Sports

ବଲାଙ୍ଗିଯୋରରେ ଚତୁର୍ଥ ମାଁ କନ୍ଧେନ୍ବୁଢ଼ୀ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉଦଘାଟିତ 

 

କଣ୍ଟାମାଳ, ତା୧୦/୧/୨୪(ପ୍ରଭାତ କୁମାର ସାହୁ)ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଳକ ଘଣ୍ଟାପଡ଼ା ଥାନା ଅଧୀନ ଖମନମୁଣ୍ଡା ପଞ୍ଚାୟତର ବଲାଙ୍ଗିଯୋର ଖେଳ ପଡ଼ିଆରେ ମା’ କନ୍ଧେନବୁଢୀ କ୍ଲବ ଦ୍ଵାରା ଆୟୋଜିତ ଚତୁର୍ଥ ମା’ କନ୍ଧେନବୁଢି କ୍ରିକେଟ ଟୁର୍ଣ୍ଣାମେଣ୍ଟ ମୁଖ୍ୟ ଅତିଥି ଦ୍ଵାରା ଉଦ୍‌ଘାଟିତ ହୋଇଯାଇଛି। ଉଦଘାଟନୀ ଉତ୍ସବରେ ଗ୍ରାମର ଗଉଁତିଆ ନିର୍ମଳ ଭୋଇ ଓ ଗିରିଧାରୀ ଆଡ଼ଯୁଆଡ଼ି ଅତିଥି ଭାବେ ଯୋଗଦେଇ ପ୍ରଥମ ମ୍ୟାଚ ଖେଳାଳୀଙ୍କ ସହିତ କରମର୍ଦ୍ଦନ କରି ଖେଳାଳିଙ୍କୁ ଉତ୍ସାହିତ କରିଥିଲେ । ପ୍ରଥମ ମ୍ୟାଚରେ ତାଲବେଡ଼ା ଏବଂ ଖମଣଖୋଲ ମଧ୍ୟରେ ଖେଳ ହୋଇଥିଲା। ଟସ ଜିତି ତାଲବେଡା ୮ ଓଭରରେ ସମସ୍ତ ଉଇକେଟ ହରାଇ ୪୭ରନ କରିଥିଲା। ଜବାବରେ ଖମଣଖୋଲ କ୍ରିକେଟ୍ ଦଳ ୭ଓଭରରେ ୬ଉଇକେଟ ହରାଇ ୪୮ରନ କରି ବିଜୟୀ ହୋଇ ପରବର୍ତ୍ତୀ ମ୍ୟାଚ ଖେଳିବାକୁ ଯୋଗ୍ୟତା ହାସଲ କରିଅଛି।

ଆଜିର ମ୍ୟାଚକୁ ମୋହନ ଆଡ଼ଯୁଆଡ଼ିଓ ଗଜିନ୍ଦ୍ର ଭୋଇ ଖେଳ ପରିଚାଳନା କରିଥିଲେ। ସେହିପରି ଧାରାବିବରଣୀ ରାମଦାସ, ଫିଙ୍ଗୁ ଓ ବୈବସୂତ ପ୍ରଦାନ କରିଥିବା ସ୍ଥଳେ ନୃତ୍ତମ ସ୍କୋରର ଦାୟିତ୍ଵ ତୁଲାଇଥିଲେ ଓ ମା’ କନ୍ଧେନ ବୁଢ଼ୀ କ୍ରିକେଟ୍ କ୍ଲବର ସମସ୍ତ ସଦସ୍ୟ ସହଯୋଗ କରିଥିଲେ।

 

କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ

Related Articles

Back to top button