ରାଜ୍ୟସ୍ତରୀୟ ଫୁଟବଲ୍ ଟର୍ଣ୍ଣlମେଟ୍ 20 ତମ ତିଲେଶ୍ୱର କପ୍ ଉଦଘାଟିତ


ହରଭଙ୍ଗା 25/12/23() ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ୍ ଅନ୍ତର୍ଗତ ଲାଲ୍ ବାହାଦୁର ବିଦ୍ୟାପୀଠ ଖେଳ ପଡିଆ ତିଲେଶ୍ଵର୍ ଠାରେ ବହୁ ପୁରାତନ 20 ତମ ରାଜ୍ୟସ୍ତରୀୟ ତିଲେଶ୍ଵର କପ୍ ସୋମବାର ଦିନ ମୁଖ୍ୟ ଅତିଥି ବ୍ଲକ୍ ଅଧକ୍ଷା ସ୍ନେହଲତା ପ୍ରଧାନ ଙ୍କ ଉପସ୍ଥିତି ରେ ଉଦ୍ଘାଟିତ ହୋଇଯାଇଛି। ଆୟାଜକ ବଜାର ଆସୋସିଏସନ୍ ତିଲେଶ୍ୱର୍ ଆନୁକୁଲ୍ୟ ରେ ଅନୁଷ୍ଠିତ ଟୁର୍ଣ୍ଣମେନ୍ତ ରେ ପ୍ରଥମେ ତିଲେଶ୍ୱର୍ ଜଗତର ନାଥ ଜଗନ୍ନାଥଙ୍କ ମନ୍ଦିର ରୁ ଦିବ୍ୟଯୋତି କୁ ବିରାଟ ଶୋଭାଯାତ୍ରା ରେ ଖେଳ ପଡିଆ ମଞ୍ଚରେ ଅବସ୍ଥାପିତ କରିବା ପରେ ମଞ୍ଚଷିନ ଅତିଥି ମାନଙ୍କ ଦ୍ୱାରା ପ୍ରଦୀପ ପ୍ରୋଜଳନ ଓ ଖେଳ ପତାକା ଉତ୍ତୋଳନ କରି ଖେଳକୁ ଶୁଭଉଦ୍ଘାଟନ କରିଥିଲେ। ତତ୍ ପରେ ଆଜି ର ପ୍ରଥମ ମ୍ୟାଚ ରେ ଉଭୟ ଦଳର ଖେଳାଳୀ ପଡ଼ିଆ ମଧ୍ୟକୁ ପ୍ରବେଶ କରିବା ସହିତ ଜାତୀୟ ସଙ୍ଗୀତ ଜ୍ଞାନସହିତ ଖେଳାଳୀ ଙ୍କ ମଧ୍ୟରେ ଅତିଥି ପରିଚୟ କରାଯାଇଥିଲା । ଉଦ୍ଘାଟନୀ ଦିବସ ରେ ମୁଖ୍ୟ ଅତିଥି ଙ୍କ ସମେତ ବଜାର ଆସୋସିଏସନ୍ ର ସଭାପତି ଅର୍ଜୁନ ପ୍ରଧାନ ସମ୍ମାନୀତ ଅତିଥି ଭାବେ ରାମଗଡ଼ ପଞ୍ଚାୟତ ର ସରପଞ୍ଚ ପ୍ରବାସିନି ଯୋଶୀ ଲୁଣିବାହାଲ ସରପଞ୍ଚ ଚନ୍ଦ୍ରମା ପ୍ରଧାନ

ତିଲେଶ୍ୱର ସମିତିସଭ୍ୟl ସାବିତ୍ରୀ ବେହେରା. ଯୋଗ ଦେଇଥିଲେ। ଉଦ୍ଘାଟନୀ ମ୍ୟାଚ୍ ରେ ସୋନପୁର ଭରସେସ ତିଲେଶ୍ୱର୍ ଦଳ ମଧ୍ୟରେ ରୋମଞ୍ଚକର ଖେଳ ଦେଖିବାକୁ ମିଳିଥିଲା। ପ୍ରଥମେ ତିଲେଶ୍ୱର୍ ଦଳ ପକ୍ଷରୁ ମଧ୍ୟାନ୍ତର ପୂର୍ବରୁ 11 ନମ୍ବର ଜର୍ସି ଖେଳାଳୀ ପ୍ରଥମ ସ୍କୋର ଓ ଏହାର ଚାରି ମିନିଟ୍ ପରେ 17 ନମ୍ବର ଜର୍ସି ଖେଳାଳୀ ଦ୍ୱିତୀୟ ଗୋଲ ସ୍କୋର କରିଥିଲେ ।ଖେଳ ର ନିର୍ଦ୍ଧାରିତ ସମୟ ର ଅଧମିନିଟ ପୂର୍ବରୁ ସୋନପୁର ଦଳ 2ଗୋଟି ଗୋଲ ସ୍କୋର କରି ସମାନ ସ୍ଥିତିରେ ପହଂଚି ଥିଲେ l ଶେଷରେ ଷ୍ଟାଇକର ରେ ସୋନପୁର 4/1 ଗୋଲ ସ୍କୋର କରି ବିଜେତା ହୋଇଥିଲେ l

ହରଭଙ୍ଗା ରୁ ଚିତ୍ତ ରଞ୍ଜନ ସିଂ ଙ୍କ ରିପୋର୍ଟ ସମର୍ଥ ନୀୟୁଜ୍




