ଜହ୍ନlପଙ୍କ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ଠାରେ ଆଶା ମାନଙ୍କ ତାଲିମ ଅନୁଷ୍ଠିତ।


ବୌଦ୍ଧ-୨୪/୧୨-(ହୃଦାନନ୍ଦ ମେହେର)-ବୌଦ୍ଧ ସଦର ବ୍ଲକ ଜହ୍ନ।ପଙ୍କ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ଠାରେ ୮୦ ଜଣ ଆଶା ଙ୍କୁ ତୃତୀୟ ପର୍ଯାୟ ତାଲିମ ଶିବିର ଗତ ତା ୨୨ ତାରିଖ ଠାରୁ ଆସନ୍ତା ତା ୨୫ ତାରିଖ ପର୍ଯ୍ୟନ୍ତ ଚାରି ଦିନିଆ ତାଲିମ କାର୍ଯ୍ୟକ୍ରମ ଚାଲୁଅଛି l ଏଥିରେ ଡ଼ା ରତିକାନ୍ତ ନନ୍ଦ ତାଲିମ୍ ପ୍ରଦାନ କରିଥିବା ବେଳେ ଆଜି ଏକ ସ୍ବତନ୍ତ୍ର ତାଲିମ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା l ପ୍ରାକୃତିକ ଚିକିତ୍ସକ ଡ଼ା ନିରାକାର ବେହେରା ଯୋଗ ଦେଇ ଆଶା ମାନଙ୍କୁ ପ୍ରାକୃତିକ ଚିକିତ୍ସା , ଜଳ ଚିକିତ୍ସା , ଆୟୁର୍ବେଦ, ଯୋଗ, ପ୍ରାଣାୟମ ମାଧ୍ୟମରେ କିପରି ନିଜେ ସୁସ୍ଥ ରହିବେ ଓ ଅନ୍ୟମାନଙ୍କୁ ମଧ୍ୟ ସୁସ୍ଥ ରହିବା ପାଇଁ ପରାମର୍ଶ ଦେଇ ପାରିବେ ଓ ନିଜେ ଜଣେ ଆଶା ଦିଦି ହୋଇ ମଧ୍ୟ ବୈଦ୍ୟ ହୋଇପାରିବେ ବୋଲି କହିଥିଲେ l ଏହି କାର୍ଯ୍ୟକ୍ରମ ରେ ସମାଜସେବୀ ବିଦ୍ୟାଧର ସ୍ବାଇଁ, କୃତିବାସ ପଲିଆ, ସୁଭସ୍ମିତା ପାଣିଗ୍ରାହୀ ପ୍ରମୁଖ ସହଯୋଗ କରିଥିଲେ l

ବୌଦ୍ଧରୁ ଜ଼ିଲ୍ଲା ପ୍ରତିନିଧି ହୃଦାନନ୍ଦ ମେହେରଙ୍କ ରିପୋର୍ଟ ସମର୍ଥ ନିୟୁଜ ଓଡିଶା




