ଏକ ଦିନିଆଁ ଭଲିବଲ ଟୁର୍ନାମେଣ୍ଟ ରେ ମା ବାଉରୀ କ୍ଳବ ଚମ୍ପିୟାନ…..


ହରଭଙ୍ଗା :25/12. ବୌଦ୍ଧ ଭୈରବୀ କ୍ଳବ ଆନୁକୂଲ୍ୟରେ ଅନୁଷ୍ଠିତ ଏକ ଦିନିଆଁ ଭଳିବଲ ଟୁର୍ନାମେଣ୍ଟ ରେ ରାମଗଡ଼ ମା ବାଉରୀ ଭଲିବଲ କ୍ଳବ ଚାମ୍ପିଯାନ l ଗତକାଲି ବୌଦ୍ଧ ଭୈରବୀ ଖେଳ ପଡିଆରେ ଅନୁଷ୍ଠିତ ହୋଇଥିବା ଡେ -ନାଇଟ ଭଲିବଲ ଟୁର୍ନାମେଣ୍ଟ ଅନୁଷ୍ଠିତ ହୋଇଯାଇଛି l ଏହି ଟୁର୍ନାମେଣ୍ଟ ରେ 16 ଗୋଟି ଦଳ ଭlଗନେଇଥିବା ବେଳେ ମା ବାଉରୀ ଭଲିବଲ କ୍ଳବ ପ୍ରଥମେ ଜହ୍ନlପଙ୍କ ଦଳକୁ ହରାଇବା ପରେ ରୟାଲ ଷ୍ଟାର କୁ ଦ୍ୱିତୀୟ ମ୍ୟାଚ ରେ ପରାସ୍ତ କରି ପୋଡା ପଡା ବୌଦ୍ଧ ଦଳକୁ ପରାସ୍ତ କରି ଫାଇନାଲ କୁ ପ୍ରବେଶ କରିଥିଲେ l ଫାଇନାଲ ରେ ତେଲିବନ୍ଧ ଓ ରାମଗଡ ମା ବାଉରୀ କ୍ଳବ ଭିତରେ ସଂଘର୍ଷ ପୂର୍ଣ୍ଣ ମ୍ୟାଚ ହୋଇଥିଲା l ପ୍ରଥମ ସେଟ ରେ ତେଲିବନ୍ଧ ଦଳ ରାମଗଡ କୁ ପରାସ୍ତ କରିଥିବା ବେଳେ ଦ୍ୱିତୀୟ ଓ ତୃତୀୟ ସେଟ ରେ ରାମଗଡ ମା ବାଉରୀ ଭଲିବଲ କ୍ଳବ ତେଲିବନ୍ଧ କୁ ପରାସ୍ତ କରି ଫାଇନାଲ ରେ ଚାମ୍ପିୟାନ ହୋଇଥିଲେ l ଉକ୍ତ ଟୁର୍ନାମେଣ୍ଟ ରେ ଉପସ୍ଥିତ ଥିବା ମୁଖ୍ୟ ଅତିଥି ସମ୍ମାନିତ ଅତିଥି ମାନଙ୍କ ଦ୍ୱାରା ବିଜେତା ଟ୍ରଫି ରାମଗଡ ମା ବାଉରୀ ଭଲିବଲ କ୍ଳବ କୁ ପ୍ରଦାନ କରାଯାଇଥିଲା l ରାମଗଡ଼ ଦଳରେ ଅଧିନାୟକ ଭବାନୀ ଶଙ୍କର ବାରିକ,ପ୍ରଦୀପ, ନୀଳାଞ୍ଚଳ, ରଂଜିତ, ଟିବୁନ, ଆଦି ଖେଳାଳି ଦଳରେ ସାମିଲ ଥିଲେ l ହରଭଙ୍ଗା ରୁ ଚିତ୍ତ ରଞ୍ଜନ ସିଂ ଙ୍କ ରିପୋର୍ଟ ସମର୍ଥ ନୀୟୁଜ୍




