Sports

ବାବୁପାଲିରେ ୭ମ ଫୁଟବଲ ମହାକୁମ୍ଭ ଉଦଯାପିତ, ଜନମୁରା ଚମ୍ପିୟାନ

 

ବିନିକା, ୩୦/୧୨ (ସମର୍ଥ ନ୍ୟୁଜ୍) ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ବାବୁପାଲି ଗ୍ରାମର ଖେଳପଡିଆରେ ଶୁକ୍ରବାର ଦିନ ଚାଲିଥିବା ୭ମ ଫୁଟବଲ ମହାକୁମ୍ଭ ଉଦଯାପିତ ହୋଇଯାଇଛି।ଏହି ଅବସରରେ ଜିଲ୍ଲା ଯୁବ ବିଜେଡି ସଭାପତି ଶ୍ରୀ ଅଶୋକ ନନ୍ଦ ମୂଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ବୀରମହାରାଜପୁର ବ୍ଲକ ଉପାଧ୍ୟକ୍ଷ ନାରାୟଣ ଲୁହା, ବାବୁପାଲି ସମିତି ସଭ୍ୟ ସତ୍ୟନାରାୟଣ ସୁନା, ବୀରମହାରାଜପୁର ଆତ୍ମା ଅଧ୍ୟକ୍ଷ ବିବସ୍ପତି ପଣ୍ଡା, ପୂର୍ବତନ ସରପଞ୍ଚ ରୁଦ୍ରନାରାୟଣ ସାହୁ, ଅବସରପ୍ରାପ୍ତ ଶିକ୍ଷକ ରାମନାରାୟଣ ବଡ଼ପଣ୍ଡା, କମଳାକାନ୍ତ ମହାପାତ୍ର, ବ୍ରଜମୋହନ ବଡ଼ପଣ୍ଡା, ରଘୁନାଥ ମହାପାତ୍ର, ସବ୍ୟସାଚୀ ବଡ଼ପଣ୍ଡା, ଶାନ୍ତାନୁ ବଡ଼ପଣ୍ଡା, ଯଦୁମଣି ସାହୁ, ଭାଗବତିଆ ପଧାନ, ଉତ୍ତମ ପାଢ଼ୀ, ବିନିକା ବ୍ଲକ ଯୁବ ବିଜେଡି ସଭାପତି ପ୍ରତାପ ଚାନ୍ଦ, ଚନ୍ଦ୍ରକୁମାର ମହାପାତ୍ର, ବିଜୟ ପଧାନ, ଶୁରେଷ ଦାସ, ପ୍ରମେୟ, ପଲସାପାଲି ପ୍ରତିନିଧି ସଦାନନ୍ଦ ପଧାନ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଉଭୟ ବିଜେତା ଓ ଉପବିଜେତା ଦଳକୁ ମୂଖ୍ୟ ଅତିଥି ଏବଂ ସମ୍ମାନିତ ଅତିଥି ପୁରଷ୍କୃତ କରିଥିଲେ। ଫାଇନାଲ ଖେଳରେ ସିଆଲ ଖଣ୍ଡହତା ଦଳକୁ ହରାଇ ମନମୁରା ଦଳ ସପ୍ତମ ଫୁଟବଲ ମହାକୁମ୍ଭ ଚମ୍ପିୟାନ ହୋଇଥିଲା। ପଞ୍ଚାନନ ପାତ୍ର, ଯୋଗେନ୍ଦ୍ର ଓରାମ, ନିରଞ୍ଜନ ମହାକୁର, ଆନନ୍ଦ ଭୁଏ ଚିକୁ ବଡ଼ପଣ୍ଡା ଖେଳ ପରିଚାଳନା କରିଥିଲେ। ନବୀନ ବଡ଼ପଣ୍ଡା, ଦେବରାଜ ଗଡ଼ତିଆ, ଶୁଧାଂଶୁ ଶେଖର ବଡ଼ପଣ୍ଡା, ବିଶ୍ଵନାଥ ବଡ଼ପଣ୍ଡା, ବିଦେଶ ପାଢୀ, ନବୀନ ପଧାନ, ଜଗଦୀଶ ଭୁଏ ସମେତ ଗ୍ରାମବାସୀ ସହଯୋଗ କରିଥିଲେ।

ବିନିକା ବ୍ଲକରୁ ପରକ୍ଷିତ ବାଘଙ୍କ ରିପୋର୍ଟ ସମର୍ଥ ନ୍ୟୁଜ୍

Related Articles

Back to top button