ମନ୍ମଥ ଆଣ୍ଡ ଗିରିଧାରୀ ମେମୋରିଲା କ୍ରିକେଟ ଟୁର୍ନାମେଣ୍ଟ ର ଉଦଯାପନୀ ସମାରୋହ


ଛତିଆ ରେ ଚାଲିଥିବା ଦୀର୍ଘ 9ଦିନ ବ୍ୟାପି ମନ୍ମଥ ଆଣ୍ଡ ଗିରିଧାରୀ ମେମୋରିଆଲ କ୍ରିକେଟ ଟୁର୍ନାମେଣ୍ଟ ଆଜି ଉଦଯାପିତ ହୋଇଯାଇଅଛି, ସମାଜସେବୀ ରବୀନ୍ଦ୍ର ପ୍ରଧାନ ଅତିଥି ଭାବରେ ଯୋଗ ଦେଇ ଆଜିର ମ୍ୟାଚ ର ଶୁଭ ଉଦଘାଟନ କରିଥିଲେ, ଏହି ଫାଇନାଲ ମ୍ୟାଚ ନୂଆଶାସନ ଓ ପାଇକେରାପୁର ମଧ୍ୟରେ ଅନୁଷ୍ଠିତ ହୋଇଥିଲା, ପାଇକେରା ପୁର ନିର୍ଦ୍ଧାରିତ 19ଓଭ ର ରେ ସମସ୍ତ ଉଇକେଟ ହରାଇ 130ର ନ ସଂଗ୍ରହ କରିଥଲା, ଜବାବ ରେ ନୂଆଶାସନ ଦଳ ନିର୍ଧାରିତ 16ଓଭର 3ଟି ବଲ ଖେଳି 4ଉଇକେଟ ବିନିମୟ ରେ 131ର ନ କରି ଚମ୍ପିୟାନ ଟ୍ରଫି ହାସଲ କରିଥିଲା, ପାଇକେରାପୁର ର ପବିତ୍ର ଦାସ ଙ୍କୁ ମ୍ୟାନ ଅଫ ଦି ସିରିଜ ଓ ନୂଆଶାସନ ର ଗିରିଜା ଦାସ ଙ୍କୁ ମ୍ୟାନ ଅଫ ଦି ମ୍ୟାଚ ଭାବରେ ଘୋଷଣା କରାଯାଇଥିଲା, ସୁକାନ୍ତ ପ୍ରଧାନ ସତ୍ୟଜିତ ପାତ୍ର ଖେଳ ପରିଚାଳନା କରିଥିବା ବେଳେ ପି ସି ସି କ୍ଲବ ର ସମସ୍ତ ଖେଳାଳି ଏଥିରେ ସହଯୋଗ କରିଥିଲେ, ପୁରସ୍କାର ବିତରଣୀ ଉତ୍ସବ ରେ କ୍ୟାପଟେନ ରାଜ ନାରାୟଣ ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଚମ୍ପିୟାନ ଟ୍ରଫି ପ୍ରଦାନ କରିଥିଲେ, ଓ ଖେଳାଳି ମାନଙ୍କୁ ଉତ୍ସାହିତ କରାଇଥିଲେ, ଛତିଆ ସରପଞ୍ଚ ତଥା ଯାଜପୁର ଜିଲ୍ଲା ହ୍ୟାଣ୍ଡ ବଲ ଆସୋସିଏସନ ସଭାପତି ରମେଶ ପୃଷ୍ଟି ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ରନର୍ସ ଅଫ ଦଳ କୁ ପୁରସ୍କୃତ କରିଥିଲେ,

ବଡ଼ଚଣା ରୁ କାର୍ତିକ ଚନ୍ଦ୍ର ରାଉତ ଙ୍କ ରିପୋର୍ଟ,




