Sports
PPL ମ୍ୟାଚ ଉଦଘାଟିତ


ପଟଣା ପ୍ରିମିଅର ଲିଗ PPL ମ୍ୟାଚ ଆଜି ଅମରା ବତୀ ଖେଳ ପଡିଆ ଠାରେ ଉଦଘାଟିତ ହୋଇଯାଇଅଛି, ବଡ଼ଚଣା ର ପ୍ରାକ୍ତନ ବ୍ଳକ ଅଧକ୍ଷା ଶ୍ରୀମତୀ ଇତିଶ୍ରୀ ସାମଲ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଆନୁଷ୍ଠାନିକ ଭାବେ ମ୍ୟାଚ ର ଶୁଭାରମ୍ଭ କରିଥିଲେ,ଏହି ମ୍ୟାଚ ଆଜି ଠାରୁ 3ଦିନ ପର୍ଯ୍ୟନ୍ତ ଚାଲୁ ରହିବ, ଆଜି ପ୍ରଥମ ମ୍ୟାଚ ରେ 4ଗୋଟି ଦଳ ଭାଗ ନେଇଥିଲେ, ସେମାନେ ହେଲେ ବଜରଙ୍ଗୀ ପଟଣା ମା ଦୁର୍ଗା ପଟଣା ହିଟ ସ୍କୁଆଡ଼ ପଟଣା ଓ ଟାଇଟନ୍ସ ପଟଣା, ମ୍ୟାଚ ର ଅନ୍ତିମ ପର୍ଯ୍ୟା ୟ ରେ ଜୟ ଦୁର୍ଗା ବଜରଙ୍ଗ କୁ ଭେଟିଥିଲା ଜୟ ଦୁର୍ଗା ନିର୍ଦ୍ଧାରିତ 10ଓ ଭ ର ରେ ସମସ୍ତ ଉଇକେଟ ହରାଇ 61ରନ ସଂଗ୍ରହ କରିଥିଲା, ଜବାବ ରେ ବଜରଙ୍ଗୀ ଦଳ ନିର୍ଦ୍ଧାରିତ 7ଓଭର ରେ 7ଉଇକେଟ ବିନିମୟ ରେ 62ରନ କରି ବିଜେତା ଘୋଷିତ ହୋଇଥିଲା, ସୌମ୍ୟ ରଞ୍ଜନ ସାହୁ ଓ ଦିପୁ ବିଶ୍ୱାଳ ମ୍ୟାଚ ପରିଚାଳନା କରିଥିବା ବେଳେ PPL ର ସମସ୍ତ କର୍ମ କର୍ତ୍ତା ଏଥିରେ ସହଯୋଗ କରିଥିଲେ, ବଡ଼ଚଣା ରୂ କାର୍ତିକ ଚନ୍ଦ୍ର ରାଉତ ଙ୍କ ରିପୋର୍ଟ,




