Crime

ମକା ଫସଲକୁ ପହରା ଦେଉଥିବା ବୃଦ୍ଧାଙ୍କୁ ଦଳି ମାରିଲା ହାତୀ ପଲ ।

ପଡୋଶି ରାଜ୍ୟ ଛତିଶଗଡ଼ ର ହାତୀ ପଲର ଉପଦ୍ରବ । ମକା ଫସଲକୁ ପହରା ଦେଉଥିବା ବୃଦ୍ଧାଙ୍କୁ ଦଳି ମାରିଲା ହାତୀ ପଲ । ଅମଳ ମକା ଫସଲକୁ ନଷ୍ଟ କାଲା ହାତୀ ପଲ । ଘଟଣା ସ୍ଥଳରେ ପହଂଚିଲେ କୁନ୍ଦେଇ ପୋଲିସ ଓ ରାଇଘର ବନ ବିଭାଗ । ଏଭଳି ଏକ ମର୍ମନ୍ତୁଦ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ୍ ସୀମାନ୍ତବର୍ତ୍ତି ଖୁଡୁକ ଗ୍ରାମରେ । କୁନ୍ଦେଇ ଥାନା ଅନ୍ତର୍ଗତ ଖୁଡୁକ ଗ୍ରାମ ନିକଟ ଚାଷ ଜମିରେ ଏକ ଲାଡି କରି ମକା ଫସଲକୁ ଜଗି ରହିଥିବା ଖୁଡୁକ ଗ୍ରାମର ବୃଦ୍ଧା ରମସୁଲା ଗଣ୍ଡଙ୍କୁ ବିଳମ୍ବିତ ରାତିରେ ପଡୋଶି ଛତିଶଗଡ଼ ରାଜ୍ୟରୁ ଏକ ହାତୀ ପଲ ଆସି ଅଚାନକ ଉପଦ୍ରବ ସୃଷ୍ଟି କରି ଲାଡି କୁ ସମ୍ପୂର୍ଣ୍ଣ ନଷ୍ଠ କରିବା ସହ ବୃଦ୍ଧାଙ୍କୁ ଦଳି ମାରିଥିବା ଜଣା ପଡିଛି । ମକା ଫସଲ ଅମଳ ପରେ ବସ୍ତାରେ ଭରି ବିକ୍ରି ପାଇଁ ରଖିଥିବା ଉକ୍ତ ଗ୍ରାମର
ଲଖନ କଲାର ଓ ସୁକଦେବ ଗଣ୍ଡଙ୍କ 100 ବସ୍ତାରୁ ଅଧିକ ମକା ଫସଲକୁ ହାତୀ ପଲ ନଷ୍ଟ କରି ଦେଇଥିବା ଜଣା ପଡିଛି । ଘଟଣାର ଖବର ପାଇ କୁନ୍ଦେଇ ପୋଲିସ ଓ ରାଇଘର ବନ ବିଭାଗ ଘଟଣା ସ୍ଥଳରେ ପହଂଚିଥିବା ସୂଚନା ମିଳିଛି । ମୃତ ରମସୁଲା ଗଣ୍ଡ ମାନସିକ ରୋଗାଗ୍ରସ୍ତ ଥିବା ଓ ସେ ନିଜ ଘର ଠାରୁ କିଛି ଦୂରରେ ନିଜ ଭାଇଙ୍କ ଜମି ଲାଡିରେ ରହି ଆସୁଥିବା ଗ୍ରାମବାସୀ ସୂଚନା ଦେଇଛନ୍ତି । କୁନ୍ଦେଇ ଥାନା ଅଂଚଳର ସୀମାନ୍ତବର୍ତ୍ତି ଗ୍ରାମ ଗୁଡିକରେ କିଛି ଦିନ ହେଲା ଛତିଶଗଡ଼ ର ଏକ ହାତୀ ପଲ ବାରମ୍ବାର ଆସି ଲୋକଙ୍କ ଫସଲ ନଷ୍ଟ କରିବା ସହ ଧନ ଜୀବନ ମଧ୍ୟ ନଷ୍ଟ କରୁଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ସେପଟେ ସୀମାନ୍ତବର୍ତ୍ତୀ ଗ୍ରାମ ଗୁଡିକରେ ବନ ବିଭାଗ ପକ୍ଷରୁ ଲୋକଙ୍କୁ ସଚେତନ କରିବା ସହ ହାତୀ ପଲଙ୍କୁ ଛତିଶଗଡ଼ ଆଡକୁ ଘୌଡାଇବାକୁ ଉଦ୍ୟମ ଜାରି ରଖିଥିବା ବନ ବିଭାଗ ପକ୍ଷରୁ ସୂଚନା ମିଳିଛି । ନବରଙ୍ଗପୁର ରୁ ଜିତେନ୍ଦ୍ର ମହାନ୍ତି ଙ୍କ ରିପୋର୍ଟ ସମର୍ଥ ନୀୟୁଜ୍ 

Related Articles

Back to top button