ପଲସାଗୋରା ମହିଳା ମହାବିଦ୍ୟାଳୟରୁ ଚୋରି ଘଟଣା ।ଜଣେ ଗିରଫ ସହ ଚୋରି ସାମଗ୍ରୀ ଜବତ।

କଣ୍ଟାମାଳ, ତା୮/୧/୨୪(ପ୍ରଭାତ କୁମାର ସାହୁ)ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଅନ୍ତର୍ଗତ ପଲସାଗୋରା ମହିଳା ମହାବିଦ୍ୟାଳୟରୁ ଚୋରି ହୋଇଥିବା ନେଇ କଲେଜର ଅଧ୍ୟକ୍ଷା ମନିଷା ଚାନ୍ଦ ମନମୁଣ୍ଡା ଥାନାରେ ଲିଖିତ ଅଭିଯୋଗ କରିଥିଲେ।ଅଭିଯୋଗନୁସାରେ ମନମୁଣ୍ଡା ଥାନା କେସ୍ 1/24 ରେ ଏକ ମାମଲା ରୁଜୁ କରି ଘଟଣାକୁ ଗମ୍ଭିରତା ସହ ଗ୍ରହଣ କରି କଲେଜରେ ପହଞ୍ଚି ତଦନ୍ତ କରିଥିଲା। ପାରିପାର୍ଶ୍ଵକୁ ଦେଖି ରବିବାର ଜଣଙ୍କୁ ଗିରଫ କରିବାରେ ସଫଳ ହେବା ସହ ଚୋରି ସାମଗ୍ରୀ ଜବତ କରିଛି ଓ ଅନ୍ୟ ୨ ଜଣ ଫେରାର ଥିବା ନେଇ ସୋମବାର ବୌଦ୍ଧ ଆରକ୍ଷୀ ଅଧିକ୍ଷକ ଏକ ପ୍ରେସମିଟରେ ପ୍ରକାଶ କରିଛନ୍ତି। ଜବତ ହୋଇଥିବା ଚୋରି ସାମଗ୍ରୀ ମଧ୍ୟରେ ଗୋଟିଏ ସାମସଙ୍ଗ ଏଲଇଡି
,କମ୍ପ୍ୟୁଟର୍ ,ମାଇକ୍ରୋମାକ୍ସ ଏଲଇଡି ମନିଟର , ଡିଭିଆର, ଗୋଟିଏ ୱାଇଫାଇ ମାଷ୍ଟେ,ଏଚପି ଲେଜର ଜେଟ୍ ପ୍ରିଣ୍ଟର୍, ସିପି ପ୍ଲସ୍ କ୍ୟାମେରା,କେବୁଲ୍ ତାରର ତିନୋଟି ନାସ୍, ବ୍ୟାଟେରୀ ,ଇନଭର୍ଟର ମେସିନ୍ ରହିଛି। ଅନ୍ୟ ଦୁଇ ଫେରାର ଆସାମୀଙ୍କୁ ଖୁବ୍ ଶୀଘ୍ର ଗିରଫ କରାଯିବା ନେଇ ଥାନାଧିକାରୀ ଆଇଆଇସି ଭାବାନନ୍ଦ ପ୍ରଧାନ ପ୍ରକାଶ କରିଛନ୍ତି।
କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ