Sports

15 ତମ ପ୍ରକାଶ ମେମୋରିଆଲ କ୍ରିକେଟ ଉଦଯାପିତ ଆଡ଼େଣିଗଡ଼ ଚମ୍ପିୟାନ

 

ହରଭଙ୍ଗା 30/12/23() ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ୍ ଆଡ଼େଣିଗଡ଼ ବାପୁଜୀ ଉଚ୍ଚ ବିଦ୍ୟାଳୟ ଖେଳ ପଡ଼ିଆ ଠାରେ ଆୟୋଜକ ବିବେକାନନ୍ଦ ଯୁବକ ସଂଘ ଦ୍ୱାରା ଦୀର୍ଘ ଦଶ ଦିନ ଧରି ଚାଲିଥିବା ପନ୍ଦର ତମ ପ୍ରକାଶ ମେମୋରିଆଲ କ୍ରିକେଟ ଖେଳ ର ଗତ କାଲି ଥିଲା ଉଦଯାପନୀ ଦିବସ। ଏହି ଉଦଯାପନୀ ଦିବସ ର ଫାଇନାଲ ମ୍ୟାଚ୍ ଟି ଲାଇନପଡ଼ା ଓ ଆୟୋଜକ ଆଡେଣିଗଡ଼ ମଧ୍ୟରେ ଖେଳା ଯାଇଥିଲା। ଟସ ଜିତି ପ୍ରଥମେ ଲାଇନପଡ଼ା ବ୍ୟାଟିଂ କରି ନିର୍ଦ୍ଧାରିତ 15 ଓଭର ରେ ସମସ୍ତ ଉଇକେଟ ହରାଇ 86 ରନ୍ ସଂଗ୍ରହ କରିଥିଲା। ପ୍ରତିବଦଳ ରେ ଆଡ଼େଣିଗଡ଼ ଦଳ 14.4 ଓଭର୍ ରେ 6 ୱିକେଟ୍ ହରେଇ 87 ରନ୍ କରି ମ୍ୟାଚ୍ ଟିକୁ ଜିତିଥିଲା। ଚମ୍ପିୟାନ ଦଳକୁ ଟ୍ରଫି ସହ 21000/ ଟଙ୍କା ପୁରସ୍କାର ରାଶି ପ୍ରଦାନ

କରାଯାଇଥିବା ବେଳେ, ରନର୍ସଅପ୍ ଦଳକୁ ଟ୍ରଫି ସହ 14000/ ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯାଇଥିଲା। ଆଜି ର ମୁଖ୍ୟ ଅତିଥି ଭାବେ କନ୍ଧମାଳ ସାଂସଦ ଙ୍କ ପ୍ରତିନିଧି ବିଶ୍ୱଜିତ୍ ପ୍ରଧାନ ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ଆଡେଣିଗଡ଼ ସରପଞ୍ଚ ଅଜିତ୍ କୁମାର ପ୍ରଧାନ ଯୋଗ ଦେଇଥିଲେ। ଖେଳ କୁ ଦୁଇ ଅମ୍ପାୟର ସୁଧାଂଶୁ ଶେଖର ପ୍ରଧାନ ଓ ପ୍ରତାପ କୁମାର ସାହୁ ପରିଚାଳନା କରିଥିବା ବେଳେ ସ୍କୋର ବୋର୍ଡ ରେ ଜ୍ୟୋତିରଞ୍ଜନ ସାହୁ ଥିଲେ, ଏବଂ ବିବେକାନନ୍ଦ ଯୁବକ ସଂଘ ର ସମସ୍ତ ସଦସ୍ୟ ସହଯୋଗ କରିଥିଲେ। ଉକ୍ତ ମ୍ୟାଚ୍ ରେ ସମୁଦାୟ 16 ଟି ଦଳ ଭାଗ ନେଇଥିଲେ।

 

ହରଭଙ୍ଗା ରୁ ଚିତ୍ତ ରଞ୍ଜନ ସିଂ ଙ୍କ ରିପୋର୍ଟ ସମର୍ଥ ନୀୟୁଜ୍ 

Related Articles

Back to top button