Sports

ଭୀମାବୁଢା କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ , ମୁଚେଲପଦରକୁ ହରାଇ ଜାମୁଟ ଚାମ୍ପିଅନ 

 

କଣ୍ଟାମାଳ,୧୩।୧: (ପ୍ରଭାତ କୁମାର ସାହୁ) ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଘଣ୍ଟାପଡ଼ା ଥାନା ଅଧିନ ଉମା ଖେଳ ପଡିଆରେ ଆୟୋଜିତ ୧୨ତମ ଜୟ ଭୀମାବୁଢା କ୍ରିକେଟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି l ଫାଇନାଲ ମ୍ୟାଚରେ ମୁଚେଲପଦର ଦଳକୁ ହରାଇ ଜାମୁଟ ଦଳ ଚଳିତ ୨୦୨୪ର ଚମ୍ପିଆନ ଆଖ୍ୟା ଅର୍ଜନ କରିଛି। ଖେଳ ପୂର୍ବରୁ ସମସ୍ତ ଖେଳାଳୀ ଜାତୀୟ ସଂଗୀତ ଗାନ ପରେ ଉଦଯାପନୀ ଦିବସର ଫାଇନାଲ ଖେଳ ଜାମୁଟ କ୍ରିକେଟ ଦଳ ଓ ମୁଚେଲପଦର କ୍ରିକେଟ ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା l ଜାମୁଟ ଦଳ ଟସ ଜିଣି ପ୍ରଥମେ ବ୍ୟାଟିଂ କରି ୧୧୫ ରନ ସଂଗ୍ରହ କରିଥିଲା l ପ୍ରତିପକ୍ଷ ମୁଚେଲପଦର ଦଳ ମଧ୍ୟ ନିର୍ଦ୍ଧାରିତ ଓଭରରେ ସମାନ ୧୧୫ରନ ସଂଗ୍ରହ କରିବାରୁ ମ୍ୟାଚ ଟାଇ ରହିଥିଲା l ଫଳରେ ସୁପର ଓଭର ଖେଳର ଆଶ୍ରୟ ନିଆଯାଇଥିଲା।ସୁପର ଓଭରରେ ପ୍ରଥମେ ବ୍ୟାଟିଂ କରି ମୁଚେଲପଦର ୭ ରନ ସଂଗ୍ରହ କରିଥିଲା। ଜବାବରେ ଜାମୁଟ ଦଳ ୮ ରନ ସଂଗ୍ରହ କରି ବିଜୟୀ ହୋଇଥିଲା l ପୁରସ୍କାର ବିତରଣ ଉତ୍ସବରେ କଣ୍ଟାମାଳ ବିଧାୟକଙ୍କ ପ୍ରତିନିଧି ସୁଧାଂଶୁ ରଣା ମୁଖ୍ୟଅତିଥି, କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକର ଉପାଧ୍ୟକ୍ଷ ଅଜିତ କୁମାର ସାହୁ, ଉମା ସରପଞ୍ଚ ଦୌଲଥ ପାଣ୍ଡେ, ନାରାୟଣପ୍ରସାଦ ସରପଞ୍ଚ ପ୍ରତିନିଧି ସତ୍ୟନାରାୟଣ ମାଝୀ, ସାମ୍ବାଦିକ ପ୍ରଭାତ କୁମାର ସାହୁ, ବଂଶୀଧର ମାଝୀ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଉଭୟ ବିଜେତା ଓ ଉପ-ବିଜେତା ଦଳକୁ ପୁରସ୍କୃତ କରିଥିଲେ l ଉଜ୍ୱଳ ରଣା ଓ ପୀତବାସ ବାଘ ଖେଳ ପରିଚାଳନା କରିଥିଲେ l ଶିବଶଙ୍କର କାଲସେ ଖେଳର ଧାରାବିବରଣୀ ପ୍ରଦାନ କରିଥିବା ସ୍ଥଳେ ଅମିତ ରଣା ସ୍କୋରର ଦାୟିତ୍ୱ ତୁଳାଇଥିଲେ l ତପନ ସାହୁ, ମାଧବ ରାଉତ, ଧର୍ମପଦ ରଣା ଏବଂ ଭୀମାବୁଢା କ୍ରିକେଟ କ୍ଲବର ସମସ୍ତ ସଦସ୍ୟ ଖେଳ ପରିଚାଳନାରେ ସହଯୋଗ କରିଥିଲେ l

 

କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ

Related Articles

Back to top button