ନିଜ ସ୍ତ୍ରୀକୁ ପିଟି ପିଟି ହତ୍ୟା କରିଥିବା ଅଭିଯୋଗ

ସୁବର୍ଣ୍ଣପୁର ଜିଲ୍ଲା ସୁବଳୟl ଥାନା ଅନ୍ତର୍ଗତ ତିଳେଇମାଲ ଗ୍ରାମରେ ସ୍ବାମୀର ବର୍ବର କାଣ୍ଡ ଦେଖିବାକୁ ମିଳିଛି । ନିଜ ସ୍ତ୍ରୀକୁ ପିଟି ପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି । ହତ୍ୟା ପରେ ଡାକ୍ତରଖାନା ବାରଣ୍ଡା ରେ ମୃତ ଦେହ ରଖି ଫେରାର ମାରିଛି ଅଭିଯୁକ୍ତ ସ୍ବାମୀ । ଘଟଣା ଟି ଘଟିଛି ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା ଥାନା ତିଲେଇମାଲ ଗାଁରେ । ସୂଚନା ଅନୁସାରେ ତିଲେଇମାଲ୍ ଗାଁ ର ଗଣପତି ପଧାନ (୩୫) ଖଣ୍ଡହତା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବରପଦର ଗ୍ରାମର ରେଞ୍ଚା ପଧାନଙ୍କ ଝିଅ ମିତା ପଧାନ (୨୬)ଙ୍କୁ ଗତ ୫ ବର୍ଷ ପୂର୍ବେ ବୈଦିକ ରୀତିରେ ବିବାହ କରିଥିଲେ । ଉଭୟଙ୍କର ଏକ ତିନି ବର୍ଷର ଏକ ଝିଅ ମଧ୍ୟ ଥିବା ବେଳେ ଉଭୟଙ୍କ ମଧ୍ୟରେ ମଝିରେ ମଝିରେ ଝଗଡ଼ା ହୋଇ ମାମଲା ଥାନା ପର୍ଯ୍ୟନ୍ତ ଫହଞ୍ଚିଥିଲା। ଥାନାରେ ଆପୋସ ବୁଝାମଣା ପରେ ମଧ୍ୟ ଗତ ରାତି ବାପ ଘରୁ ଟଙ୍କା ଆଣିବାକୁ ଗଣପତି ମିତାକୁ ନିର୍ଦ୍ଧୁମ ପିଟିଥିଲା । ମାଡ ଯୋଗୁଁ ମିତା ଅଚେତ ହୋଇ ପଡିଯିବାରୁ ତାଙ୍କୁ ବୀରମହାରାଜପୁର ଡ଼ାକ୍ତରଖାନା କୁ ଚିକିତ୍ସା ପାଇଁ ଆଣିଥିବାବେଲେ ଡାକ୍ତର ମିତା କୁ ମୃତ ଘୋଷଣା କରିଥିଲେ । ତେବେ ମରି ଯାଇଥିବା ଜାଣି ଡ଼ାକ୍ତରଖାନା ବାରଣ୍ଡାରେ ସ୍ତ୍ରୀର ମୃତ ଦେହ ଛାଡି ଅଭିଯୁକ୍ତ ସ୍ବାମୀ ଫେରାର ମାରିଥିଲେ । ଭଉଣି ର ଦେହ ଅସୁସ୍ଥ ଖବର ପାଇ ମିତାଙ୍କ ଭାଇମାନେ ଗଣପତି କୁ ଫୋନ୍ କରିଥିଲେ l ମିତା ର ଦେହ ଖରାପ ଥିବା କହି ବୌଦ୍ଧ ଡାକ୍ତରଖାନା କୁ ଚିକିତ୍ସା ପାଇଁ ନେଉଛି କହି ଫୋନ୍ କାଟି ଦେଇଥିଲା l ପରେ ସେଠାରେ ନ ପାଇ ଅନ୍ୟ ଲୋକଙ୍କ ପାଖରୁ ଖବର ପାଇ ବୀରମହାରାଜପୁର ଡାକ୍ତରଖାନାରେ ପହଞ୍ଚି ଭଉଣୀ ର ମୃତ ଦେହ ଦେଖିଥିଲେ। ଏନେଇ ସେମାନେ ପୋଲିସକୁ ଖବର ଦେଇଥିଲେ । ଡାକ୍ତରଖାନାରେ ପୋଲିସ ପହଞ୍ଚି ମୃତ ଦେହକୁ ଜବତ କରିଥିଲା । ସେପଟେ ଟଙ୍କା ପାଇଁ ହତ୍ୟା କରିଥିବା ଅଭିଯୋଗ କରିଛନ୍ତି ପରିବାର ଲୋକ। ସୁବଳୟା ପୋଲିସ ପକ୍ଷରୁ ଏକ ହତ୍ୟା ମାମଲା ରୁଜୁ କରି କରିଛି l ଡାକ୍ତରଖନ କୁ ବୀରମହାରାଜପୁର ଏସଡ଼ିପିଓ ବାସୁଦେବ ଛତ୍ରିଆ, ସୁବଳୟା ସୁବଳୟା ଥାନା ଅଧିକାରୀ ଓ ସୁବଳୟା ଥାନା ଏସ ଆଇ ପ୍ରଭାତୀ ଦାସ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରିରଖିଥିବା ଜଣାପଡିଛି l ସୁବର୍ଣ୍ଣପୁର ରୁ ରଞ୍ଜନ କୁମାର ତାଣ୍ଡିଆ ଙ୍କ ରିପୋର୍ଟ ସମର୍ଥ ନୀୟୁଜ୍