Sports

କୁନିଝିଅ ସାଇ ଅଂଶିକା ପ୍ରିୟଦର୍ଶିନୀ ବହୁ ପ୍ରତିଭାର ଅଧିକାରୀ 

 ଆଜିକାଲି ଦୁନିଆରେ ଝିଅ ଜନ୍ମ ହେଲେ ଅନେକ ବାପା ମା ଓ ପରିବାରରେ ମଧ୍ୟରେ ଦୁଃଖ ବାଦଲ ଘୋଟି ଆସେ ଓ ଝିଅକୁ ହତାଦର କରିବାକୁ ପଛାଉନାହାନ୍ତି ପରିବାର ଓ ବନ୍ଧୁ ବାନ୍ଧବ l କିନ୍ତୁ ଆଜିକାଲି ସମୟରେ ପୁଅଙ୍କୁ ପଛରେ ପକାଇ ଅନେକ କୃତିତ୍ୱ ଅର୍ଜୁନ କଲେଣି ଝିଅ ମାନେ l ହଁ ଆଜ୍ଞା ଆମେ କହୁଚୁ ସାଇଅଂଶୀକା ପ୍ରିୟଦର୍ଶିନୀ କଥା ବୟସ ମାତ୍ର 7 ବର୍ଷ ଭଲରେ ମଧ୍ୟ କଥା କହିପାରୁ ନାହାନ୍ତି କିନ୍ତୁ ଅନେକ ପ୍ରତିଭାର ଅଧିକାରୀ ହେଲେଣି ସାଇ l ଶିକ୍ଷକ ଦମ୍ପତି ଚିନ୍ମୟ କୁମାର କର ଓ ସ୍ମୁତିପ୍ରିୟା ନନ୍ଦଙ୍କର ଝିଅ ସାଇ l ହିନ୍ଦୋଳ ବଜାରରେ ରହୁଥିବା ସାଇ ସେଣ୍ଟଜାଭିୟର ଦ୍ୱିତୀୟ ଶ୍ରେଣୀରେ ପାଠ ପଢୁଛନ୍ତି l ଖୁବ କମ ଦିନ ହେଲା ଟାଇକୋଣ୍ଡ ପ୍ରଶିକ୍ଷଣ ନେଉଛନ୍ତି କୁନି ଝିଅ ସାଇ l ନିକଟରେ ଭଦ୍ରକ ଜିଲ୍ଲାରେ ରାଜ୍ୟସ୍ତରୀୟ ଟାଇକୋଣ୍ଡ ପ୍ରତିଯୋଗିତାରେ ସଫଳତା ପାଇଁ ହିନ୍ଦୋଳ ବଜାର ପାଇଁ ଆଣିଦେଇଛନ୍ତି ଗୌରବ ଓ ଜାତୀୟ ସ୍ତରରେ ପ୍ରତିଯୋଗିତା ପାଇଁ ମନୋନୀତ ହୋଇଛନ୍ତି ସାଇ ଅଂଶିକା l ସାଇ ଅଂଶିକା ଜାତୀୟ ସ୍ତରରେ ଖେଳିବାକୁ ମନୋନୀତ ଖବର ପାଇଲା ପରେ ହିନ୍ଦୋଳ ଉପଜିଲ୍ଲାପାଳ ଶିବାନନ୍ଦ ସ୍ୱାଇଁ ଶୁଭେଚ୍ଛା ଜଣାଇବା ସହ ଆଗକୁ ହେବାକୁ ଥିବା ଜାତୀୟ ସ୍ତରରେ ପଦକ ଆଣି ହିନ୍ଦୋଳ ପାଇଁ ଗୌରବ ଆଣିଦେବେ ବୋଲି ଆଶା ଆଶା ରଖିଛନ୍ତି l ଅନ୍ୟପଟେ ସାଇ ପାଖକୁ ଶୁଭେଚ୍ଛା ସୁଅ ଛୁଟିବାରେ ଲାଗିଛି l ସାଇ ମଧ୍ୟ୍ୟ ଭଲ ନାଚ କରନ୍ତି, ସ୍କୁଲରେ ମଧ୍ୟ ଭଲ ପାଠ ପଢିବା ସହ ନିଖୁଣ ଅଭିନୟ କରନ୍ତି l ବଡ ହେଲେ ପୋଲିସ ଅଫିସର କିମ୍ବା ଡାକ୍ତର ହେବାକୁ ଲଷ୍ମ ରଖିଛନ୍ତି କୁନି ଝିଅ ସାଇ l ସାଇଅଂଶିକା ପ୍ରିୟଦର୍ଶିନୀ ପୌର୍ତ୍ତିକ ଗ୍ରାମ ପରଜଙ୍ଗ ବ୍ଲକର ହାତୀଲୁଚାଣୀ ଗ୍ରାମରେ

Related Articles

Back to top button