Sports

ଦ୍ୱିତୀୟ ଦିନରେ 20 ତମ ରାଜ୍ୟ ସ୍ତରୀୟ ତିଲେଶ୍ୱର କପ୍…. ..

ହରଭଙ୍ଗା 26/12.. ହରଭଙ୍ଗା ବ୍ଲକ୍ ତିଲେଶ୍ୱର ଲାଲ୍ ବାହାଦୁର ବିଦ୍ୟାପୀଠ ଖେଳ ପଡିଆ ଠାରେ 20 ତମ ରାଜ୍ୟସ୍ତରୀୟ ତିଲେଶ୍ଵର କପ୍ ମଙ୍ଗଳବାର ଦ୍ୱିତୀୟ ଦିନ ରେ ପହଞ୍ଚିଛି । ଦ୍ୱିତୀୟ ଦିନ ଟୁର୍ନାମେଣ୍ଟ ରେ ସମ୍ବଲପୁର ମର୍ଣ୍ଣିଙ୍ଗ କ୍ଲବ ସହିତ ଖୋର୍ଦ୍ଧା ରଘୁନାଥ କ୍ଳବ ମଧ୍ୟରେ ସଂଘର୍ଷ ପୂର୍ଣ୍ଣ ଖେଳ ଦର୍ଶକ ମନଭରି ଉପଭୋଗ କରିଥିଲେ l ଏହି ଦ୍ୱିତୀୟ ଦିନ ମ୍ୟାଚ ରେ ମୁଖ୍ୟ ଅତିଥିଭାବେ ସମାଜସେବୀ ସୁବାସ ପ୍ରଧାନ, ସମ୍ମାନିତ ଅତିଥିଭାବେ ଏସ ବି ଆଇ ଶାଖ ପୁରୁଣାକଟକ ଶାଖା ପରିଚାଳକ ଆକାଶ ପ୍ରଧାନ , ବଜାର ଆସୋସେସନ କମିଟିର ସଭାପତି ଅର୍ଜୁନ ପ୍ରଧାନ, ଲୁଣିବାହାଲ ସେବାସମବାୟ ଲିଃ ର ସମ୍ପାଦକ ସଂଜୀବ ପ୍ରଧାନ, ତିଲେଶ୍ୱର ପଞ୍ଚାୟତ ନାଏବ ସରପଞ୍ଚ

ରାଜେଶ୍ୱରୀ ପ୍ରଧାନ ଉପସ୍ଥିତ ରହି ଖେଳାଳି ମାନଙ୍କ ଉତ୍ସାହିତ କରିଥିଲେ l ଖୋର୍ଦ୍ଧା ଦଳ ଘନ ଘନ ଆକ୍ରମଣ ଜାରି ରଖି ମଧ୍ୟlନ୍ତର ପୂର୍ବରୁ ଦଳର 7ନଂ ଜର୍ସି ଖେଳାଳି ପ୍ରଥମ ଗୋଲ ସ୍କୋର କରି ମ୍ୟାନ ଅଫ ଦି ମ୍ୟାଚ ରେ ପୁରସ୍କୃତ ହୋଇ ଆଜିର ମ୍ୟାଚ ରେ ଦଳକୁ ବିଜେତା କରି ସେମିଫାଇନାଲ ରେ ପହଞ୍ଚାଇ ଥିଲେ l ଆଜିର ଟୁର୍ନାମେଣ୍ଟ ରେ ମୁଖ୍ୟ ରେଫରି ଭାବେ ସେସଦେବ ବେହେରା, ଲାଇନ୍ସମ୍ୟାନ ଭାବେ ଶଲିଳ ବେହେରା, ପ୍ରତାପ ପ୍ରଧାନ ଖେଳକୁ ପରିଚାଳନା କରିଥିଲେ l ଆୟୋଜକ କମିଟିର ସମ୍ପାଦକ ଶୁଭ୍ରଜିତ ପ୍ରଧାନ, କୋଷାଧକ୍ଷ ନାରାୟଣ ମହାନ୍ତି, ବିକାଶ ମିଶ୍ର, ସିମୁନ ନାଏକ, ଚିକୁ ମହାନ୍ତି, ମିଟୁ ବେହେରା, ଙ୍କ ସମେତ ତିଲେଶ୍ୱର ବଜାର ଆସୋସେସନ ର ସମସ୍ତ କର୍ମକର୍ତ୍ତା ଖେଳରେ ସହଯୋଗ କରିଥିଲେ l

ହରଭଙ୍ଗା ରୁ ଚିତ୍ତ ରଞ୍ଜନ ସିଂ ଙ୍କ ରିପୋର୍ଟ ସମର୍ଥ ନୀୟୁଜ୍ 

Related Articles

Back to top button