କଣ୍ଟାମାଳ ରେଞ୍ଜ ଅଞ୍ଚଳରୁ ଚିତାବାଘ ଛାଲ ଜବତ କଲା ବଲାଙ୍ଗୀର ବନ ବିଭାଗ , ୨ ଜଣ ଗିରଫ

କଣ୍ଟାମାଳ,(ପ୍ରଭାତ କୁମାର ସାହୁ)୧୧।୧ :ବୌଦ୍ଧ ବନଖଣ୍ଡ କଣ୍ଟାମାଳ ବନାଞ୍ଚଳରୁ ଚିତାବାଘ ଛାଲ ଜବତ କଲା ବଲାଙ୍ଗିର ବନ ବିଭାଗ l ସୂଚନା ପ୍ରକାରେ ଚିତାବାଘ ଛାଲ ଚାଲାଣ ହେବାକୁ ଥିବା ବେଳେ କୌଣସି ସୂତ୍ରରୁ ବଲାଙ୍ଗୀର ବନ ବିଭାଗ ଖବର ପାଇଥିଲା l ବଲାଙ୍ଗୀର ବନଖଣ୍ଡ ଅଧିକାରୀ ନୀତେଶ କୁମାରଙ୍କ ଏକ ଟିମ ବଲାଙ୍ଗୀର ଜିଲ୍ଲା ତୁଷୁରା ଥାନା କୋଟଗାଁରେ ଗତ ସୋମବାର ଚଢ଼ାଉ କରି ଉକ୍ତ ଗ୍ରାମର ମୁକେଶ ମନହିରାକୁ ଅଟକ ରଖି ଅଧିକ ତଦନ୍ତ ଚଳାଇଥିଲା l ତଥ୍ୟ ପାଇବାପରେ କଣ୍ଟାମାଳ ରେଞ୍ଜ ଘଣ୍ଟାପଡ଼ା ସେକ୍ସନର ଫଟାମୁଣ୍ଡା ଗ୍ରାମରେ ଚିତାବାଘ ଛାଲ ଥିବା ସୂଚନା ମିଳିଥିଲା l ବଲାଙ୍ଗିରର ବନ ବିଭାଗ ଦଳ ଏକ ପାଲଗଦାରୁ ଚିତା ବାଘ ଛାଲ ପାଇଥିଲା ।ଉକ୍ତ ଘଟଣାରେ ଜଡିତ ଫଟାମୁଣ୍ଡା ଗ୍ରାମର ଦିବ୍ୟଶଙ୍କର ବଗର୍ତ୍ତୀକୁ ବନ ବିଭାଗ ଗିରଫ କରିଛି l ପ୍ରମାଣ ପାଇବାପରେ ଏକ ମାମଲା ରୁଜୁ କରି ଉକ୍ତ ୨ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରା ଯାଇଥିବା ନେଇ ସୂଚନା ଦେଇଛନ୍ତି ବଲାଙ୍ଗୀର ଡିଏଫଓ ନୀତିଶ କୁମାର l
କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ