Sports

ଢେଙ୍କାନାଳରେ ପ୍ରଥମ ହାଫ ମାରାଥନ ପ୍ରତିଯୋଗିତା ନେଇ ଆୟୋଜିତ ସାମ୍ବାଦିକ ସମ୍ମିଳନୀ।

 ଢେଙ୍କାନାଳ ଜିଲ୍ଲା ପ୍ରଶାସନ ସହଯୋଗରେ ଟାଟା ଷ୍ଟିଲ ମେରାମଣ୍ଡଳୀ ପକ୍ଷରୁ ପ୍ରଥମକରି ଢେଙ୍କାନାଳର କପିଳାସ ବନ୍ୟପ୍ରାଣୀ ଅଭୟାରଣ୍ୟ ପରିସର ବାହାର ଅଞ୍ଚଳରେ ହେବାକୁ ଯାଉଥିବା ହାଫ-ମାରାଥନ ୨୦୨୪, ଦୌଡ଼ ପ୍ରତିଯୋଗିତା ଆସନ୍ତା ଫେବୃଆରୀ ଚାରି ତାରିଖରେ ଅନୁଷ୍ଠିତ ହେଉଥିବା ଉଦେଶ୍ୟରେ ଅନୁଷ୍ଠିତ ହୋଇଯାଇଛି ସାମ୍ବାଦିକ ସମ୍ମିଳନୀ। ଜିଲ୍ଲା ଆରକ୍ଷୀ ଅଧିକ୍ଷକ,ଡ଼ି ଏଫ ଓ,କ୍ରୀଡ଼ା ଅଧିକାରୀ, ଟାଟା ଷ୍ଟିଲ ମେରାମଣ୍ଡଳୀର ମୁଖ୍ୟ କର୍ପୋରେଟ ସର୍ଭିସେସ, ଟାଟା ଷ୍ଟିଲ କ୍ରୀଡା ମୁଖ୍ୟ ପ୍ରମୁଖଙ୍କ ଉପସ୍ଥିତିରେ ଢେଙ୍କାନାଳ ଜିଲ୍ଲାପାଳ ମନୋରଞ୍ଜନ
ମଲ୍ଲିକଙ୍କ ଦ୍ୱାରା ରନ-ଏ-ଥନ ୨୦୨୪ପାଇଁ ଆନୁଷ୍ଠାନିକ ଟି-ସାର୍ଟ ଉନ୍ମୋଚନ କରାଯାଇଛି। ମାରାଥନର ପ୍ରାଥମିକ ଉଦେଶ୍ୟ ବନ୍ୟଜନ୍ତୁ ବିଶେଷକରି ହାତୀର ସୁରକ୍ଷା ଉପରେ ସଚେତନତା ସୃଷ୍ଟି, ଜୈବ ବିବିଧତା ସମେତ ଯୁବବର୍ଗଙ୍କ ମଧ୍ୟରେ ସୁସ୍ଥ ଜୀବନଶୈଳୀ, ଫିଟନେସ ଏବଂ କ୍ରୀଡ଼ା ମନୋଭାବ ସମ୍ପର୍କରେ ସଚେତନତା ସୃଷ୍ଟି ମାରାଥନର ମୂଳଲକ୍ଷ୍ୟ।
ଢେଙ୍କାନାଳ ରୁ ଦୀପ ନାରାୟଣ ଷଡ଼ଙ୍ଗୀ ଙ୍କ ରିପୋର୍ଟ ସମର୍ଥ ନୀୟୁଜ୍ 

Related Articles

Back to top button