ ପୁରସ୍କାର ବିବରଣୀ ଉତ୍ସବରେ ଉପସ୍ଥିତ ରହି ବିଜେତା ଓ ଉପ-ବିଜେତା ଦଳକୁ ଟ୍ରଫି ସହ ନଗଦ ରାଶି ପ୍ରଦାନ କରିଥିଲେ।ଆଜିର ମ୍ୟାଚକୁ ମୋହନ ଆଡ଼ଯୁଆଡ଼ି ଓ କୁନା କହଁର ଖେଳ ପରିଚାଳନା କରିଥିଲେ। ସେହିପରି ଧାରାବିବରଣୀ ରାମଦାସ ରଣା ପ୍ରଦାନ କରିଥିବା ସ୍ଥଳେ ନୃତ୍ତମ ନାଗ ସ୍କୋରର ଦାୟିତ୍ଵ ତୁଲାଇଥିଲେ ଓ ମା’ କନ୍ଧେନ ବୁଢ଼ୀ କ୍ରିକେଟ୍ କ୍ଲବର ସମସ୍ତ ସଦସ୍ୟ ସହଯୋଗ କରିଥିଲେ।

କଣ୍ଟାମାଳରୁରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ।

Related Articles

Back to top button