Sports

୧୨ତମ ଭୀମାବୁଢା କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ, ଉଦଘାଟନୀ ମ୍ୟାଚରେ ସିଲେଟପଡାକୁ ହରାଇ ଲଣ୍ଡାବାହାଲ ବିଜୟୀ

 

କଣ୍ଟାମାଳ,୯।୧ : (ପ୍ରଭାତ କୁମାର ସାହୁ) ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଘଣ୍ଟାପଡ଼ା ଥାନା ଅଧିନ ଉମା ଖେଳ ପଡିଆରେ ୧୨ତମ ଜୟ ଭୀମାବୁଢା କ୍ରିକେଟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅତିଥିଙ୍କ ଦ୍ଵାରା ଉଦଘାଟିତ ହୋଇଯାଇଛି l ପଡୋଶୀ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକର ଉପାଧ୍ୟକ୍ଷ ଅଜିତ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଟୁର୍ଣ୍ଣାମେଣ୍ଟର ଶୁଭ ଉଦଘାଟନ କରିଥିଲେ l ଉଦଘାଟନୀ ଦିବସର ପ୍ରଥମ ଖେଳ ଲଣ୍ଡାବାହାଲ ଓ ସିଲେଟପଡା ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା l ଲଣ୍ଡାବାହାଲ ଦଳ ଟସ ଜିଣି ପ୍ରଥମେ ବ୍ୟାଟିଂ ଆରମ୍ଭ କରି ନିର୍ଦ୍ଧାରିତ ୮ ଓଭର ଖେଳରେ ୪ ୱିକେଟ୍ ହରାଇ ୯୧ ରନ ସଂଗ୍ରହ କରିଥିଲା l ଜବାବରେ ସିଲେଟପଡା ଦଳ ୭ ୱିକେଟ୍ ହରାଇ ୪୬ ରନ ସଂଗ୍ରହ କରି ପରାଜିତ ହୋଇଥିଲା l ମୁଖ୍ୟ ଅତିଥି ଶ୍ରୀ ସାହୁ ଏବଂ ସମ୍ମାନିତ ଅତିଥି ଭାବେ ସାମ୍ବାଦିକ ବଂଶୀଧର ମାଝୀ, ସମାଜସେବୀ ବଳରାମ ବାଘ, ସୁରେନ୍ଦ୍ର ସାହୁ, ତପନ ସାହୁ ପ୍ରମୁଖ ଯୋଗଦେଇ ଖେଳାଳୀଙ୍କୁ ଉତ୍ସାହିତ କରିଥିଲେ l ଦୀପକ ସାହୁ ଓ ଅଜୟ ଭୋଇ ଖେଳ ପରିଚାଳନା କରିଥିଲେ l ଶିବଶଙ୍କର ସାହୁ ଖେଳର ଧାରାବିବରଣୀ ପ୍ରଦାନ କରିଥିଲେ l କାହ୍ନା ମହାନନ୍ଦ ସ୍କୋରର ଦାୟିତ୍ୱ ତୁଲାଇଥିଲେ l ଭୀମାବୁଢା କ୍ରିକେଟ କ୍ଲବର ସମସ୍ତ ସଦସ୍ୟ ଖେଳ ପରିଚାଳନାରେ ସହଯୋଗ କରିଥିଲେ l

କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ

Related Articles

Back to top button