ବ୍ଲକ୍ ସ୍ତରୀୟ କ୍ରୀଡ଼ା ପ୍ରତିଯୋଗୀତା ଉଦ୍ଘାଟିତ


ହରଭଙ୍ଗା 4/12/24() ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ୍ ପୁରୁଣାକଟକ ଉଚ୍ଚ ବିଦ୍ୟାଳୟ ଖେଳ ପଡ଼ିଆ ଠାରେ ଗୁରୁବାର ଦିନ ବ୍ଲକ୍ ସ୍ତରୀୟ କ୍ରୀଡ଼ା ପ୍ରତିଯୋଗୀତା ଉଦ୍ଘାଟିତ ହୋଇଯାଇଛି।ସକାଳ 10 ଟା ରେ ଭୈରବୀ ମନ୍ଦିର ରୁ ଦିବ୍ୟଜ୍ୟୋତି ଧରି ଶୋଭଯାତ୍ରା ରେ ପଡ଼ିଆ କୁ ନିଆ ଯାଇଥିଲା। ସେଠାରେ ମା ଭୈରବୀ ଙ୍କୁ ପୂଜାର୍ଚ୍ଚନା କରାଯାଇ ଖେଳ କୁ ଉଦ୍ଘାଟିତ କରାଯାଇଥିଲା। ଉଦ୍ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ହରଭଙ୍ଗା ବ୍ଲକ୍ ଅଧକ୍ଷା ସ୍ନେହଲତା ପ୍ରଧାନ ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ଉପାଧକ୍ଷ ସରୋଜ ପ୍ରଧାନ, ବିଡିଓ ସୋପ୍ନିତା ନାୟକ , ପୁରୁଣାକଟକ ସରପଂଚ ଅଶୋକ ସେଠୀ, ସମିତିସଭ୍ୟ ସରୋଜ୍ ପ୍ରଧାନ, ଙ୍କ ସହିତ ହରଭଙ୍ଗା ABO ଉପସ୍ଥିତ ଥିଲେ। ନୂଆ ଓ ଆମ ଓଡ଼ିଶା ନବୀନ ଓଡ଼ିଶା ଆନୁକୂଲ୍ୟରେ ହେଉଥିବା ଉକ୍ତ କ୍ରୀଡ଼ା ପ୍ରତିଯୋଗୀତା ରେ ପୁରୁଷ ବିଭାଗ ର 14 ଟି କ୍ରିକେଟ ଦଳ,8 ଟି ଫୁଟ୍ ବଲ ଦଳ,4 ଟି ଭଲି ଦଳ,4 ଟି କବାଡି ଦଳ, 4ଟି ଖୋଖୋ ଦଳ ସହିତ ମହିଳା ବିଭାଗ ର ଭଲି, କବାଡି ଓ ଫୁଟବଲ ଖେଳ ପାଇଁ ଗୋଟିଏ ଲେଖଏଁ ଦଳ ମିଶି ସମୁଦାୟ 38 ଗୋଟି ଦଳ ଭାଗ ନେଇଥିବା ସୂଚନା ମିଳିଛି। ଉକ୍ତ କ୍ରିଡ଼ା ପ୍ରତିଯୋଗୀତା 4 ତାରିଖ ରୁ ଆରମ୍ଭ ହୋଇ 8 ତାରିଖ ପର୍ଯ୍ୟନ୍ତ ଚାଲିବ ଏବଂ କୃତିତ୍ୱ ହାସଲ କରିଥିବା ଦଳ କୁ ରାଜ୍ୟ ସ୍ତର କୁ ପଠା ଯିବା ନେଇ ପଂଚାୟତ ସମିତି ତରଫରୁ ସୂଚନା ମିଳିଛି।





