କାମାକ୍ଷାନଗର ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ-ନୂଆ ଓଡ଼ିଶା, ଯୁବ ଓଡ଼ିଶା ଓ ନବୀନ କାର୍ଯ୍ୟକ୍ରମ ଉଦ୍ ଯାପନ ।


-ମୁଖ୍ୟଅତିଥି ଭାବରେ ଯୋଗଦେଲେ ଖଣି, ଇସ୍ପାତ ଓ ପୂର୍ତ୍ତ ବିଭାଗ ମନ୍ତ୍ରୀ ପ୍ରଫୁଲ ମଲ୍ଲିକ୍ ।
କାମାକ୍ଷାନଗର ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଆମ ଓଡ଼ିଶା, ନବୀନ ଓଡ଼ିଶା କାର୍ଯ୍ୟକ୍ରମ ହୋଇଥିଲା ସମସ୍ତ ଛାତ୍ରୀ ମାନଙ୍କୁ ନେଇ ଫୁଟ୍ ବଲ୍, ଭଲିବଲ, ଦୌଡ, ସଟ୍ଫୁଟ୍,ଜାଭଲିନ୍, ମ୍ୟୁଜିକ୍ ଚେୟାର,କ୍ରିକେଟ୍,ଚେସ୍, କବାଡି, ବାଲ୍ୟବିବାହ ଉଚ୍ଛେଦ ନେଇ ପଥପ୍ରାନ୍ତ ନାଟକ , ସ୍ୱଚ୍ଛ ଭାରତ ମିଶନ ଓ ସଡ଼କ ସୁରକ୍ଷା ଜୀବନ ରକ୍ଷା କାର୍ଯ୍ୟକ୍ରମରେ ଛାତ୍ରୀମାନେ ଅଂଶଗ୍ରହଣକରି କୃତିତ୍ଵ ଅର୍ଜନ କରିଥିଲେ। ଆଜି ଉଦ୍ ଯାପିତ ହୋଇଯାଇଛି ।ଏହିଉଦ୍ଯାପନ ଦିବସରେ କାମାକ୍ଷାନଗର ବିଧାୟକ ତଥା ରାଜ୍ୟସରକାରଙ୍କର ଖଣି, ଇସ୍ପାତ ଓ ପୂର୍ତ୍ତ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଥିବାବେଳେ ମୁଖ୍ୟ ବକ୍ତାଭାବେ ଢେଙ୍କାନାଳ ସାଂସଦ ମହେଶ ସାହୁ, କାମାକ୍ଷାନଗର ନଗରପାଳ ଧର୍ମାନନ୍ଦ ପରିଡା, ବ୍ଳକ୍ ଅଧ୍ୟକ୍ଷ ପ୍ରେମାନନ୍ଦ ସାହୁ ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗଦେଇଥିଲେ । ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷ ନିଗମାନନ୍ଦ ସାହୁ ଅଧ୍ୟକ୍ଷତା କରିଥିଲେ ।ଏହି କାର୍ଯ୍ୟକ୍ରମ ଦ୍ଵାରା ଛାତ୍ରଛାତ୍ରୀମାନଙ୍କର ଲୁକାୟିତ ପ୍ରତିଭାକୁ ଉନ୍ମୋଚନ କରିପାରିଥିବା, ଛାତ୍ରୀ ମାନେ ଉତ୍ସାହିତ ହୋଇଥିବା ବିଦ୍ୟାଳୟ ପାଇଁ ଗର୍ବ ବୋଲି ଅଧ୍ୟକ୍ଷ ତାଙ୍କ ବକ୍ତବ୍ୟରେ କହିଥିଲେ ।ଆଜି ଏହି ଉଦ୍ ଯାପନୀ ଦିବସରେ ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣକରି କୃତିତ୍ଵ ଅର୍ଜ୍ଜନ କରିଥିବା ଛାତ୍ରୀ ମାନଙ୍କୁ ମୁଖ୍ୟଅତିଥି ଓ ସମ୍ମାନୀତ ଅତିଥିମାନେ ସାର୍ଟିଫିକେଟ୍ ଓ ଟ୍ରଫି ପ୍ରଦାନ କରିଥିଲେ l

ଢେଙ୍କାନାଳ ରୁ ଦୀପ ନାରାୟଣ ଷଡ଼ଙ୍ଗୀ ଙ୍କ ରିପୋର୍ଟ ସମର୍ଥ ନୀୟୁଜ୍




