କୁମାରୀ ଇଶ୍ୱରୀୟ ବିଦ୍ୟାଳୟରେ ମାଗଣା ସ୍ୱାସ୍ଥ୍ୟସେବା ଶିବିର ଅନୁଷ୍ଠିତ ।


କଣ୍ଟାପଡ଼ା ବ୍ଳକର ଉତ୍ତାରଣ ଓ ଅଡଶପୁର ବ୍ରହ୍ମା କୁମାରୀ ଇଶ୍ୱରୀୟ ବିଦ୍ୟାଳୟରେ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରର ସହଯୋଗରେ ଏକ ମାଗଣା ସ୍ୱାସ୍ଥ୍ୟସେବା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ପ୍ରତ୍ୟେକ ମାସରେ ବିଶେଷଜ୍ଞ ଡାକ୍ତରମାନଙ୍କୁ ନେଇ ରୋଗୀମାନଙ୍କ ସ୍ୱାସ୍ଥ୍ୟ ଦେଖିବା ଏବଂ ପରୀକ୍ଷା କରାଇ ମାଗଣାରେ ଔଷଧ ବଣ୍ଟନ କରାଯାଇଥିଲା । ଏଥିରେ ଲୋକମାନଙ୍କର_ଅମ୍ଳଜାନ ସ୍ତର, ପଲସ, ବ୍ଳଡପେସର, ବ୍ଲଡସୁଗାର, ହିମୋଗ୍ଲୋବିନ , ଇ, ସି.ଜି. ପରୀକ୍ଷା କରାଯାଇଥିଲା । ବିଶେଷଜ୍ଞ ହୃଦରୋଗ ଡାକ୍ତର-ଇଶ୍ବର ଚନ୍ଦ୍ର ମହାନ୍ତି । ମେଡିସିନ୍ ଡାକ୍ତର ଅଭିଜିତ୍ ରାଉତରାୟ,,ନର୍ସ-ଗୋବିନ୍ଦଚନ୍ଦ୍ର ବେହେରା, ମାନସୀ ମହାନ୍ତି ,ଅନିତା ସ୍ଵାଇଁ, ରୋଜାଲିନ୍ସାମନ୍ତରାୟ ରୋଗୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଇ ଔଷଧ ବଣ୍ଟନ କରିଥିଲେ।ଏହି ଗୋଷ୍ଠୀ ସ୍ୱାସ୍ଥ୍ୟ ଶିବିରରେ ମୁଖ୍ୟଅତିଥି ଭାବରେ ଯୋଗଦେଇଥିଲେ ବି.ଜେପି.ର ପ୍ରବାରୀ _ଶ୍ରୀଯୁକ୍ତ ସୁଶାନ୍ତ କୁମାର ମଲ୍ଲିକ, ଏବଂ ସହଯୋଗୀ ପ୍ରଭୁପାଦ ଦୀକ୍ଷିତ୍ ପରେ ଶଚନ୍ଦ୍ର ଦୀକ୍ଷିତ, ଏହି ସ୍ୱାସ୍ଥ୍ୟ ଶିବିରର ମୁଖ୍ୟ ପରିଚାଳକ-ବିଜୟରାମ ଦୀକ୍ଷିତ ଇଶ୍ୱରୀୟ ବିଦ୍ୟାଳୟର ସହଯୋଗକାରୀ ବ୍ରହ୍ମା କୁମାରୀ ଭାଇ, ଭଉଣୀମାନେ _କଳ୍ପନା ଜେନା ଶଶୀ ରେଖା ସ୍ଵାଇଁ,ଚିନ୍ମୟୀ, ଲକ୍ଷ୍ମୀପ୍ରିୟା, ଧରଣୀଭାଇ, ଅମର ଭାଇ, ଏବଂ ବିଜୟ ଭାଇ ସମସ୍ତଙ୍କ ସହଯୋଗରେ ଲୋକମାନଙ୍କୁ ମାଗଣାରେ ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯାଇଥିଲା । ଏଥିରେ ୧୦୦ ରୋଗୀ ଉପକୃତ ହୋଇଥିଲେ।

କଣ୍ଟାପଡ଼ା ବ୍ଳକରୁପୁଷ୍ପଲତା ଦୀକ୍ଷିତଙ୍କ ରିପୋର୍ଟ-ସମର୍ଥ ନିୟୁଜ୍-ଓଡ଼ିଶା




