Sports

ପ୍ରଥମ ସର୍ବ ଭାରତୀୟ ଫୁଟବଲ ଟୁର୍ନାମେଣ୍ଟ ର ଦ୍ୱିତୀୟ ଦିନ… …ସୋନପୁର 1/0ରେ ବିଜୟୀ….

 

ବୌଦ୍ଧ (ଚିତ୍ତରଞ୍ଜନ ସିଂ)ତିଲେଶ୍ୱର ଫ୍ରେଣ୍ଡଆସୋସେସନ ଆନୁକୂଲ୍ୟରେ ଆୟୋଜିତ ପ୍ରଥମ ସର୍ବ ଭାରତୀୟ ଫୁଟବଲ ଟୁର୍ନାମେଣ୍ଟ ତିଲେଶ୍ୱର ଲାଲ ବlହାଦୁର ହାଇସ୍କୁଲ ଫକୀର ଚରଣ ଖେଳ ପଡିଆରେ ଆଜି ଦ୍ୱିତୀୟ ଦିନରେ ପହଂଚିଛି l ଆଜି ଦ୍ୱିତୀୟ ଦିନ ଖେଳ ରେ ମୁଖ୍ୟ ଅତିଥିଭାବେ ହରଭଙ୍ଗା ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସ୍ୱପ୍ନିତା ନାୟକ, ସମ୍ମାନିତ ଅତିଥି ଭାବେ ପୁରୁଣାକଟକ ବନ ବିଭାଗ ରେଞ୍ଜ ଅଧିକାରୀ ଜୟନ୍ତ କୁମାର ଦାସ, ହରଭଙ୍ଗା ବ୍ଲକ ପ୍ରାଣୀ ଚିକିତ୍ସା ଅଧିକାରୀ ଡ଼ା.ବୀରେନ୍ଦ୍ର କୁମାର ପୃଷ୍ଟି, ସ୍ଥାନୀୟ ହାଇସ୍କୁଲ ପ୍ରଧାନ ଶିକ୍ଷୟିତ୍ରୀ ସୁଜାତା ମାଝୀ, ଧଳପୁର ସରପଞ୍ଚ ସୁଜାତା କର୍ଣ୍ଣ ଓ ଅନ୍ୟତମ ଅତିଥିଭାବେ କମିଟି ସଭାପତି ତଥା ଝୁନୁ ବେହେରା, କମିଟି ସମ୍ପାଦକ ରମେଶ କୁମାର ସାମଲ, ଉପସ୍ଥିତ ରହିଥିଲେ l ଆଜିର ଖେଳରେ BSF କ୍ଳବ ସୋନପୁର ସହିତ BFC କୁଚିଣ୍ଡା ମଧ୍ୟରେ ସଂଘର୍ଷ ପୂର୍ଣ୍ଣ ଖେଳ ଦେଖିବାକୁ ମିଳିଥିଲା ଓ ଖେଳର ନିର୍ଦ୍ଧାରିତ ସମୟ ମଧ୍ୟରେ BSF ସୋନପୁର 1/0ଗୋଲ ସ୍କୋର କରି ଆଜିର ଖେଳରେ ବିଜୟୀ ହୋଇଥିଲେ! ଆଜିର ଖେଳକୁ ସୁବ୍ରତ କୁମାର ପୁରୋହିତ,ମାନସ କୁମାର ବିଶ୍ୱାଳ ଓ ସୁଜିତ ରାଜହଂସ, ଖେଳ ପରିଚାଳନା କରିଥିଵା ବେଳେ ପରିଚାଳନା କମିଟିର ସୁଶୀଲ ଦେହୁରୀ,ଦେବରାଜ ପ୍ରଧାନ, ବିଶ୍ୱଜିତ ପ୍ରଧାନ, ସୁଜ୍ଞାନ କର୍ଣ୍ଣ, କାଦମ୍ବିନୀ ଯୋଶୀ କୋଷାଧକ୍ଷ ନିକୁଞ୍ଜ ବେହେରା ଙ୍କ ସମେତ ଫ୍ରେଣ୍ଡ୍ସ ଆସୋସେସନ ର ସମସ୍ତ କର୍ମ କର୍ତ୍ତା ସହଯୋଗ କରିଥିଲେ l

Related Articles

Back to top button