Health

ବିଜେଡି ପ୍ରତିଷ୍ଠା ଦିବସରେ ରକ୍ତଦାନ ଶିବିର 

କଣ୍ଟାମାଳ, ତା ୨୬/୧୨: (ପ୍ରଭାତ କୁମାର ସାହୁ) ବିଜୁ ଜନତା ଦଳର ୨୭ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ମଙ୍ଗଳବାର ବୌଦ୍ଧ ଜିଲ୍ଲା କଣ୍ଟାମାଳ ହାଇସ୍କୁଲ ଖେଳ ପଡିଆରେ ଏକ ସ୍ବେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି l କଣ୍ଟାମାଳ ବିଧାୟକ, ଜିଲ୍ଲା ବିଜେଡି ସଭାପତି ତଥା ଯୋଜନା ବୋର୍ଡର ଅଧ୍ୟକ୍ଷ ମହିଧର ରଣାଙ୍କ ନେତୃତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ବିଜେଡି ପର୍ଯ୍ୟବେକ୍ଷକ ସୌଭାଗ୍ୟ ରଞ୍ଜନ ନାୟକ ଯୋଗଦେଇ ରକ୍ତଦାନ ଶିବିରକୁ ଅନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ l ବିଜେଡି ଜିଲ୍ଲା ସଂଯୋଜକ ପ୍ରଶାନ୍ତ ରଣା ଙ୍କ ସଂଯୋଜନାରେ ଅନୁଷ୍ଠିତ ରକ୍ତଦାନ ଶିବିରରେ ବହୁ ବିଜେଡି ନେତା , କର୍ମୀ,ସୁରକ୍ଷା କର୍ମଚାରୀ ଓ ସାଧାରଣ ଲୋକେ ଯୋଗଦେଇ ସ୍ୱେଚ୍ଛାକୃତ ରକ୍ତଦାନ କରିଥିଲେ ।

କାର୍ଯ୍ୟକ୍ରମରେ ରାଜ୍ୟ ସମ୍ପାଦକ ସୁଧୀର ମହାକୁଡ, ଯୁବ ବିଜେଡି ସଭାପତି ତଥା କନ୍ଧମାଳ ସାଂସଦ ପ୍ରତିନିଧି ଶମ୍ଭୁ ସାହୁ ,ରାଧାବଲ୍ଳବ ପ୍ରଧାନ, ସନ୍ତୋଷ ଦନ୍ତା , ଯୁବନେତା ସୁଧାଂଶୁ ରଣା,ପୂର୍ବତନ ସରପଞ୍ଚ ପଞ୍ଚାନନସାହୁ ସମତେ ଅନେକ ଦଳୀୟ ନେତା , କର୍ମୀ ଓ ସାଧାରଣ ଲୋକେ ଯୋଗଦାନ କରିଥିଲେ l ଏଥିରେ ବିଭିନ୍ନ ଗ୍ରୁପର ମୋଟ ୨୮ୟୁନିଟ ରକ୍ତ ସଂଗୃହିତ ହୋଇଥିଲା l ସ୍ୱାସ୍ଥ୍ୟବିଭାଗର ଏକ ଟିମ ,ରକ୍ତ ଭଣ୍ଡାରର ଅଧିକାରୀ ଓ କର୍ମଚାରୀମାନେ ଶିବିର ପରିଚାଳନା କରିଥିଲେ l

କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ

Related Articles

Back to top button