Sports

20 ତମ ରାଜ୍ୟ ସ୍ତରୀୟ ତିଲେଶ୍ୱର କପ୍ ଉଦଯାପିତ… … ଫାଇନାଲ ରେ ସୋନପୁର 2/0ରେ ଚାମ୍ପିଯାନ…

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ୍ ତିଲେଶ୍ୱର ଲାଲ୍ ବାହାଦୁର ବିଦ୍ୟାପୀଠ ଖେଳ ପଡିଆ ଠାରେ 20 ତମ ରାଜ୍ୟସ୍ତରୀୟ ତିଲେଶ୍ଵର କପ୍ ରବିବାର ଦିନ ଉଦଯାପିତ ଵା ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଟୁର୍ନାମେଣ୍ଟ ଗତ 25ତାରିଖ ରେ ଆରମ୍ଭ ହୋଇଥିବା ବେଳେ ଖେଳରେ ରାଜ୍ୟର ନାମୀ ଦାମୀ 8ଗୋଟି ଦଳ ଭାଗ ନେଇଥିଲେ l ଏ ଗ୍ରୁପ ରୁ ଜୟ ଦୁର୍ଗା କ୍ଳବ ସୋନପୁର ଦୁଇ ଗୋଟି ଦଳକୁ ପରାସ୍ତ କରି ଫାଇନାଲ ରେ ପହଂଚିଥିବା ବେଳେ ଏ.କେ କ୍ଳବ ମଧ୍ୟ ଦୁଇଗୋଟି ଦଳ କୁ ପରାସ୍ତ କରି ଆଜି ଉଭୟ ଦଳ ଫାଇନାଲ ମ୍ୟାଚ ଖେଳିଥିଲେ l ଉଭୟ ଦଳ ର ଖେଳାଳିଙ୍କ ସଂଘର୍ଷ ପୂର୍ଣ୍ଣ ଖେଳ ଦର୍ଶକ ମନଭରି ଉପଭୋଗ କରିଥିଲେ l ଆଜିର ଉଦଯାପନୀ ଦିବସ ଅବସରରେ ମୁଖ୍ୟ ଅତିଥିଭାବେ ବୌଦ୍ଧ ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧକ୍ଷ ମୃତ୍ୟୁଞ୍ଜୟ ମିଶ୍ର, ସମ୍ମାନିତଭାବେ ଆଠମଲ୍ଲିକ ଅଂଚଳ ର ଯୁବ ସମାଜସେବୀ ଅର୍ଜୁନ କୁମାର ସାହୁ, ଆସୋସେସନ ର ସଭାପତି ଅର୍ଜୁନ ପ୍ରଧାନ, ଉପ ସଭାପତି ବିଜ୍ଞାନ କର୍ଣ୍ଣ ମଞ୍ଚରେ ମଞ୍ଚାସିନ ରହି ଖେଳାଳିଙ୍କୁ ଉତ୍ସାହିତ କରିଥିଲେ l ଆଜିର ମ୍ୟାଚ ରେ ଉଭୟ ଦଳ ଉଭୟ ପକ୍ଷକୁ ଘନ ଘନ ଆକ୍ରମଣ ଜାରି ରଖିଥିବା ବେଳେ ଖେଳ ର ମଧ୍ୟlନ୍ତର ପୂର୍ବରୁ ସୋନପୁର ଅନଗୁଳ ଦଳକୁ 2ଗୋଟି ଗୋଲ ଦେଇ ଦଳକୁ ଆଗେଇ ନେଇଖେଳର ନିର୍ଦ୍ଧାରିତ ସମୟ ଭିତରେ ରେ 2/0ଗୋଲ ରେ ଚାମ୍ପିୟାନ ହୋଇଥିଲେ l ଆଜିର ଫାଇନାଲ ମ୍ୟାଚ ର ବିଜେତା ସୋନପୁର ଦଳକୁ ମଂଚାସୀନ ଅତିଥି ମାନଙ୍କ କରକମଳରେ ଉଇନର ଟ୍ରଫି ସହିତ ପୁରସ୍କାର ରାଶି ଦେଇ ପୁରସ୍କୃତ କରାଯାଇଥିବା ବେଳେ ପରାଜିତ ଅନାଗୁଳ ଦଳକୁ ରନର୍ସ ଟ୍ରଫି ସହ ପୁରସ୍କାର ରାଶି ଦେଇ ପୁରସ୍କୃତ କରାଯାଇଥିଲା lଆଜିର ମ୍ୟାଚ ରେ ମୁଖ୍ୟ ରେଫରି ଭାବେ ସଲିଲ କୁମାର ବେହେରା, ଲାଇନ୍ସମ୍ୟାନ ଭାବେ ସେସଦେବ ବେହେରା, ପଗରିବ ବେହେରା, ଫୋର୍ଥ ଖେଳ ପରିଚାଳକ ଭାବେ ଦେବ ବ୍ରତ ବେହେରା ଖେଳକୁ ପରିଚାଳନା କରିଥିଲେ l ଆୟୋଜକ କମିଟିର ସମ୍ପାଦକ ଶୁଭ୍ରଜିତ ପ୍ରଧାନ, କୋଷାଧକ୍ଷ ନାରାୟଣ ମହାନ୍ତି, ବିଜ୍ଞାନ କର୍ଣ୍ଣ, ବିକ୍ରମ ପ୍ରଧାନ,ବିକାଶ ମିଶ୍ର, ସିମୁନ ନାଏକ, ଚିକୁ ମହାନ୍ତି, ମିଟୁ ବେହେରା,ମହୀଧର ମହାନ୍ତି ,ଙ୍କ ସମେତ ତିଲେଶ୍ୱର ବଜାର ଆସୋସେସନ ର ପ୍ରାୟ ଶହେ ଜଣ କର୍ମକର୍ତ୍ତା ଖେଳରେ ସହଯୋଗ କରିଥିଵା ବେଳେ ଆଜିର ଖେଳରେ ଦର୍ଶକ ମନଭରି ଉପଭୋଗ କରିବା କରିଥିଲେ । ହରଭଙ୍ଗା ରୁ ଚିତ୍ତ ରଞ୍ଜନ ସିଂ ଙ୍କ ରିପୋର୍ଟ ସମର୍ଥ ନୀୟୁଜ୍ 

Related Articles

Back to top button