Crime

ହତ୍ୟା କରି ଫେରାର ହୋଇଯାଇଥିବା ଅଭିଯୁକ୍ତ ଗିରଫ।

ଉମରକୋଟ-୦୧-୦୧-୨୪-(ଆପ୍ର)-ଝରିଗାଁ ବ୍ଲକ ତେଲନଦୀ ପଞ୍ଚାୟତ ର ପେଙ୍ଗୁ ସାହିର ଶଶୁର ଘରକୁ ଆସିଥିବା ଜୁଇଁ ରାମସିଂ ଯାନୀ ଙ୍କୁ ଜଗଦଲପୁରରୁ ଆସିଥିବା ସମ୍ପର୍କୀୟ ଭାଇ ପଥର ରେ ଛେଚି ହତ୍ୟା କରିଥିଲା।ଏନେଇ ରାମସିଂ ଙ୍କ ସ୍ତ୍ରୀ ରାଧାମଣି ଜାନି ଉମରକୋଟ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ କୁ ଭିର୍ତ୍ତି କରି ପୋଲିସ ଘଟଣାର ତଦନ୍ତ ଚଳାଇ ଏକ ଟିମ ଗଠନ ଊ ଅଭିଯୁକ୍ତ ନରେଶ ଧରୁଆ ଙ୍କୁ ପଡୋଶୀ ଛତିଶଗଡ଼ ନିଆମା ଗ୍ରାମରୁ ଗିରଫ କରିଥିଲେ। ଏହି ଟିମରେ ଥାନା ଅଧିକାରୀ ଡମ୍ବରୁଧର ପ୍ରଧାନ,ଏସଆଇ ପ୍ରକାଶ ମିଶ୍ର, ରିଜର୍ଭ ଫୋର୍ସ ସାମିଲ ଥିଲେ। ଘଟଣା ଦିନ ଠାରୁ ନରେଶ ଧରୁଆ ଫେରାର ଥିଲେ। ସୂଚନା ଅନୁସାରେ କଷାଗୁମୁଡ଼ା ବ୍ଲକ ଦମାପଲା ଗ୍ରାମର ରାମସିଂ ଜାନୀ (୪୫) ନିଜ ପରିବାର ସହ ୧୫ ଦିନ ହେବ ଶଶୁର ଘର ତେଲନଦୀଗାଁର ପେଙ୍ଗୁ ସାହିରେ ଆସି ରହୁଥିଲେ।ସେହିପରି ପଡୋଶୀ ଛତିଶଗଡ଼ ଜଗଦଲପୁର ନିଆମା ଗ୍ରାମର ନରେଶ ଧରୁଆ(୨୪)ଙ୍କ ମଧ୍ୟ ଶଶୁର ଘର ତେଲନଦୀ ସେଇ ପେଙ୍ଗୁସାହି ହୋଇଥିବା ଯୋଗୁଁ କିଛି ଦିନ ତଳେ ସେ ମଧ୍ୟ ପରିବାର ସହ ଆସିଥିଲେ।୨୧-୧୨-୨୩ ତାରିଖ ସନ୍ଧ୍ୟା ସମୟରେ ରାମସିଂ ଏବଂ ନରେଶ ଦୁହେଁ ମିଶି କୁଆଡେ ଯାଉଥିବାର ଗ୍ରାମର କିଛି ଲୋକ ଦେଖିଥିଲେ। ରାତ୍ରରେ ଦୁହେଁ ଘରକୁ ନଫେରିବା ଯୋଗୁଁ ଦୁହେଁଙ୍କ ପରିବାର ଲୋକ ବହୁ ଖୋଜାଖୋଜି କରିଥିଲେ।କିନ୍ତୁ ପାଇ ନଥିଲେ।୨୨-୧୨-୨୩ ତାରିଖ ସକାଳୁ ତେଲନଦୀ ଠାରୁ ପ୍ରାୟ ଏକ ଶହ ମିଟର ଦୂରରେ ଥିବା ନାଙ୍ଗଲସିଲ ନାଳରେ ରାମସିଂର ମୃତ ଦେହ ପଡିଥିବାର ଦେଖି କିଛି ଲୋକ ପରିବାର ଲୋକଙ୍କୁ ଖବର ଦେଇଥିଲେ। ପରିବାର ଲୋକ ଆସି ରାମସିଂର ମୁଣ୍ଡରେ ପଥର ଛେଚି ହତ୍ୟା କରାଯାଇଥିବା ଦେଖିବାକୁ ପାଇଥିଲେ। ଆଜି ଅଭିଯୁକ୍ତ କୁ କୋର୍ଟ ଚାଲାଣ କରାଯାଇଥିଲା। ଜାମିନ ନାମଞ୍ଜୁର ହେବାରୁ ଜେଲ ହାଜତକୁ ପଠାଇ ଦିଆଯାଇଛି।ନବରଙ୍ଗପୁର ରୁ ଜିତେନ୍ଦ୍ର ମହାନ୍ତି ଙ୍କ ରିପୋର୍ଟ ସମର୍ଥ ନୀୟୁଜ୍ 

Related Articles

Back to top button