Crime
ନୂଆପଡା ଜଙ୍ଗଲ ରୁ ବୋଲେରୋ ଗାଡି ସହ ୧୦୪ କେଜି ଗଂଜେଇ ଜବତ କଲା ହରଭଂଗା ଅବକାରୀ ବିଭାଗ

ହରଭଙ୍ଗା (ଚିତ୍ତରଞ୍ଜନ ସିଂ)ହରଭଙ୍ଗା ବ୍ଲକ୍ ଅନ୍ତର୍ଗତ ନୂଆପଡା ଜଙ୍ଗଲ ରୁ ବୋଲେରୋ ଗାଡି ସହ ୧୦୪ କେଜି ଗଂଜେଇ ଜବତ କରାଯାଇଥିବା ନେଇ ଅବକାରୀ ବିଭାଗ ପକ୍ଷରୁ ସୋମବାର ରାତି 7ଟା ରେ ସୂଚନା ଜାରି କରାଯାଇଛି l ବୌଦ୍ଧ ସଦର ଥାନା ଅନ୍ତର୍ଗତ ନୂଆପଡା ଡେମ ନିକଟସ୍ଥ ଜଙ୍ଗଲ ରୁ ୧୦୪ କେଜି ଗଂଜେଇ ଜବତ କରାଯାଇଛି l ଏହା ସହ OD-07-AL-9860 ନମ୍ବର ବିଶିଷ୍ଟ ଏକ ଧଳା ରଙ୍ଗର ବୋଲେରୋ ଗାଡିକୁ ମଧ୍ୟ ଜବତ କରାଯାଇଛି l ମାତ୍ର ଏହି ଘଟଣାରେ କାହାରିକୁ ଗିରଫ କରାଯାଇ ନାହିଁ l ଏନେଇ ହରଭଂଗା ଅବକାରୀ ଥାନା ରେ ଏକ ମମମଲ ରୁଜୁ କରାଯିବା ସହ ତଦନ୍ତ କରାଯାଉଛି l ଅବକାରୀ ଅଧିକ୍ଷକ ଶ୍ରୀମତୀ କ୍ରିଷ୍ନା ନାୟକ ଦେଇଥିବା ସୂଚନା ଓ ନିର୍ଦେଶ ପ୍ରକାରେ ହରଭଂଗା ଅବକାରୀ ଥାନା ଅଧିକାରୀ Mamata Nayak ଙ୍କ ନେତୃତ୍ୱରେ ବିଭାଗୀୟ କର୍ମଚାରୀମାନେ ଚଢ଼଼ଉରେ ସାମିଲ ହୋଇଥିଲେ ।