ପାଞ୍ଚ ବର୍ଷର ଶିଶୁ ହତ୍ୟା, ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ।

ଉମରକୋଟ -୧୨-୦୧-୨୪-(ଆପ୍ର)-୫ ବର୍ଷ ବୟସର ଶିଶୁପୁତ୍ରକୁ ବାପା ସମ୍ମୁଖରେ ସେହି ଗ୍ରାମର ଜଳନ୍ଧର ସାନ୍ତା ନାମକ ଯୁବକ ଅମାନୁଶିକ ଭାବେ ପଥରରେ ଛେଚି ହତ୍ୟା କରିଥିଲା। ଶିଶୁଟିକୁ ହତ୍ୟା ପରେ ତାର ହାତ ଓ ଗୋଡ଼କୁ କାଟି ସାଥିରେ ଘରକୁ ନେଇ ଯାଇଥିଲା। ହତ୍ୟାକାରୀକୁ ପୁଲିସ ଧରିବାକୁ ସକ୍ଷମ ହୋଇଥିବା ବେଳେ ଯୁବକ କାହିଁକି ଏପରି ଜଘନ୍ୟ ହତ୍ୟାକାଣ୍ଡ କରିଛି ତାହା ଜଣାପଡି ନାହି। ପୂଜାରୀ ପରିବାର ସହ ଜଳନ୍ଧର ଙ୍କ ପୂର୍ବରୁ କୌଣସି ଶତ୍ରୁତା ନଥିଲା, ଜଳନ୍ଧର ସୁସ୍ଥ ମାନସିକତା ଥିଲେ, ପୂର୍ବରୁ କେବେ କେମିତି ମନ୍ଦିର କୁ ମଧ୍ଯ ଯାଉଥିଲେ। ତେଣୁ ପ୍ରାଥମିକ ସ୍ତରରେ ଏତେବଡ଼ ଅମାନବୀୟ ହତ୍ୟାକାଣ୍ଡର ପଛର ରହସ୍ୟ ଉପରୁ ପରଦା ହଟି ପାରି ନାହିଁ।ହତ୍ୟା କାଣ୍ଡ ଦିନ ଅମାବାସ୍ୟା ଥିଲା ତେଣୁ ଗୁଣି ଗାରେଡ଼ି ପାଇଁ ହତ୍ୟା କରି ଥିବା ସନ୍ଦେହ ଉପୁଜୁଛି। ଅନ୍ୟ ପକ୍ଷରେ ଡାବୁଗାଁ ପୋଲିସ ଅଭିଯୁକ୍ତ ଜଳନ୍ଧର ଙ୍କୁ ps କେସ ନମ୍ବର ୯/୨୦୨୪ ଅନୁସାରେ ଆଈପୀସୀ ର ଧାର 302 ଅନୁସାରେ କୋର୍ଟ ଚାଲାଣ କରିଛି। ଜାମିନ ନାମଞ୍ଜୁର ହେବାରୁ ଅଭିଯୁକ୍ତଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି। ଘଟଣା ଅନୁସାରେ ଡାବୁଗାଁ ଥାନା ବୋରିଗାଁ ପଞ୍ଚାୟତ ଅନ୍ତର୍ଗତ ମେଣ୍ଡରା ଗ୍ରାମର ସରଗୁଲି ପାହାଡ଼ ଉପରେ ଶିବ ମନ୍ଦିର ପୂଜକ ସନାଧର ପୂଜାରୀ ପ୍ରତିଦିନ ପରି କାଲି ମଧ୍ୟ ସକାଳେ ପୂଜା କରିବାକୁ ସରଧେଶ୍ୱର ଶିବ ମନ୍ଦିରକୁ ଯାଇଥିଲେ। ପୂଜକ ସନାଧରଙ୍କ ଗୋଟିଏ ବୋଲି ପୁଅ ଚନ୍ଦନ ଅଳି କରିବାରୁ ତା ଅଜା ହରିଦାସ ସାଥିରେ କାଲି ଦିନ ୯ଟାରେ ଶିବ ମନ୍ଦିରରେ ପୂଜା କରୁଥିବା ବାପା ନିକଟକୁ ନେଇଥିଲେ।ତେବେ ପୂଜକ ସନାଧର ପୂଜା କାର୍ଯ୍ୟରେ ବ୍ୟସ୍ତ ଥିବା ବେଳେ ମନ୍ଦିର ସମ୍ମୁଖରେ ଖେଳୁଥିବା ୫ ବର୍ଷର ପୁଅ ଚନ୍ଦନକୁ ଗ୍ରାମର ଜଳ ସାନ୍ତା ଅଚାନକ ପଥର ରେ ଛେଚି ହତ୍ୟା କରିଥିଲା। ବାପା ସନାଧର ପୂଜାରୀ ପୁଅର ହତ୍ୟା ଦେଖି ଅଚେତ୍ ହୋଇଯାଇଥିଲେ। ଶିଶୁକୁ ହତ୍ୟା ପରେ ହତ୍ୟାକାରୀ ଜଣକ ଅତି ବୀଭତ୍ସ ଭାବେ ଶିଶୁର ଡାହାଣ ହାତ ଓ ବାମ ଗୋଡ଼ ପଥର ରେ କାଟି ହାତରେ ଧରି ନିଜ ଘରକୁ ଯାଇଥିଲା। ସନାଧର ଙ୍କ ଚେତା ଫେରିବା ପରେ ପୁଅର ରକ୍ତ ଜୁଡୁ ବୁଡୁ ମୃତଦେହ ଦେଖି ଚିତ୍କାର କରିଥିଲେ।ଗାଁର ଲେକେ ସଙ୍ଗେ ସଙ୍ଗେ ଗାଁ ମନ୍ଦିର ନିକଟରେ ପହଞ୍ଚି ଥିଲେ। କିନ୍ତୁ ସେଠାରେ ଜଣେ ୫ ବର୍ଷର ଶିଶୁକୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିବା ଦେଖିଥିଲେ। ତୁରନ୍ତ ଗ୍ରାମବାସୀ ପୁଲିସକୁ ଏ ନେଇ ଖବର ଦେଇଥିଲେ। ହତ୍ୟାକାଣ୍ଡ ପରେ ମେଣ୍ଢାରା ଗ୍ରାମ ସ୍ତବ୍ଧ ହୋଇ ଯାଇଥିଲା ହତ୍ୟାକାଣ୍ଡ ର କାରଣ ନେଇ ନା ନା ପ୍ରକାର ଆଲୋଚନା ହେଉଛି ପୂର୍ବ ରୁ ପୁଜାରୀ ପରିବାର ସହ କୌଣସି ଶତ୍ରୁତା ନଥିଲା, ମାନସିକ ବିକୃତି ନଥିଲା ଏଣୁ ହତ୍ୟା ପାଇଁ ଗୁଣି ଗାରେଡ଼ି ସକାଶେ ହତ୍ୟା କରି ଥାଇ ପାରେ ବୋଲି ଆଲୋଚନା ହେଉଛି। ଡାବୁଗାଁ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ହତ୍ୟାକାରୀ ଯୁବକ ଜଳ ସାନ୍ତାକୁ ମଧ୍ୟ ଗିରଫ କରିଛି। ନିଜେ SP ଓ ସାଇଣ୍ଟଫିକ ଟିମ ନମୁନା ସଂଗ୍ରହ କରି ଅଧିକା ତଦନ୍ତ କରୁଛନ୍ତି। ତେବେ କାହିଁକି ଜଣେ ୫ ବର୍ଷ ର ଶିଶୁକୁ ଜଳ ସାନ୍ତା ଏଭଳି ନୃଶଂସ ଭାବେ ହତ୍ୟା କଲା ତାହା ଜଣାପଡ଼ି ନ ଥିବା ବେଳେ ପୁଲିସ ତଦନ୍ତ ଜାରି ରଖିଛି।