ବ୍ଲକସ୍ତରୀୟ ‘ନୂଆ -ଓ’ କ୍ରୀଡା ପ୍ରତିଯୋଗିତା ଉଦଘାଟିତ


କଣ୍ଟାମାଳ, ତା ୨୬/୧୨: (ପ୍ରଭାତ କୁମାର ସାହୁ) ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ସଦର ହାଇସ୍କୁଲ ଖେଳପଡିଆ ଠାରେ ପଞ୍ଚାୟତ ସମିତି କଣ୍ଟାମାଳ ଦ୍ୱାରା ଆୟୋଜିତ ବ୍ଲକସ୍ତରୀୟ ‘ନୂଆ -ଓ’ କ୍ରୀଡା ପ୍ରତିଯୋଗିତା ମଙ୍ଗଳବାର ଉଦଘାଟିତ ହୋଇଛି l ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ଏବଂ ଉଚ୍ଚଶିକ୍ଷା ବିଭାଗ ଆନୁକୂଲ୍ୟରେ ନୂଆଁ ଓଡ଼ିଶା, ଯୁବ ଓଡ଼ିଶା, ନବୀନ ଓଡ଼ିଶାର ସମନ୍ଵିତ ଯୁବ ବିକାଶ ପକ୍ଷରୁ କ୍ରୀଡା ପ୍ରତିଯୋଗିତାକୁ କଣ୍ଟାମାଳ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ ମହୀଧର ରଣା ମୁଖ୍ୟଅତିଥି ଭାବେ ଯୋଗଦେଇ ଉଦଘାଟନ

କରିଛନ୍ତି l କଣ୍ଟାମାଳ ପଞ୍ଚାୟତ ସମିତି ଅଧ୍ୟକ୍ଷା ଶ୍ରୀମତୀ ସସ୍ମିତା ସେନାପତି, କଣ୍ଟାମାଳ ତହସିଲଦାର ଶ୍ୱେତପଦ୍ମା ଯୋଶୀ ସମ୍ମାନୀତ ଅତିଥିଭାବେ ଯୋଗଦେଇଥିଲେ l କଣ୍ଟାମାଳ ବିଡ଼ିଓ ସାମି ଜୟଶ୍ରୀ ରେଡ୍ଡୀ ସଭାରେ କ୍ରୀଡା ଉତ୍ସବ ଉଦଘାଟନର ଅଧ୍ୟକ୍ଷତା କରିଥିବାବେଳେ ଡବ୍ଲୁଇଓ ସଭା ପରିଚାଳନା କରିଥିଲେ l ଏହି ଅବସରରେ ପଞ୍ଚାୟତ ସମିତିର କ୍ରୀଡା ଜର୍ସିକୁ ଅତିଥିମାନେ ଉନ୍ମୋଚନ କରିଥିଲେ l ପରେ ଖେଳାଳି ମାନଙ୍କ ସହ କରମର୍ଦନ କରି ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ l ଏଥିରେ କବାଡି, ଖୋଖୋ, ଭଲିବଲ, ଫୂଟବଲ କ୍ରିକେଟ ଆଦି ବ୍ଲକସ୍ତରୀୟ ଖେଳ ଅନୁଷ୍ଠିତ ହୋଇ ପ୍ରତି ଖେଳର ଚମ୍ପିୟାନ ଓ ଭଲ ଖେଳାଳି ଜିଲ୍ଲାସ୍ତର କ୍ରୀଡ଼ାକୁ ମନୋନୀତ କରାଯିବା ନେଇ ବ୍ଲକ ପ୍ରଶାସନ ପକ୍ଷରୁ ସୂଚନା ଦେଇଥିଲେ l

କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ




